non-bailable warrant against Kangana Ranaut : କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ!: ଜେଲ୍ ଯିବେ କି କଙ୍ଗନା ?
Advertisement
Article Detail0/zeeodisha/odisha2346194

non-bailable warrant against Kangana Ranaut : କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ!: ଜେଲ୍ ଯିବେ କି କଙ୍ଗନା ?

Non-bailable warrant against Kangana Ranaut : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ ବିବାଦ ସବୁବେଳେ ଲାଗି ରହିଥାଏ।  ଜଣାଶୁଣା ଗୀତିକାର ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବାକୁ ଦାବି କରିଛନ୍ତି। ପୁରା ପଢନ୍ତୁ...

Kangana Ranaut

Kangana Ranaut in defamation case : ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତଙ୍କୁ ନେଇ ବିବାଦ ସବୁବେଳେ ଲାଗି ରହିଥାଏ। କଙ୍ଗନା ଫିଲ୍ମ ଇଣ୍ଡଷ୍ଟି ଛାଡି ରାଜନୀତି ଆଡକୁ ମୁହାଁଇଥିଲେ ମଧ୍ୟ କିଛି ବିବାଦ କଙ୍ଗନାଙ୍କ ପିଛା ଛାଡୁନାହିଁ । ଜଣାଶୁଣା ଗୀତିକାର ଜାଭେଦ ଅଖତର କଙ୍ଗନାଙ୍କ ବିରୋଧରେ ଜାମିନ ବିହୀନ ୱାରେଣ୍ଟ ଜାରି କରିବାକୁ ଦାବି କରିଛନ୍ତି। ବିଜେପି ନେତା ତଥା ମଣ୍ଡି ଲୋକସଭା ସାଂସଦ କଙ୍ଗନାଙ୍କ ଅସୁବିଧା ଆଗକୁ ବଢିପାରେ ବୋଲି କୁହାଯାଉଛି।

ସୁଚନା ଅନୁଯାୟୀ କଙ୍ଗନାଙ୍କୁ ଗତକାଲି (ଶନିବାର) କୋର୍ଟରେ ହାଜର ହେବାକୁ ଥିଲା। ଜାଭେଦଙ୍କ ଓକିଲ ଜୟ ଭରଦ୍ବାଜଙ୍କ ଅନୁଯାୟୀ କଙ୍ଗନା ହାଜର ନହେବା ପାଇଁ କୋର୍ଟରୁ ଛୁଟି ମାଗିଥିଲେ, କିନ୍ତୁ କଙ୍ଗନାଙ୍କ ଆବେଦନକୁ କୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ। ଏହାପରେ ବି କଙ୍ଗନା କୋର୍ଟରେ ହାଜର ହୋଇନଥିଲେ। ଜୟ ଭରଦ୍ବାଜ କହିଛନ୍ତି ଯେ କଙ୍ଗନାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରାଯିବା ସତ୍ତ୍ବେ ଅଭିନେତ୍ରୀ ପୂର୍ବ ତାରିଖରେ କୋର୍ଟରେ ପହଞ୍ଚି ନଥିଲେ। କଙ୍ଗନାଙ୍କ ବିରୋଧରେ ମାର୍ଚ୍ଚ ୧, ୨୦୨୧ରେ ଜାମିନ ଆବେଦନ ଜାରି କରାଯାଇଥିବାବେଳେ କଙ୍ଗନା ଏହାକୁ ବାତିଲ କରିଦେଲେ।

ଅଦାଲତରେ ଶୁଣାଣି ବେଳେ ଜୟ ଭରଦ୍ବାଜ କୋର୍ଟଙ୍କୁ କହିଛନ୍ତି ଯେ ଅଭିଯୁକ୍ତମାନେ କୋର୍ଟର ଶୁଣାଣି ବିଳମ୍ବ କରିବାକୁ ବାରମ୍ବାର ଚେଷ୍ଟା କରୁଛନ୍ତି। ଅଭିଯୁକ୍ତଙ୍କ ବିରୋଧରେ ଜାମିନବିହୀନ ୱାରେଣ୍ଟ ଜାରି କରିବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନାହିଁ। ତେବେ କୋର୍ଟ ଏହି ଦାବିକୁ ସ୍ଥଗିତ ରଖି କଙ୍ଗନାଙ୍କୁ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି।