Netflix କୁ କେନ୍ଦ୍ର ସରକାରଙ୍କ ଜୋରଦାର ଛାଟ, ଜାଣନ୍ତୁ ସବସ୍କ୍ରାଇବରଙ୍କ ଉପରେ କଣ ପଡ଼ିବ ପ୍ରଭାବ?
Advertisement
Article Detail0/zeeodisha/odisha2411919

Netflix କୁ କେନ୍ଦ୍ର ସରକାରଙ୍କ ଜୋରଦାର ଛାଟ, ଜାଣନ୍ତୁ ସବସ୍କ୍ରାଇବରଙ୍କ ଉପରେ କଣ ପଡ଼ିବ ପ୍ରଭାବ?

Netflix: ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ୱେବ୍ ସିରିଜ୍ ୧୯୯୯ କନ୍ଦାହାର ହାଇଜାକ୍ ଉପରେ ଆଧାରିତ। ୧୯୯୯ ମସିହା ସେପ୍ଟେମ୍ବର ୨୪ ତାରିଖରେ କାଠମାଣ୍ଡୁରୁ ଉଡ଼ାଣ ଭରିବାର ପ୍ରାୟ ୪୦ ମିନିଟ୍ ପରେ ୫ ଜଣ ଆତଙ୍କବାଦୀ ଏହି ଭାରତୀୟ ବିମାନକୁ ଅପହରଣ କରି ନେଇଥିଲେ।

Netflix କୁ କେନ୍ଦ୍ର ସରକାରଙ୍କ ଜୋରଦାର ଛାଟ, ଜାଣନ୍ତୁ ସବସ୍କ୍ରାଇବରଙ୍କ ଉପରେ କଣ ପଡ଼ିବ ପ୍ରଭାବ?
Netflix: ଆଜିକାଲି ବିଜୟ ବର୍ମାଙ୍କ (Vijay Varma) ଅଭିନୀତ ୱେବ୍ ସିରିଜ୍ ଆଇସି 814 ଦ କାନ୍ଦାହାର ହାଇଜାକ୍ ଏବେ ଅନେକ ବିବାଦରେ ରହିଛି। ଅଗଷ୍ଟ ୨୯ରେ ନେଟଫ୍ଲିକ୍ସରେ ମୁକ୍ତିଲାଭ କରିଥିବା ଏକ ବାସ୍ତବ ଜୀବନ କାହାଣୀରୁ ଅନୁପ୍ରାଣିତ ହୋଇଛି ଏହି ସିରିଜ୍ । ରିଲିଜ୍ ହେବା ପରେ ଏହି ୱେବ ସିରିଜକୁ ଅନଲାଇନରେ ସମାଲୋଚନା କରାଯିବା ପରେ ସରକାର ନେଟଫ୍ଲିକ୍ସର କଣ୍ଟେଣ୍ଟ ମୁଖ୍ୟଙ୍କୁ ନୋଟିସ ପଠାଇଛନ୍ତି । ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଟଫ୍ଲିକ୍ସ କାର୍ଯ୍ୟନିର୍ବାହୀଙ୍କୁ ସେପ୍ଟେମ୍ବର ୨, ମଙ୍ଗଳବାର ଦିନ ହାଜର ହେବାକୁ ନିର୍ଦ୍ଦେଶ ଦେଇଛି। 
 
ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ନେଟଫ୍ଲିକ୍ସ କାର୍ଯ୍ୟନିର୍ବାହୀଙ୍କୁ ସେପ୍ଟେମ୍ବର ୨ ତାରିଖ ମଙ୍ଗଳବାର ହାଜର ହେବାକୁ ନୋଟିସ୍ ପଠାଇଛି। ସିରିଜ୍ ଆଇସି 814 ୧୯୯୯ ମସିହାରେ ଇଣ୍ଡିଆନ୍ ଏୟାରଲାଇନ୍ସ ଫ୍ଲାଇଟ୍ ୮୧୪ ଅପହରଣ ଘଟଣାକୁ ନେଇ ଗଠିତ। ସିରିଜ ରେ ପରିବର୍ତ୍ତନ ହେବା ପରେ ସୋସିଆଲ ମିଡିଆରେ ତୀବ୍ର ବିବାଦ ଦେଖାଦେଇଛି । ଏହି ସିରିଜରେ ଦୁଇ ଜଣ ଅପହରଣକାରୀଙ୍କ ନାମ ହିନ୍ଦୁ ହୋଇଥିବାରୁ ଏହି ହଙ୍ଗାମା ଦେଖାଦେଇଛି।
 
