Ollywood news: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ, ସନଲିସାଙ୍କ ସହ କଥା ହେଲେ କୁନା ତ୍ରିପାଠୀ
Advertisement
Article Detail0/zeeodisha/odisha1978699

Ollywood news: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ, ସନଲିସାଙ୍କ ସହ କଥା ହେଲେ କୁନା ତ୍ରିପାଠୀ

Ollywood News: ଯଦି ସରକାର ୫ଦଫା ଦାବିର କୌଣସି ସମାଧାନ ନକରନ୍ତି ଆସନ୍ତା କାଲିଠାରୁ ପ୍ରଥା ଚଳଚ୍ଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନରେ ବସିବେ ଓ ଯଦି ତାଙ୍କର କିଛି ହୁଏ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି।

Ollywood news: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ, ସନଲିସାଙ୍କ ସହ କଥା ହେଲେ କୁନା ତ୍ରିପାଠୀ

Ollywood News: ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନର ଦ୍ବିତୀୟ ଦିନରେ ଅନେକ ପ୍ରଯୋଜକ, ନିର୍ଦ୍ଦେଶକ, କଳାକାର, ନୃତ୍ୟ ନିର୍ଦ୍ଦେଶକ, ଫାଇଟ୍ ମାଷ୍ଟର, କ୍ୟାମେରାମ୍ୟାନ୍, ସଂଳାପକାର, କାହାଣୀକାର ଯୋଗ ଦେଇ ସେମାନଙ୍କ ସମର୍ଥନ ଜଣାଇଥିଲେ। ଗତକାଲି ଠାରୁ ୫ଦଫା ଦାବି ନେଇ ଆରମ୍ଭ ହୋଇଥିବା ଓଡ଼ିଆ ଚଳଚ୍ଚିତ୍ର ବଞ୍ଚାଅ ଅଭିଯାନ ଅଧିକରୁ ଅଧିକ ସମର୍ଥନ ହିଁ ଚଳଚ୍ଚିତ୍ର ପ୍ରତି ଅଧିକରୁ ଅଧିକ ଭଲ ପାଇବା ଦର୍ଶାଉଛି।

ଯଦି ସରକାର ୫ଦଫା ଦାବିର କୌଣସି ସମାଧାନ ନକରନ୍ତି ଆସନ୍ତା କାଲିଠାରୁ ପ୍ରଥା ଚଳଚ୍ଚିତ୍ର ପ୍ରଯୋଜିକା ସନଲିସା ପଟେଲ୍ ଆମରଣ ଅନଶନରେ ବସିବେ ଓ ଯଦି ତାଙ୍କର କିଛି ହୁଏ ସେଥି ପାଇଁ ସରକାର ଦାୟୀ ରହିବେ ବୋଲି ପ୍ରେସ୍ ଇସ୍ତାହାରରେ ସୂଚନା ଦେଇଛନ୍ତି। ଆଜିର ଧାରଣାରେ ଅଭିନେତା ତଥା ରାଜ୍ୟ ଚଳଚ୍ଚିତ୍ର ଉନ୍ନୟନ ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ (Kuna tripathy) ପହଞ୍ଚି ନିଜର ସହ କଳାକାରଙ୍କ ସହ ଆଲୋଚନା କରିଥିଲେ । ଏଥିସହ ଓଲିଉଡ ସୁପରଷ୍ଟାର ଅରିନ୍ଦମ ରୟ (Arindam roy), ଅଭିନେତା ପାର୍ଥସାରଥୀ, ଅଖିଳ ପଟ୍ଟନାୟକ, ରୋଷନ ଅଗ୍ରୱ।ଲ୍, କୁମାର, ଅଭିନେତ୍ରୀ ପିଙ୍କି ପ୍ରଧାନ, ନିର୍ଦ୍ଦେଶକ ବବି ଇସଲାମ, ତାପସ ସରଘରିଆ, ତିରୁପତି ସାହୁ, ସଂଳାପ ଲେଖକ ଡଃ ରଜନୀ ରଞ୍ଜନ, ସତୀଶ ମିଶ୍ର, କ୍ୟାମେରାମ୍ୟାନ ବାପି, ସଂଗୀତ ନିର୍ଦ୍ଦେଶକ ପ୍ରେମ୍‌ ଆନନ୍ଦ, ସଂଭାବନାର ସଂପାଦକ ଦେବ ପ୍ରସାଦ ପରିଜା, ପ୍ରଯୋଜକ ସଂଜୟ ପାତ୍ର, ଦୀପକ ମହାନ୍ତି , ରଞ୍ଜନ ପଟେଲ୍ ପ୍ରମୁଖ ଉପସ୍ଥିତ ଥିଲେ।

Also Read- Building Collapses: ଘରର କାନ୍ଥ ଭୁଶୁଡ଼ି ୨ ମୃତ ଜଣେ ଗୁରୁତର

Also Read- indian economy: ଆସନ୍ତା ସାତ ବର୍ଷ ମଧ୍ୟରେ ୩ ନମ୍ୱରରେ ରହିବ ଭାରତର ଅର୍ଥନୀତି