Entertainment News: ଆଜି ପରଦାକୁ ଆସିବ ଓଡି଼ଆ ଫିଲ୍ମ 'ଆଭା', ରାଜ୍ୟର ଏତିକିଟି ଥିଏଟରରେ ହେବ ରିଲିଜ
Advertisement
Article Detail0/zeeodisha/odisha2428088

Entertainment News: ଆଜି ପରଦାକୁ ଆସିବ ଓଡି଼ଆ ଫିଲ୍ମ 'ଆଭା', ରାଜ୍ୟର ଏତିକିଟି ଥିଏଟରରେ ହେବ ରିଲିଜ

Entertainment News: ଦର୍ଶକଙ୍କର ଦିର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି। ଆଜି ମୁକ୍ତିଲାଭ କରିବାକୁ ଯାଉଛି ଓଡିଆ ଫିଲ୍ମ 'ଆଭା'।  ଭୁବନେଶ୍ବରରେ ଆଜି ଅପରାହ୍ନରେ 'ଆଭା'ର  ପ୍ରିମିୟର ଅନୁଷ୍ଠିତ ହେବ ବୋଲି ଜଣାପଡିଛି। 

Entertainment News: ଆଜି ପରଦାକୁ ଆସିବ ଓଡି଼ଆ ଫିଲ୍ମ  'ଆଭା', ରାଜ୍ୟର ଏତିକିଟି ଥିଏଟରରେ ହେବ ରିଲିଜ
Entertainment News: ଦର୍ଶକଙ୍କର ଦିର୍ଘ ଦିନର ଆଶା ପୂରଣ ହେବାକୁ ଯାଉଛି। ଆଜି ମୁକ୍ତିଲାଭ କରିବାକୁ ଯାଉଛି ଓଡିଆ ଫିଲ୍ମ 'ଆଭା'।  ଭୁବନେଶ୍ବରରେ ଆଜି ଅପରାହ୍ନରେ 'ଆଭା'ର  ପ୍ରିମିୟର ଅନୁଷ୍ଠିତ ହେବ ବୋଲି ଜଣାପଡିଛି।  ଏହି ଫିଲ୍ମଟିର ପ୍ରଯୋଜକ ପ୍ରବୀର ମହାପାତ୍ର ହୋଇଥିବା ବେଳେ  କାହାଣୀ ଓ ଚିତ୍ରନାଟ୍ୟ  ଓ ନିର୍ଦ୍ଦେଶନା ଦେଇଛନ୍ତି ପଲ୍ଲବ ରୟ। ଏହି ଫିଲ୍ମଟିର କାହାଣୀ ହେଉଛି ଏକ ମଫସଲ ଗାଁର ଅତି ଗରିବ ପରିବାରର ଜଣେ ଦିବ୍ୟାଙ୍ଗ ଝିଅ ସମାଜରେ କେମିତି ଆଗକୁ ବଢୁଛି। ଏହି ଫିଲ୍ମର କାହାଣୀ ସମସ୍ତଙ୍କ ମନକୁ ଛୁଇଁବା ସହ ସମାଜକୁ ଏକ ଶିକ୍ଷଣୀୟ ବାର୍ତ୍ତା ପ୍ରଦାନ କରିବ।
 
 
 
 
 

 
 
 
 
 
 
 
 
 
 
 

A post shared by Durgaprasad Nanda (@durgaprasadnanda_official)

 
ତେବେ,  ଏହି ଫିଲ୍ମରେ ଲିଡ୍ ରୋଲରେ ନିଜର ଆସିବେ ସୋନା ମଲ୍ଲିକ୍। ସୋନାଙ୍କ ବ୍ୟତିତ  ଅନୁ ଚୌଧୁରୀ, କେଦାର ମିଶ୍ର, ଶ୍ବେତା ଆଚାର୍ଯ୍ୟ, ବିଶାଲ୍ ସାହୁ ପ୍ରମୁଖ ଅଭିନୟ କରିଛନ୍ତି। ତେବେ, ଫିଲ୍ମଟି ରାଜ୍ୟରେ ଆଜି ୧୮ ଟି ହଲ୍ ରେ ରିଲିଜ୍ ହେବାକୁ ଥିବା ବେଳେ ଭୁବନେଶ୍ବରରେ ୨ଟି ମଲ୍ଟିପ୍ଲେକ୍ସ ଓ ଗୋଟିଏ ସିଙ୍ଗିଲ୍ ସ୍କ୍ରିନ୍ ରେ ଦର୍ଶକ ଫିଲ୍ମଟିକୁ ଦେଖିପାରିବେ। ଫିଲ୍ମଟି  ପଶ୍ଚିମବଙ୍ଗର ମେଦିନିପୁର ଅଞ୍ଚଳରେ ସୁଟିଂ ହୋଇଛି।  କେବେଳ ସେତିକି ନୁହେଁ, ଫିଲ୍ମରେ ଥିବା ଗୀତ ଗୁଡିକ ମଧ୍ୟ ଦର୍ଶକଙ୍କ ମନକୁ ଛୁଇଁବ । କାହିଁକିନା,  ସଙ୍ଗୀତ ନିର୍ଦ୍ଦେଶକ ଅଛନ୍ତି ଅଭିଜିତ ମଜୁମଦାର।