Sushant Singh Rajput Case: ରିଆ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ ଆଶ୍ବସ୍ତି
Advertisement

Sushant Singh Rajput Case: ରିଆ ଚକ୍ରବର୍ତ୍ତୀଙ୍କୁ ମିଳିଲା ବଡ ଆଶ୍ବସ୍ତି

Sushant Singh Rajput Case: ସୁଶାନ୍ତ ସିଂ ମୃତ୍ୟୁ ମାମଲା (Sushant Singh Rajput Case)। ଏହି ମାମଲାରେ ରିଆ ଚକ୍ରବର୍ତ୍ତୀଙ୍କୁ ଆଶ୍ବସ୍ତି ମିଳିଛି । ଏନସିବିକୁ(Ncb) ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କ(sc) କହିଛନ୍ତି ଯେ,ରିଆ ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଚ କରାଯିବ ନାହିଁ। ପଢନ୍ତୁ ଏହି ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Sushant Singh Rajput Case: ସୁଶାନ୍ତ ସିଂ ମୃତ୍ୟୁ ମାମଲା (Sushant Singh Rajput Case)। ଏହି ମାମଲାରେ ରିଆ ଚକ୍ରବର୍ତ୍ତୀଙ୍କୁ ଆଶ୍ବସ୍ତି ମିଳିଛି । ଏନସିବିକୁ(Ncb) ମଙ୍ଗଳବାର ଦିନ ସୁପ୍ରିମକୋର୍ଟଙ୍କ(sc) କହିଛନ୍ତି ଯେ,ରିଆ ଚକ୍ରବର୍ତ୍ତୀଙ୍କୁ ଦିଆଯାଇଥିବା ଜାମିନକୁ ଚ୍ୟାଲେଞ୍ଚ କରାଯିବ ନାହିଁ। ଡ୍ରଗ୍ସ ମାମଲାରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ, ରିୟା ଚକ୍ରବର୍ତ୍ତୀଙ୍କୁ (Rhea Chakraborty)ଗିରଫ କରାଯାଇଥିଲା। ପରେ ୨୦୨୧ ଅକ୍ଟୋବରରେ ରିୟାଙ୍କୁ ବମ୍ବେ ହାଇକୋର୍ଟରୁ ଜାମିନ ମିଳିଥିଲା ।  ରିଆ ଡ୍ରଗ୍ ସିଣ୍ଡିକେଟର ସକ୍ରିୟ ସଦସ୍ୟ ଥିବା ଏବଂ ସୁଶାନ୍ତ ସିଂହ ରାଜପୁତଙ୍କୁ ନିଶା ଖୁଆଉଥିବ‌ା ଏନ୍‌ସିବି ଅଭିଯୋଗ କରିଥିଲା। ନିଜର ବୟଫ୍ରେଣ୍ଡ ସୁଶାନ୍ତ ସିଂହ ରାଜପୁତଙ୍କ ଅପମୃତ୍ୟୁ ଓ ନିଶା ସମ୍ବନ୍ଧୀୟ ମାମଲାରେ ଗିରଫ ହେବାର ମାସକ ପରେ ରିଆଙ୍କୁ ୧ ଲକ୍ଷ ଟଙ୍କାର ମୁଚାଲିକାରେ ଏବଂ କୋର୍ଟଙ୍କ ବିନା ଅନୁମତିରେ ଦେଶ ବାହାରକୁ ନ ଯିବାର ସର୍ତ୍ତରେ ଗତବର୍ଷ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ।

Also Read: Jajpur Bus Accident: କୋରେଇରେ ଓଲଟିଲା ଯାତ୍ରୀବାହୀ ବସ୍ ,୪୨ ରୁ ଅଧିକ...

Also Read: Jatra Actress Rani Panda: ଗରିବଙ୍କ ଦୁଃଖସୁଖର ସାଥୀ ରାଣୀ ପଣ୍ତା, ଜାଣନ୍ତୁ ଅଭିନେତ୍ରୀଙ୍କ ବିଷୟରେ କିଛି ଖାସ୍ କଥା

