ତମାଣ୍ଡୋ ବିଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ଼, ଘର ମାଲିକଙ୍କୁ ଭଡ଼ାଟିଆ ନୁହେଁ ବରଂ ବନ୍ଧୁକୁ ହତ୍ୟା କରିଛି ବନ୍ଧୁ
Advertisement
Article Detail0/zeeodisha/odisha2302421

ତମାଣ୍ଡୋ ବିଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ଼, ଘର ମାଲିକଙ୍କୁ ଭଡ଼ାଟିଆ ନୁହେଁ ବରଂ ବନ୍ଧୁକୁ ହତ୍ୟା କରିଛି ବନ୍ଧୁ

ତମାଣ୍ଡୋ ଥାନା ଅନ୍ତର୍ଗତ ରେତଙ୍ଗ ଅଞ୍ଚଳରେ ରହୁଥିଲେ ଦୁଇ ଯୁବକ। ସେଥିରୁ ୩୫ ବର୍ଷିୟ ସୁଶାନ୍ତ ଶତପଥୀ ରୋଷେୟା କାମ କରୁଥିବା ବେଳେ ତାଙ୍କ ସାଙ୍ଗ ରଞ୍ଜନ ମିସ୍ତ୍ରୀ କାମ କରୁଥିଲେ।

ତମାଣ୍ଡୋ ବିଭତ୍ସ ହତ୍ୟା ଘଟଣାରେ ନୂଆ ମୋଡ଼, ଘର ମାଲିକଙ୍କୁ ଭଡ଼ାଟିଆ ନୁହେଁ ବରଂ ବନ୍ଧୁକୁ ହତ୍ୟା କରିଛି ବନ୍ଧୁ

ଭୁବନେଶ୍ଵର: ରାଜଧାନୀରେ ହୋଇଥିବା ବିଭତ୍ସ ହତ୍ୟାକାଣ୍ଡ ଘଟଣାର ନୁଆ ମୋଡ଼। ଘର ମାଲିକଙ୍କୁ ଭଡାଟିଆ ହତ୍ୟା କରିଥିବା ଘଟଣା ପ୍ରଘଟ ହୋଇଥିଲା। ହେଲେ ଏହାର ସତ୍ୟତା ପ୍ରକାଶ କରିଛି କମିଶନରେଟ୍ ପୁଲିସ। ହତ୍ୟାକାରୀକୁ ଧରିଲା ତମାଣ୍ଡୋ ଥାନା ପୁଲିସ। ଏ ନେଇ ଆଜି ଡିସିପି ପ୍ରତୀକ ସିଂହ ସାମ୍ୱାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। 

ଡିସିପି ପ୍ରତୀକ ସିଂଙ୍କ ତଥ୍ୟ ଅନୁସାରେ, ତମାଣ୍ଡୋ ଥାନା ଅନ୍ତର୍ଗତ ରେତଙ୍ଗ ଅଞ୍ଚଳରେ ରହୁଥିଲେ ଦୁଇ ଯୁବକ। ସେଥିରୁ ୩୫ ବର୍ଷିୟ ସୁଶାନ୍ତ ଶତପଥୀ ରୋଷେୟା କାମ କରୁଥିବା ବେଳେ ତାଙ୍କ ସାଙ୍ଗ ରଞ୍ଜନ ମିସ୍ତ୍ରୀ କାମ କରୁଥିଲେ। ଦୁହେଁ ଗୋଟିଏ ଘରେ ଭଡ଼ାରେ ରହୁଥିଲେ। ଗତକାଲି ରାତିରେ ଦୁହେଁ ନିଶାସକ୍ତ ଅବସ୍ଥାରେ ରୁମକୁ ଫେରିଥିଲେ। ଏହା ଭିତରେ ଦୁହିଁଙ୍କ ଭିତରେ କଣ ବଚସା ହୋଇଥିଲା ଯାହାକୁ ନେଇ ସୁଶାନ୍ତଙ୍କୁ ପିଟି ପିଟି ହତ୍ୟା କରିଥିଲା ରଞ୍ଜନ। ହତ୍ୟା ପରେ ସୁଶାନ୍ତଙ୍କ ମୃତଦେହକୁ ନେଇ ରାସ୍ତା କଡାରେ ଫିଙ୍ଗି ଦେଇ ଆସିଥିଲା। ଏହି ଘଟଣାର ଯାଞ୍ଚ ପରେ ପୁଲିସ ଏହି ତଥ୍ୟ ପ୍ରକାଶ କରିବା ସହ ହତ୍ୟାର କାରଣ ଖୋଜିବା ଜାରି ରଖିଛି ପୋଲିସ। ତେବେ ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ।