Koraput News: ଆମେରିକା ଯିବେ କୋରାପୁଟର ଆଦିବାସୀ ପୁଅ
Advertisement

Koraput News: ଆମେରିକା ଯିବେ କୋରାପୁଟର ଆଦିବାସୀ ପୁଅ

ବିଦେଶ ଗସ୍ତରେ ଯିବେ ଆଦିବାସୀ ପୁଅ ହରି ପାଙ୍ଗି । ଜଳବାୟୁ ପରିବର୍ତ୍ତନ ଓ ବିବିଧତା ସମ୍ପର୍କିତ ଆଲୋଚନାଚକ୍ରରେ ନେବେ ଭାଗ । ମିଳିଛି ତିନୋଟି ସହର ପରିଭ୍ରମଣ କରିବାର ସୁଯୋଗ ମିଳିଛି।

 

Koraput News: ଆମେରିକା ଯିବେ କୋରାପୁଟର ଆଦିବାସୀ ପୁଅ

Koraput news: ପ୍ରଥମ ଥର ପାଇଁ ଆମେରିକା (America) ଯିବେ କୋରାପୁଟ ଜିଲ୍ଲା ସେମିଳିଗୁଡା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁଡା ଗ୍ରାମର ହରି ପାଙ୍ଗି। ପେଶାରେ ସେ ଜଣେ ବୈଦ୍ୟ। ଜିଲ୍ଲା ପ୍ରଶାସନର ସାହାଯ୍ୟ ସହଯୋଗରେ ଗାଁ ନିକଟରେ ଏକ ଜଡ଼ିବୁଟିର କେନ୍ଦ୍ର ଖୋଲିଛନ୍ତି। ଏହାରି ପରିସରରେ ବିଭିନ୍ନ ପ୍ରକାରର ଜଡ଼ିବୁଟି ଗଛ ଲଗାଇ ତାହାର ଯତ୍ନ ମଧ୍ୟ ନେଉଛନ୍ତି। ଏହା ବ୍ୟତୀତ ବିଭିନ୍ନ ଦୂରାରୋଗ ପାଇଁ ଔଷଧ ତିଆରି କରିବା ଦିଗରେ ଗବେଷଣା କରୁଛନ୍ତି। ନିଜସ୍ୱ ଉଦ୍ୟମରେ ଆଗକୁ ବଢୁଥିବା ଏହି ଯୁବ ସ୍ବେଚ୍ଛାସେବୀ ତଥା ବୈଦ୍ୟ ହରି ପାଙ୍ଗି ନିକଟରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଓଡିଶା ଏନଭରନମେଣ୍ଟ କଂଗ୍ରେସ (Odisha environment congress) ତରଫରୁ ଗ୍ରୀନ ଆମ୍ବାସଡାର ପୁରସ୍କାର ପାଇଥିଲେ। ଆଉ ଏବେ ଆମେରିକାର ୱାସିଙ୍ଗଟନ(Washington) ଡିସିରେ ଆସନ୍ତା ମାର୍ଚ୍ଚ ମାସରେ ଅନୁଷ୍ଠିତ ହେବାକୁ ଥିବା ଇଣ୍ଟରନ୍ୟାସନାଲ ଲିଡ଼ରସିପ ଭିଜିଟର୍ସ ପ୍ରୋଗ୍ରାମରେ ଯୋଗ ଦେବା ପାଇଁ ଡାକରା ଆସିଛି।

ଜଳବାୟୁ ପରିବର୍ତ୍ତନ ଓ ବିବିଧତା (Climate change and biodiversity conservation in United States) ସମ୍ପର୍କିତ ଆଲୋଚନାଚକ୍ରରେ ଭାଗ ନେବା ସହିତ ଆମେରିକାର ତିନୋଟି ସହର ପରିଭ୍ରମଣ କରିବାର ସୁଯୋଗ ମିଳିଛି। ଏହାକୁ ନେଇ ହରି ପାଙ୍ଗି ଖୁସି ବ୍ୟକ୍ତ କରିବା ସହିତ କୋରାପୁଟ ଜିଲ୍ଲାର ଜଣେ ଆଦିବାସୀଙ୍କୁ ଏହି ସୁଯୋଗ ମିଳିଥିବାରୁ ସେ ଧନ୍ୟବାଦ ଜଣାଇଛନ୍ତି।

ଯଦି ସୁଯୋଗ ମିଳେ ତେବେ, ଓଡ଼ିଶାର ତଥା କୋରାପୁଟ ଜିଲ୍ଲାର ଜଳବାୟୁ ଓ ବିବିଧତା ସମ୍ପର୍କରେ  କିଛି କହିବେ ବୋଲି କହିଛନ୍ତି। ଆସନ୍ତା ମାର୍ଚ୍ଚ ମାସ ୧୩ ତାରିଖରୁ ୩୧ ତାରିଖ ଯାଏଁ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।  ଆସନ୍ତା ମାର୍ଚ୍ଚ ମାସ ୧୦ ତାରିଖରେ ଆମେରିକା ଅଭିମୁଖେ ଯାତ୍ରା କରିବେ ହରି ପାଙ୍ଗି। ଏହି ଖବର ପ୍ରସାରଣ ପରେ ସମଗ୍ର ଜିଲ୍ଲାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।