ଅନୁଭବ ସିହ୍ନାଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ୱେବ୍ ସିରିଜ୍ ୧୯୯୯ କନ୍ଦାହାର ହାଇଜାକ୍ ଉପରେ ଆଧାରିତ। ୧୯୯୯ ମସିହା ସେପ୍ଟେମ୍ବର ୨୪ ତାରିଖରେ କାଠମାଣ୍ଡୁରୁ ଉଡ଼ାଣ ଭରିବାର ପ୍ରାୟ ୪୦ ମିନିଟ୍ ପରେ ୫ ଜଣ ଆତଙ୍କବାଦୀ ଏହି ଭାରତୀୟ ବିମାନକୁ ଅପହରଣ କରି ନେଇଥିଲେ।
 
ସେପଟେ ସୋସିଆଲ ମିଡିଆରେ ଏହି ସିରିଜକୁ ବହିଷ୍କାର କରିବାକୁ ବାରମ୍ବାର ଦାବି ହେଉଛି । ସୋସିଆଲ ମିଡିଆରେ 'ବୟକଟ୍ ନେଟ୍ ଫ୍ଲିକ୍ସ', 'ବୟକଟ୍ ବଲିଉଡ' ଓ 'ହ୍ୟାସଟ୍ୟାଗ  IC814' ଭାଇରାଲ ହେବାରେ ଲାଗିଛି। ଅନେକ ଏକ୍ସ ସୋସିଆଲ ମିଡିଆ ବ୍ୟବହାରକାରୀ ଏକ ସମ୍ପ୍ରଦାୟର ଆତଙ୍କବାଦୀଙ୍କୁ ବଞ୍ଚାଇବା ପାଇଁ ଅପହରଣକାରୀଙ୍କ ନାମ ଶଙ୍କର ଏବଂ ଭୋଲାଙ୍କ ନାମ ପରିବର୍ତ୍ତନ କରିଛନ୍ତି ବୋଲି ଦାବି କରି ପୋଷ୍ଟ ସେୟାର କରିଛନ୍ତି। 
 
ଏମିତି ରହିଛି ଧାରାବାହିକର କାହାଣୀ
୧୯୯୯ ଡିସେମ୍ବର ୨୪ ତାରିଖରେ କାଠମାଣ୍ଡୁରୁ ଦିଲ୍ଲୀ ଅଭିମୁଖେ ଯାତ୍ରା କରୁଥିବା ବେଳେ ୫ ଜଣ ଆତଙ୍କବାଦୀ ଇବ୍ରାହିମ ଅତହର, ସନ୍ନି ଅହମ୍ମଦ କାଜି, ଜହୁର ଇବ୍ରାହିମ, ସାହିଦ ଅଖତର ଏବଂ ସଇଦ ଶାକିର ଆଇସି-814 ବିମାନକୁ ଅପହରଣ କରି ନେଇଥିଲେ। ୮ ଦିନ ଧରି ଅତି କମରେ ୧୫୪ ଜଣ ଯାତ୍ରୀ ଓ କର୍ମଚାରୀଙ୍କୁ ବନ୍ଧକ ରଖାଯାଇଥିଲା, ଯାହାର ଅନ୍ତ ସେତେବେଳେ ହୋଇଥିଲା ଯେତେବେଳେ ହାର୍ଡକୋର ଆତଙ୍କବାଦୀ ମାସୁଦ ଆଝାର, ଓମାର ଶେଖ୍ ଏବଂ ମୁସ୍ତାକ ଅହମ୍ମଦ ଜର୍ଗରଙ୍କୁ ମୁକ୍ତ କରାଯାଇଥିଲା ଏବଂ ତତ୍କାଳୀନ ବୈଦେଶିକ ବ୍ୟାପାର ମନ୍ତ୍ରୀ ଯଶବନ୍ତ ସିଂହ ସେମାନଙ୍କୁ ଏକ ସ୍ୱତନ୍ତ୍ର ବିମାନରେ କାନ୍ଦାହାର ନେଇଯାଇଥିଲେ । 
 
ଏହି ଅଭିନେତାମାନେ ସିରିଜରେ କରିଛନ୍ତି ଅଭିନୟ
IC 814: କାନ୍ଦାହାର ହାଇଜାକ୍ ରେ ବିଜୟ ବର୍ମା, ନସିରୁଦ୍ଦିନ ଶାହା, ପଙ୍କଜ କପୁର, ମନୋଜ ପାହୱା, କୁମୁଦ ମିଶ୍ର, ଅରବିନ୍ଦ ସ୍ୱାମୀ, ଦିୟା ମିର୍ଜା ଓ ପତ୍ରଲେଖା ପ୍ରମୁଖ ଅଭିନୟ କରିଛନ୍ତି।