Entertainment News: ଆସନ୍ତା ମାସରେ ରିଲିଜ୍ ହେବ ଏହି ସାତୋଟି ଫିଲ୍ମ, ଦେଖନ୍ତୁ ପୂରା ତାଲିକା
Advertisement
Article Detail0/zeeodisha/odisha1892493

Entertainment News: ଆସନ୍ତା ମାସରେ ରିଲିଜ୍ ହେବ ଏହି ସାତୋଟି ଫିଲ୍ମ, ଦେଖନ୍ତୁ ପୂରା ତାଲିକା

October 2023 Upcoming Movies: ଆଗକୁ ଆସୁଛି ଶାରଦୀୟ ଦୁର୍ଗା ପୂଜା (druga puja)। ଆଉ ଏହି ଦୁର୍ଗାପୂଜାରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବା ବଲିଉଡର ଏହି ସାତୋଟି ଫିଲ୍ମ (October 2023 Upcoming Movies) ।  ବଲିଉଡର (Bollywood) କିଛି ବଡ଼ ଓ ସ୍ବଳ୍ପ ବଜେଟରେ ନିର୍ମିତ ଫିଲ୍ମ ଆସନ୍ତା ମାସରେ ରିଲିଜ୍ ହେବାକୁ ଯାଉଛି । ତେବେ, ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ ସବୁ ବଲିଉଡ଼ ଫିଲ୍ମ ରିଲିଜ୍ ହେବାକୁ ଯାଉଛି(October 2023 Movies) ।

ସୌଜନ୍ୟ- ସୋସିଆଲ ମିଡି଼ଆ

October 2023 Upcoming Movies: ଆଗକୁ ଆସୁଛି ଶାରଦୀୟ ଦୁର୍ଗା ପୂଜା (druga puja)। ଆଉ ଏହି ଦୁର୍ଗାପୂଜାରେ ଦର୍ଶକଙ୍କୁ ମନୋରଞ୍ଜନର ଖୋରାକ୍ ଯୋଗାଇବା ବଲିଉଡର ଏହି ସାତୋଟି ଫିଲ୍ମ (October 2023 Upcoming Movies) । କଥାଟି ଶୁଣିବାକୁ ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ମଧ୍ୟ ସତ । ହଁ ଆଜ୍ଞା କାହିଁକିନା ଆଗକୁ ପୂଜା ଆସୁଛି । ଆଉ ଏହାକୁ ଦେଖି ବଲିଉଡର (Bollywood) କିଛି ବଡ଼ ଓ ସ୍ବଳ୍ପ ବଜେଟରେ ନିର୍ମିତ ଫିଲ୍ମ ଆସନ୍ତା ମାସରେ ରିଲିଜ୍ ହେବାକୁ ଯାଉଛି । ତେବେ, ଆସନ୍ତୁ ଜାଣିବା ଅକ୍ଟୋବର ମାସରେ କେଉଁ ସବୁ ବଲିଉଡ଼ ଫିଲ୍ମ ରିଲିଜ୍ ହେବାକୁ ଯାଉଛି(October 2023 Movies) ।

Also Read :  Shani Gochar: ଶନିଙ୍କ ଚଳନ ବଦଳାଇବ ଏହି ୪ ରାଶିଙ୍କ ଭାଗ୍ୟ, ଧନଲାଭ ସହ ମିଳିବ ଚାକିରି ପାଇଁ ବଡ଼ ଅଫର 

ଆସନ୍ତାମାସରେ ପରଦାକୁ ଆସିବ ଏହି ସବୁ ମୁଭି :

'ଥ୍ୟାଙ୍କ୍ ୟୁ ଫର୍ କମିଙ୍ଗ୍': ଆସନ୍ତା ମାସ ୬ ତାରିଖରେ ବଲିଉଡ୍ ମୁଭି (Thank You For Coming)'ଥ୍ୟାଙ୍କ୍ ୟୁ ଫର୍ କମିଙ୍ଗ୍' ରିଲିଜ୍ ହେବାକୁ ଯାଇଛି। ଏହା ଏକ କମେଡି ଡ୍ରାମା ଉପରେ ଆଧାରିତ ଫିଲ୍ମ। ଲିଡ୍ ରୋଲରେ ଭୂମି ପାଣ୍ତେକର (Bhumi Pednekar), ଡୋଲି ଆଲ୍ଲୁହାଲି (Dolly Ahluwalia) ଓ ଶିବାନି ବେଦି (Shibani Bedi) ନଜର ଆସିବେ। ତେବେ, ଏହି ଫିଲ୍ମଟି ଦର୍ଶକଙ୍କ ଠାରୁ ଭଲ ରେସପନ୍ସ ପାଇବ ବୋଲି ଆଶା କରାଯାଇଛି। 