ସୁଶାନ୍ତଙ୍କ ମୃତ୍ୟୁ ପରେ, ଅଭିନେତ୍ରୀ ତଥା ପ୍ରେମିକାଙ୍କୁ ବାନ୍ଧବୀ ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ଚାର୍ଜସିଟ୍ ଦାଲଖ କରିଥିଲା ଏନସିବି। ରିୟା (Rhea Chakraborty) ସୁଶାନ୍ତ ସିଂ ରାଜପୁତଙ୍କ ପାଇଁ ଅନେକ ଥର ଡ୍ରାଗ୍ସ କ୍ରୟ କରିବା ସହ ତାଙ୍କୁ ନିୟମିତ ଡ୍ରଗ୍ସ ଯୋଗାଇ ଆସୁଥିବା ଏନସିବି ଚାର୍ଜସିଟରେ ଉଲ୍ଲେଖ କରିଥିଲା। ଏହି ମାମଲାରେ ୩୫ ଜଣ ଅଭିଯୁକ୍ତଙ୍କ ବିରୋଧରେ ମୋଟ ୩୮ଟି ମାମଲା ଦାଏର କରାଯାଇଥିଲା। ସମସ୍ତଙ୍କ ବିରୋଧରେ ସୁଶାନ୍ତ ସିଂଙ୍କୁ ନିଶାଗ୍ରସ୍ତ କରାଇବାର ଅଭିଯୋଗ ରହିଛି। ଏଥିରେ ରିଆ ଚକ୍ରବର୍ତ୍ତୀଙ୍କ ଭାଇ ସୋଭିକ ଚକ୍ରବର୍ତ୍ତୀ ମଧ୍ୟ ସାମିଲ ହୋଇଥିବା କହିଥିଲା ଏନସିବି। ଏନସିବିର ଚାର୍ଜସିଟରେ ଉଲ୍ଲେଖ କରିଥିଲା ଯେ,‘ରିୟା ଚକ୍ରବର୍ତ୍ତୀ ସୁଶାନ୍ତଙ୍କୁ ନିୟମିତ ଭାବେ ଡ୍ରାଗ୍ସ ଯୋଗାଉଥିଲେ। ସେମୁଅଲ ମିରାଣ୍ଡା, ସୋଭିକ ଚକ୍ରବର୍ତ୍ତୀ, ଦୀପେଶ ସାବନ୍ତ ଏବଂ ଅନ୍ୟମାନଙ୍କଠାରୁ ବହୁତ ଥର ରିୟା ଗଞ୍ଜେଇ କିଣିଛନ୍ତି। ଗଞ୍ଜେଇ ନେବା ପରେ ତାକୁ ସୁଶନ୍ତ ସିଂ ରାଜପୁତଙ୍କୁ ଦେଇଥାନ୍ତି ରିୟା। 

Also Read: Horoscope Today 19 July 2023: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର? 

Also Read: Top 10 youngest IAS Officer: ଏମାନେ ହେଉଛନ୍ତି କମ୍ ବୟସରେ IAS ବନିଥିବା ୧୦ ଭାରତୀୟ

Also Read: Amarnath Yatra 2023: ଯାତ୍ରା ବେଳେ ପ୍ରାଣ ହରାଣଲେଣି ୩୦ ତୀର୍ଥଯାତ୍ରୀ, ପାହାଡ ଚଢିବା ବେଳେ ଚାଲିଗଲା ୩ ଜୀବନ

Also Read: Nita Ambani Diet Plan:  ଏହି ଡାଏଟ୍ ପ୍ଲାନକୁ ଫଲ୍ଲୋ କରି ସୁପର ଫିଟ୍ ଅଛନ୍ତି ନୀତା ଅମ୍ବାନୀ

 

 

ସୂଚନା ଅନୁସାରେ, ୨୦୨୦ ମସିହା ଜୁନ ୧୪ ତାରିଖରେ ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ (Sushant Singh Rajput ) ତାଙ୍କ ଘରୁ ମୃତ ଅବସ୍ଥାରେ ପୋଲିସ୍ ଉଦ୍ଧାର କରିଥିଲା। ସୁଶାନ୍ତଙ୍କ ମୃତ୍ୟୁ ଖବରରେ ସ୍ତବ୍ଧ ହୋଇଯାଇଥିଲା ସାରା ଦେଶ। ସୁଶାନ୍ତଙ୍କ ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନଥିଲେ ପରିବାର, ବନ୍ଧୁବାନ୍ଧବ, ଫ୍ୟାନ୍ସ ଏବଂ ସାଥୀ କଳାକାର। ପରେ ସୁଶାନ୍ତଙ୍କ ମୃତ୍ୟୁ ପାଇଁ ତାଙ୍କ ପରିବାର ଲୋକେ ରିୟା ଚକ୍ରବର୍ତ୍ତୀଙ୍କୁ ଦାୟୀ କରିଥିଲେ। ପୋଲିସ୍ ମାମଲାର ଯାଞ୍ଚ କରୁକରୁ ବଲିଉଡରେ ଚାଲିଥିବା ଡ୍ରାଗ୍ସ ଏବଂ ଗଞ୍ଜେଇ କାରବାର ସମ୍ପର୍କରେ ଜଣାପଡ଼ିଥିଲା।