Attempt To Rape 6yr Old Girl: ଲଜ୍ଜ୍ୟା, ଚକଲେଟ୍ ଦେବାକୁ ଡାକି ନେଇ ୬ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଉଦ୍ୟମ
Advertisement
Article Detail0/zeeodisha/odisha1551717

Attempt To Rape 6yr Old Girl: ଲଜ୍ଜ୍ୟା, ଚକଲେଟ୍ ଦେବାକୁ ଡାକି ନେଇ ୬ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଉଦ୍ୟମ

Attempt To Rape 6yr Old Girl: ଥମୁନି ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର । କେବଳ ମହିଳା ନୁହେଁ, ଯୌନ ପିପାଶୁଙ୍କ କବଳରୁ କୁନି ଝିଅ ବି ବର୍ତ୍ତି ପାରୁ ନାହାଁନ୍ତି । ଜଗତସିଂହପୁର ଜିଲ୍ଲା ପାରାଦୀପରେ ଏଭଳି ଏକ ଘଟଣା ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରାଇ ଦେଇଛି । ପାରାଦୀପ ଅଭୟଚାନ୍ଦପୁର ଥାନା ଅଧିନ ଏକ ଗାଁରେ ୬ବର୍ଷୀୟା ନାବାଳିକା କୁ ଜଣେ ଯୁବକ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି ।

Attempt To Rape 6yr Old Girl: ଲଜ୍ଜ୍ୟା, ଚକଲେଟ୍ ଦେବାକୁ ଡାକି ନେଇ ୬ ବର୍ଷର କୁନି ଝିଅକୁ ଦୁଷ୍କର୍ମ ଉଦ୍ୟମ

Attempt To Rape 6yr Old Girl: ଥମୁନି ମହିଳାଙ୍କ ଉପରେ ପାଶବିକ ଅତ୍ୟାଚାର । କେବଳ ମହିଳା ନୁହେଁ, ଯୌନ ପିପାଶୁଙ୍କ କବଳରୁ କୁନି ଝିଅ ବି ବର୍ତ୍ତି ପାରୁ ନାହାଁନ୍ତି । ଜଗତସିଂହପୁର ଜିଲ୍ଲା ପାରାଦୀପରେ ଏଭଳି ଏକ ଘଟଣା ଘଟିଛି । ଯାହା ସମସ୍ତଙ୍କୁ ସ୍ତବ୍ଧ କରାଇ ଦେଇଛି । ପାରାଦୀପ ଅଭୟଚାନ୍ଦପୁର ଥାନା ଅଧିନ ଏକ ଗାଁରେ ୬ବର୍ଷୀୟା ନାବାଳିକା କୁ ଜଣେ ଯୁବକ ଅସଦାଚରଣ କରିବା ସହ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି । । ଏନେଇ କୁନି ଝିଅ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି।

ସୂଚନା ଅନୁଯାୟୀ ନାବାଳିକା ଜଣଙ୍କ ନିଜ ମାମୁ ଘର ଗାଁ କୁ ବାହାଘର ଭୋଜିରେ ଆସିଥିବା ବେଳେ ସେହି ଗାଁର ଜଣେ ଯୁବକ ନାବାଳିକାଙ୍କୁ ଚକୋଲେଟ୍ ଦେବାକୁ କହି ନିକଟ ସ୍କୁଲ ଘରକୁ ଡାକିନେଇ ଅସଦାଚରଣ ଓ ଦୁଷ୍କର୍ମ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ତେବେ ନାବାଳିକା ଙ୍କ ଘର ଲୋକେ ସମସ୍ତେ ବାହାଘର ଭୋଜିରେ ବ୍ୟସ୍ତ ଥିବା ବେଳେ ଏଭଳି ଘଟଣା ଘଟିଛି ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି।  ଏନେଇ ନାବାଳିକାଙ୍କ  ପରିବାର ପକ୍ଷରୁ  ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ପାଇ ପାରାଦୀପ ଅଭୟଚାନ୍ଦପୁର ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଯୁବକକୁ ଅଟକ ରଖିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି । 

 ନିକଟରେ, ଜଣେ ୧୪ ବର୍ଷର ନାବାଳିକାଙ୍କୁ ଅପହଣର କରି ଦୁଷ୍କର୍ମ କରିବା ଘଟଣା ସମ୍ବଲପୁରରେ ଚାଞ୍ଚଲ୍ୟ ଖେଳାଇଥିଲା। ୧୪ ବର୍ଷର ନାବାଳିକା ଜଣକ ତାଙ୍କ ମାମୁ ଘରକୁ ଯାଉଛି ବୋଲି କହି ଘରୁ ଆଶିଥିବା ବେଳେ ତାଙ୍କୁ ୪ ଜଣ ଯୁବକ ଅପହରଣ କରି ନେଇଯାଇଥିଲେ। ୨ ଦିନ ପରେ ନାବାଳିକାଙ୍କୁ ଗାଁରେ ଛାଡି ଦେଇଥିଲେ। ନାବାଳିକା ଜଣକ ଦୁଷ୍କର୍ମର ଶିକାର ହୋଇଥିବା ପରିବାର ଲୋକେ ଜାଣିବା ପରେ ଡିସେମ୍ବର ୨୨ ତାରିଖ ଦିନ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିବା ସହ ୪ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି।

Also Read: Vigilance Raid: ଭିଜିଲାନ୍ସ ପଞ୍ଝାରେ ଟାଟା ପାୱାର ଜେନେରାଲ ମ୍ୟାନେଜର, ବାସଭବନ ସମେତ ୧୦ଟି ସ୍ଥାନରେ ରେଡ୍

ସୂଚନା ଅନୁଯାୟୀ, ଡିସେମ୍ବର ୧୮ ତାରିଖ ଦିନ ନାବାଳିକା ତାଙ୍କ ମାମୁ ଘରକୁ ଯିବାକୁ ବାହାରିଥିଲେ। ଗାଁ ଛକ ନିକଟରୁ ୪ ଜଣ ଯୁବକ ତାଙ୍କୁ ପ୍ରଲୋଭନ ଦେଖାଇ ବାଇକ୍‌ରେ ନେଇଯାଇଥିଲେ। ନାବାଳିକାଙ୍କୁ ଅପହରଣ କରି ନେଇ କୌଣସି ଏକ ସ୍ଥାନରେ ରଖିଲେ। ସେଠାରେ ନାବାଳିକାଙ୍କୁ ବାରମ୍ବାର ଦୁଷ୍କର୍ମ କରାଯାଇଥିଲା। ୨ ଦିନ ପରେ ୨୦ ତାରିଖ ଦିନ ନାବାଳିକାଙ୍କୁ ତାଙ୍କ ଗାଁରେ ଛାଡ଼ି ଦେଇ ଯୁବକମାନେ ଫେରାର୍‌ ହୋଇଯାଇଥିଲେ। ଏ ନେଇ ନାବାଳିକା ଜଣକ ଭୟରେ ପରିବାର ଲୋକଙ୍କୁ ପ୍ରଥମେ ଜଣାଇ ନଥିଲେ। ନିରବ ହୋଇ ରହୁଥିବା ଦେଖି ପରିବାର ଲୋକେ ପଚାରିବାରୁ ସେ ସବୁ ଘଟଣା ବିଷୟରେ ଜଣାଇଥିଲେ। ତାପରେ ୨୨ ତାରିଖ ଦିନ ପରିବାର ଲୋକେ ମହୁଲପାଲି ଥାନାରେ ଲିଖିତ ଅଭିଯୋଗ କରିଥିଲେ। ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଏହି ମାମଲାରେ ୪ ଅଭିଯୁକ୍ତଙ୍କୁ ପୁଲିସ ଗିରଫ କରିଥିଲା। 

ପାରାଦୀପରୁ ନାରାୟଣ ବେହେରା, ଜୀ ଓଡିଶା ନ୍ୟୁଜ୍