'ମିଶନ୍ ରାନିଗଞ୍ଜ ': ସେହିପରି ଅକ୍ଷୟ କୁମାର ଓ ପରିଣିତି ଚୋପ୍ରାଙ୍କ ଅଭିନୀତ ଫିଲ୍ମ (Mission Raniganj)'ମିଶନ୍ ରାନିଗଞ୍ଜ ' ମଧ୍ୟ ଅକ୍ଟୋବର ୬ରେ ରିଲିଜ୍ ହେବ । ଏହି ଫିଲ୍ମଟି ସତ୍ୟ ଘଟଣା ଉପରେ ଆଧାରିତ। ଯାହା ଦର୍ଶକଙ୍କୁ ବେଶ ପସନ୍ଦ ହେବ। ବାସ୍ତବ ଜୀବନ ଉପରେ ଆଧାରିତ ହେଉଥିବା ଫିଲ୍ମ ଦେଖିବାକୁ ପସନ୍ଦ କରୁଥିବା ଦର୍ଶକଙ୍କୁ ଏହି କାହାଣୀଟି ମନକୁ ଛୁଇଁବ। 

'ଭଗଓ୍ବାନ୍ତ କେଶରୀ ' : ସେହିପରି 'ଭଗଓ୍ବାନ୍ତ କେଶରୀ '(Bhagwant Keshari) ଏହା ଏକ ତେଲୁଗୁ ଫିଲ୍ମ। ଏହି ଫିଲ୍ମଟି ଆସନ୍ତା ମାସ ୧୯ ତାରିଖରେ ରିଲିଜ୍ ହେବ। ଏହି ମୁଭିଟି ଦର୍ଶକଙ୍କୁ ଭରପୂର ମନୋରଞ୍ଜନର ଖୋରାକ୍ ଯୋଗାଇବ। 

'ଲିଓ' ସାଉଥ ସୁପରଷ୍ଟାର ଥାଲାପାଥି ବିଜୟଙ୍କ ( South Indian Star Thalapathy Vijay)ଙ୍କ ଅଭିନୀତ ଫିଲ୍ମ 'ଲିଓ' (Leo) ମଧ୍ୟ ଆସନ୍ତା ମାସରେ ରିଲିଜ୍ ହେବାକୁ ଯାଉଛି । ଏହି ଫିଲ୍ମଟି ଅକ୍ଟୋବର ୧୯ରେ ରିଲିଜ୍ ହେବ। ତେବେ, ଏହି ଫିଲ୍ମ ପାଇଁ ବିଜୟ କେତେ କୋଟି କୋଟି ଟଙ୍କା ନେଉଥିବା ଚର୍ଚ୍ଚା ହେଇଛି । 

'ଟାଇଗର ନାଗେଶ୍ୱରା ରାଓ':  ସେହିପରି ଆସନ୍ତା ମାସ ୨୦ ତାରିଖରେ ତେଲୁଗୁ ଫିଲ୍ମ 'ଟାଇଗର ନାଗେଶ୍ୱରା ରାଓ'  (Tiger Nageswara Rao) ପରଦାକୁ ଆସିବ।  ଏହି ଫିଲ୍ମରେ ମୁଖ୍ୟ ଭୂମିକାରେ ରବି ତେଜା ନଜର ଆସିବେ। 

'ୟାରିୟାନ୍ ୨' : ସେହିପରି  'ୟାରିୟାନ୍ ୨'  (Yaariyan 2) ମଧ୍ୟ ଆସନ୍ତା ମାସ ୨୦ ତାରିଖରେ ରିଲିଜ୍ ହେବାକୁ ଯାଉଛି । ତେବେ, ଏହା ଏକ ରୋମାଣ୍ଟିକ୍ ଡ୍ରାମା ଫିଲ୍ମ ।  ଏହି ଫିଲ୍ମର ପ୍ରଥମ ଭାଗ ଦର୍ଶକଙ୍କୁ ବହୁତ ପସନ୍ଦ ଆସିଥିଲା ​​। 

'ଗଣପଥ' ଟାଇଗର ଶ୍ରଫ ଏବଂ କ୍ରିତି ସାନନଙ୍କ ଅଭିନୀତ ଫିଲ୍ମ 'ଗଣପଥ' (Ganapath) ଆସନ୍ତାମାସ ୨୯ ତାରିଖରେ ରିଲିଜ୍ ହେବାକୁ ଯାଇଛି । ତେବେ, ଏହି ଦୁଇ ଜଣଙ୍କ କେମେଷ୍ଟ୍ରିକୁ ଦର୍ଶକ ପସନ୍ଦ କରିବେ ବୋଲି ଆଶା ରଖିଛନ୍ତି ନିର୍ମାତା ।