କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ାଯାତ୍ରା, ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ହେବ ରଥଟଣା
Advertisement
Article Detail0/zeeodisha/odisha2338157

କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ାଯାତ୍ରା, ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ହେବ ରଥଟଣା

Kendrapara: ବାହୁଡ଼ା ଦଶମୀରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସକାଳ ୬ଟାରେ ଇଚ୍ଛାପୁରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯାଇଥିଲା।

କେନ୍ଦ୍ରାପଡ଼ାରେ ଆଜି ବାହୁଡ଼ାଯାତ୍ରା, ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ହେବ ରଥଟଣା

କେନ୍ଦ୍ରାପଡ଼ା: ଚତୁର୍ଦ୍ଧାମୂର୍ତ୍ତି ଆଜି ଜନ୍ମବେଦି ଛାଡ଼ି ବାହୁଡ଼ା ଯାତ୍ରାରେ ରତ୍ନବେଦି ଅଭିମୁଖେ ବାହାରିବେ। ନବଦିନାତ୍ମକ ଲୀଳା ଖେଳା ସାରି ଜନ୍ମବେଦିରୁ ରତ୍ନବେଦିକୁ ବାହୁଡ଼ିବେ ଆରାଧ୍ୟ ଦେବତା ସିଦ୍ଧ ବଳଦେବଜୀଉ। ଏ ନେଇ ଭକ୍ତ ଏବଂ ସେବାୟତଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି। ଏନେଇ ପୂର୍ବ ନୀତି ନିର୍ଘଣ୍ଟ ନେଇ ନୀତିକାନ୍ତି ଆରମ୍ଭ ହୋଇଯାଇଛି। ଅପରାହ୍ନ ୨ଟାରେ ଶ୍ରୀଜୀଉଙ୍କ ରଥଟଣା ହେବ। ଶ୍ରଦ୍ଧାଳୁଙ୍କ ଗହଳିକୁ ଦୁଷ୍ଟିରେ ରଖି ପୁଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ଏ ନେଇ ଚଳଚଞ୍ଚଳ ମାଉସୀମାଠୁ ଶ୍ରୀବଳଦେବଜୀଉଙ୍କ ପୀଠ। 

ବାହୁଡ଼ା ଦଶମୀରେ ପାରମ୍ପରିକ ରୀତିନୀତି ଅନୁଯାୟୀ ସକାଳ ୬ଟାରେ ଇଚ୍ଛାପୁରସ୍ଥ ଗୁଣ୍ଡିଚା ମନ୍ଦିରରେ ଶ୍ରୀଜୀଉଙ୍କ ମଙ୍ଗଳ ଆଳତି କରାଯାଇଥିଲା। ସାଢ଼େ ୮ଟାରେ ଗୋପାଳବଲ୍ଲଭ ଧୂପ, ମଧ୍ୟାହ୍ନରେ ଖେଚୁଡ଼ି ଭୋଗ ପରେ ସେନାପଟା ଲାଗି ହୋଇଥିଲା। ପୂର୍ବାହ୍ନ ୧୦ଟାରେ ଶ୍ରଦ୍ଧାଳୁ ଓ ଜିଲା ପୁଲିସ ବାହିନୀ ବ୍ରହ୍ମ ତାଳଧ୍ୱଜ ରଥକୁ ଦକ୍ଷିଣମୋଡ଼ କରିଥିଲେ। ସନ୍ଧ୍ୟା ୬ଟାରେ ମନ୍ଦିରର ବାହୁଡ଼ା ଦ୍ୱାର ବାଟ ଦେଇ ଧାଡ଼ି ପହଣ୍ଡରେ ଶ୍ରୀଜୀଉଙ୍କୁ ରଥାରୂଢ଼ କରାଯାଇଥିଲା। ପରେ ଅନ୍ୟାନ୍ୟ ରୀତିନୀତି ଅନୁଯାୟୀ ଆଳତି ଓ ପୂଜାର୍ଚ୍ଚନା ହୋଇଥିଲା।