କମଳାର ତୁଳନା ସେଓ ସହିତ କରାଯାଇପାରିବ ନାହିଁ, JNU ପ୍ରକୃତି ଭିନ୍ନ: VC
Advertisement

କମଳାର ତୁଳନା ସେଓ ସହିତ କରାଯାଇପାରିବ ନାହିଁ, JNU ପ୍ରକୃତି ଭିନ୍ନ: VC

NIRF ର଼୍ୟାଙ୍କିଙ୍ଗରେ 'ୟୁନିଭର୍ସିଟିସ୍' ମାନଙ୍କ ମଧ୍ୟରୁ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ବେଙ୍ଗାଲୁରୁ ଶୀର୍ଷ ସ୍ଥାନ ହାସଲ କରିଛି, ଦ୍ୱିତୀୟରେ ଜେଏନୟୁ ଓ ତୃତୀୟ ସ୍ଥାନରେ ଜାମିୟା ମିଲିୟା ଇସଲାମିୟା ରହିଛି ।

 ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ (ସୌ: ସୋସିଆଲ ମିଡିଆ)

ନୂଆଦିଲ୍ଲୀ: ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ ର଼୍ୟାଙ୍କିଙ୍ଗ ଫ୍ରେମୱାର୍କ (NRF) ରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସରେ ପ୍ରଥମ ସ୍ଥାନ ହରାଇଥିବା ଜବାହରଲାଲ ନେହେରୁ ବିଶ୍ୱବିଦ୍ୟାଳୟର (JNU) କୁଳପତି ଶାନ୍ତିଶ୍ରୀ ଧୁଲିପୁଡି ପଣ୍ଡିତ (Santishree Dhulipudi Pandit) କହିଛନ୍ତି ଯେ ଜେଏନୟୁ ପ୍ରକୃତି ଭିନ୍ନ ଓ ଏହା ପୂର୍ବରୁ ବର୍ତ୍ତମାନ ଚ୍ୟାଲେଞ୍ଜ ଗୁଡିକ ମଧ୍ୟ ଭିନ୍ନ । IISc ପରି ଅନୁଷ୍ଠାନଠାରୁ ଭିନ୍ନ, ଏତେଣୁ ଏହାକୁ IISc ପରି ଅନୁଷ୍ଠାନ ସହିତ ତୁଳନା କରାଯାଇପାରିବ ନାହିଁ ।

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ (Dharmendra Pradhan) ଶୁକ୍ରବାର ଦିନ ଜାତୀୟ ପ୍ରତିଷ୍ଠାନ ର଼୍ୟାଙ୍କିଙ୍ଗର (NIRF Rankings 2022) ସପ୍ତମ ସଂସ୍କରଣ ପ୍ରକାଶ କରିଛନ୍ତି । ବିଶ୍ୱବିଦ୍ୟାଳୟ ଶ୍ରେଣୀରେ ବେଙ୍ଗାଲୁରୁରେ ଅବସ୍ଥିତ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ (IISc) ପ୍ରଥମ, ପରେ ଜେଏନୟୁ ଦ୍ୱିତୀୟ ଓ ଜାମିୟା ମିଲିୟା ଇସଲାମିୟା ତୃତୀୟ ସ୍ଥାନରେ ରହିଛନ୍ତି ।

ପଣ୍ଡିତ କହିଛନ୍ତି, "ଆମେ ବହୁତ ଖୁସି । IISc JNU ପରି ବିଶ୍ୱବିଦ୍ୟାଳୟ ନୁହେଁ । ଏହା ଏକ ଗବେଷଣା ଭିତ୍ତିକ ଅନୁଷ୍ଠାନ, ଏବଂ JNU ଓ IISc କୁ ଏକାଠି ରଖିବା କମଳାକୁ ସେଓ ସହିତ ତୁଳନା କରିବା ପରି । ଯାହା ହେଉ, ମୁଁ ଆମର ସମସ୍ତ ଅଧ୍ୟାପକ, ଛାତ୍ର ଓ ଅଣଶିକ୍ଷକ କର୍ମଚାରୀଙ୍କୁ ଧନ୍ୟବାଦ ଦେଉଛି । ଏହା ଏକ ସାମୂହିକ ପ୍ରୟାସ । ସେ କହିଛନ୍ତି ଯେ ବିଶ୍ୱବିଦ୍ୟାଳୟ ଏହାର ଅନ୍ତର୍ଭୂକ୍ତିକୁ ବଜାୟ ରଖିବା ସହିତ ନବସୃଜନର ବିଭିନ୍ନ କ୍ଷେତ୍ରରେ ଆଗକୁ ବଢୁଛି ।"

ପଣ୍ଡିତ କହିଛନ୍ତି, "ଆମ ସହ ସମାନ ସମସ୍ୟା ନାହିଁ । ଏହାର ପ୍ରତିଭା ଓ ବିବିଧତା ଯୋଗୁଁ ମୁଁ JNU ପସନ୍ଦ କରେ । ଜଣେ ବୁକର୍ ପୁରସ୍କାର ପ୍ରାପ୍ତ ଲେଖକ ମଧ୍ୟ ଏଠାରେ ଅଧ୍ୟୟନ କରିଛନ୍ତି । ଜଣେ ଭିକାରୀ ପିଲା ମଧ୍ୟ ଏଠାରୁ ଅଧ୍ୟୟନ କରି ଆମେରିକାରେ ଛାତ୍ରବୃତ୍ତି ପାଇଛନ୍ତି ।"

JNU କୁଳପତି କହିଛନ୍ତି, "ମୁଁ ଭାବୁଛି ଅନ୍ୟ କୌଣସି ଅନୁଷ୍ଠାନରେ ସେପରି ବିବିଧତା ନାହିଁ । ମୁଁ ବିଶ୍ୱାସ କରେ ଏକକ ବିଷୟ ଅନୁଷ୍ଠାନ ବିଶ୍ୱବିଦ୍ୟାଳୟ ସହିତ ସଂଯୁକ୍ତ ହେବା ଉଚିତ ନୁହେଁ କାରଣ ଆମର ଅନେକ ପାଠ୍ୟକ୍ରମ ଅଛି ଓ ଆମେ ରାଜନୈତିକ ସ୍ତରରେ ମଧ୍ୟ ସକ୍ରିୟ ଅଟୁ ।"

ଏହା ବି ପଢ଼ନ୍ତୁ: ୧୮ ଜୁଲାଇରୁ ମହଙ୍ଗା ହେବ ଅନେକ ଜିନିଷ; ହସ୍ପିଟାଲ ରୁମ୍ ଭଡା ଉପରେ ଲାଗିବ ୫% GST

ଏହା ବି ପଢ଼ନ୍ତୁ: ICC ବିସିସିଆଇକୁ ଦେଲା ଏକ ବଡ ଉପହାର; 'ଇର୍ଷା' କରିବ ପାକିସ୍ତାନ