ମହଙ୍ଗା ପଡ଼ିଲା ଧର୍ମକୁ ନେଇ ରାଜନୀତି, ପୁଣି ବିବାଦରେ ଅନୁଭବ ମହାନ୍ତି
Advertisement

ମହଙ୍ଗା ପଡ଼ିଲା ଧର୍ମକୁ ନେଇ ରାଜନୀତି, ପୁଣି ବିବାଦରେ ଅନୁଭବ ମହାନ୍ତି

ସଂଖ୍ୟାଲଘୁଙ୍କ ଅନୁକମ୍ପା ହାତେଇବା ଲକ୍ଷ୍ୟରେ ସେ ଖେଳିଥିବା କାର୍ଡ ତାଙ୍କୁ ଏବେ ମହଙ୍ଗା ପଡ଼ିଛି। କେନ୍ଦ୍ରାପଡ଼ାକୁ 'ମାଇନରିଟି କମ୍ୟୁନିଟି ଡିଷ୍ଟ୍ରିକ୍ଟ' ବା 'ସଂଖ୍ୟାଲଘୁ ସଂପ୍ରଦାୟ ଜିଲ୍ଲା' ଭାବରେ ଘୋଷଣା କରିବାକୁ ସାଂସଦ ମହାଶୟଙ୍କ ପ୍ରସ୍ତାବ ପାଇଁ ସୋସିଆଲ ମିଡିଆରେ ତାଙ୍କୁ କରାଯାଉଛି ସାଂଘାତିକ ଟ୍ରୋଲ୍ କରାଯାଉଛି।

ଫାଇଲ ଫଟୋ

ନୂଆଦିଲ୍ଲୀ: ଚର୍ଚ୍ଚାରେ କେନ୍ଦ୍ରାପଡ଼ା ସାଂସଦ ଅନୁଭବ ମହାନ୍ତିଙ୍କ ଚିଠି। ଗତ ଡିସେମ୍ବରରେ ସେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁଖତାର ଆବାସ ନକଭୀଙ୍କୁ ସେହି ଚିଠି ଲେଖିଥିଲେ। ଯାହାକୁ ନେଇ କେନ୍ଦ୍ରାପଡ଼ାରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ସଂଖ୍ୟାଲଘୁଙ୍କ ଅନୁକମ୍ପା ହାତେଇବା ଲକ୍ଷ୍ୟରେ ସେ ଖେଳିଥିବା କାର୍ଡ ତାଙ୍କୁ ଏବେ ମହଙ୍ଗା ପଡ଼ିଛି। କେନ୍ଦ୍ରାପଡ଼ାକୁ 'ମାଇନରିଟି କମ୍ୟୁନିଟି ଡିଷ୍ଟ୍ରିକ୍ଟ' ବା 'ସଂଖ୍ୟାଲଘୁ ସଂପ୍ରଦାୟ ଜିଲ୍ଲା' ଭାବରେ ଘୋଷଣା କରିବାକୁ ସାଂସଦ ମହାଶୟଙ୍କ ପ୍ରସ୍ତାବ ପାଇଁ ସୋସିଆଲ ମିଡିଆରେ ତାଙ୍କୁ କରାଯାଉଛି ସାଂଘାତିକ ଟ୍ରୋଲ୍ କରାଯାଉଛି।

ସାମାଜିକ ଗଣମାଧ୍ୟମରେ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି (Anubhav Mohanty) ଙ୍କ ଚିଠି ଭାଇରାଲ୍ ହେବାପରେ ସେ ଜମେଇକରି ଟ୍ରୋଲର ଶିକାର ହେଉଛନ୍ତି। ସଂଖ୍ୟାଲଘୁ ମୁସଲମାନଙ୍କ ଅନୁକମ୍ପା ହାତେଇବା ଲକ୍ଷ୍ୟରେ ସେ ଯେଉଁ କାର୍ଡ ଖେଳିଛନ୍ତି, ତାକୁ ସବୁ ମହଲରେ ନାକ ଟେକାଯାଇଛି। ଗତ ଡିସେମ୍ବର ୨୦୨୦ରେ କେନ୍ଦ୍ର ସଂଖ୍ୟାଲଘୁ ବ୍ୟାପାର ମନ୍ତ୍ରୀ ମୁକ୍ତାର ଆବାସ ନକଭିଙ୍କୁ ଚିଠି ଲେଖିଥିଲେ ଅନୁଭବ। ଚିଠିରେ କେନ୍ଦ୍ରାପଡାର ସଂଖ୍ୟାଲଘୁଙ୍କ ଉନ୍ନତି ପାଇଁ କିଛି ପ୍ରସ୍ତାବ ଦେଇଥିଲେ।

Also Read: Twitter କୁ ଝଟକା: ଏତଲା ଦାୟର କଲେ ଯୋଗୀ ସରକାର

 

ସଂଖ୍ୟାଲଘୁଙ୍କ ଦକ୍ଷତା ବୃଦ୍ଧି ପାଇଁ ଆଇଟିଆଇ ଖୋଲିବାକୁ ସାଂସଦ ପ୍ରସ୍ତାବ ଦେଇଥିଲେ। ସଂଖ୍ୟାଲଘୁ ଛାତ୍ରଛାତ୍ରୀଙ୍କ ପାଇଁ ମେଗା ଅର୍ବାନ ହଷ୍ଟେଲ ନିର୍ମାଣ କରିବାକୁ ମଧ୍ୟ ପ୍ରସ୍ତାବ ଦେଇଥିଲେ। ହେଲେ ଚିଠିର ଦ୍ବିତୀୟ ପୃଷ୍ଠାରେ ଥିବା ଏକ ଲେଖା ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ଲାଗିଯାଇଥିଲା ନିଆଁ। ସେଥିରେ ସାଂସଦ ମହାଶୟ କେନ୍ଦ୍ରାପଡ଼ାକୁ 'ମାଇନରିଟି କମ୍ୟୁନିଟି ଡିଷ୍ଟ୍ରିକ୍ଟ' ବା 'ସଂଖ୍ୟାଲଘୁ ସଂପ୍ରଦାୟ ଜିଲ୍ଲା' ଭାବରେ ଘୋଷଣା କରିବାକୁ ପ୍ରସ୍ତାବ ଦେଇଛନ୍ତି। ଯାହାକୁ ନେଇ ସାରା ରାଜ୍ୟରେ ଖେଳିଯାଇଛି ତୀବ୍ର ପ୍ରତିକ୍ରିୟା। ଖୋଦ୍ ଜିଲ୍ଲାବାସୀ ମଧ୍ୟ ଧର୍ମକୁ ନେଇ ଅନୁଭବଙ୍କ ରାଜନୀତି ମହଙ୍ଗା ପଡ଼ିବ ବୋଲି ଚେତାଇ ଦେଇଛନ୍ତି।

କେନ୍ଦ୍ରାପଡ଼ା (Kendrapara) ଜିଲ୍ଲାରେ ସଂଖ୍ୟାଲଘୁ ଶ୍ରେଣୀର ଲୋକଙ୍କ ସଂଖ୍ୟା ହେଉଛି ମାତ୍ର ୩ ପ୍ରତିଶତ। ତେଣୁ ସେମାନଙ୍କ ପାଇଁ କେନ୍ଦ୍ରାପଡ଼ାକୁ 'ସଂଖ୍ୟାଲଘୁ ସଂପ୍ରଦାୟ ଜିଲ୍ଲା' ଘୋଷଣା କରିବାକୁ କେନ୍ଦ୍ରମନ୍ତ୍ରୀଙ୍କଠାରେ ଅନୁଭବଙ୍କ ଅପିଲ ତାଙ୍କୁ ରାଜନୈତିକ ମହଲରେ କୋଣଠୋସା କରିଦେଇଛି। ଏପରିକି ତାଙ୍କ ନିଜ ଦଳରୁ ବି ତାଙ୍କ ପାଇଁ ଉଠୁନି ଦୃଢ଼ ସମର୍ଥନର ହାତ। ଅବଶ୍ୟ ଏ ସମ୍ପର୍କରେ ବିଜେଡି ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ପାରିନାହିଁ। ଅନୁଭବ ସର୍ବଦା ଚର୍ଚ୍ଚାରେ ରହିବାକୁ ଭଲ ପାଉଥିବା ବେଳେ ଏଭଳି ଶସ୍ତା ଚିଠି ଲେଖିଥିବା କହିଛନ୍ତି ଜିଲ୍ଲାର ବିଶିଷ୍ଟ ସଂଖ୍ୟାଲଘୁ ନେତା।

Also Read: Bihar Politics: ନୀତିଶ କୁମାରଙ୍କ ଅପରେସନ୍ LJP, ଚିରାଗ ପରେ ଏହି ନେତାଙ୍କ ପାଳି

ସାଂସଦଙ୍କ ଏଭଳି ଚିଠି ସବୁ ବର୍ଗର ଲୋକଙ୍କୁ ଚକିତ କରିଛି। ତେବେ ଅନୁଭବ ଏପର୍ଯ୍ୟନ୍ତ କୌଣସି ସ୍ପଷ୍ଟୀକରଣ ନ ଦେଇ ଚୁପ୍ ବସିଥିବାରୁ କେନ୍ଦ୍ରାପଡ଼ାବାସୀ ଆଗକୁ ଯେ ଆହୁରି ପ୍ରତିକ୍ରିୟାଶୀଳ ହେବେ, ଏହା ନିଃସନ୍ଦେହ।