କନ୍ଧମାଳ ଜିଲ୍ଲାରେ ଲଜ୍ଜା; ଅନ୍ତସ୍ୱତା ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ
Advertisement

କନ୍ଧମାଳ ଜିଲ୍ଲାରେ ଲଜ୍ଜା; ଅନ୍ତସ୍ୱତା ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ

ପୋଲିସ ଏନେଇ ମାମଲା ରୁଜୁ କରି ପିଡିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଇଛି । ଅନ୍ୟପଟେ ନାବାଳିକା ଛାତ୍ରୀ ଜଣକ କିଭଳି ଆଉ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ସେ ଦିଗରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଡ଼ାକି ପୋଲିସ ତଦନ୍ତ ଚଳାଇଛି ।

କନ୍ଧମାଳ ଜିଲ୍ଲାରେ ଲଜ୍ଜା; ଅନ୍ତସ୍ୱତା ହେଲେ ଷଷ୍ଠ ଶ୍ରେଣୀ ଛାତ୍ରୀ

ଦାରିଙ୍ଗବାଡି: ପ୍ରିୟବ୍ରତ ସାହୁ; କନ୍ଧମାଳ ଜିଲ୍ଲାରେ (Kandhamal District) ପୁଣି ଲଜ୍ଜା । ଜଣେ ଷଷ୍ଠ ଶ୍ରେଣୀର ନାବାଳିକା ଛାତ୍ରୀ ଦୁଇମାସର ଅନ୍ତସ୍ୱତା (Pregnant) ହୋଇଛନ୍ତି । ଦାରିଙ୍ଗବାଡି ଥାନା (Daringbadi Police Station) ଅଞ୍ଚଳର ଏକ ଆଶ୍ରମ ବିଦ୍ୟାଳୟରୁ ଆସିଛି ଏଭଳି ଲଜ୍ଜା ଜନକ ଘଟଣାର ଅଭିଯୋଗ । କୋରୋନା ପାଇଁ ଦୀର୍ଘ ଦିନ ହେଲା ବିଦ୍ୟାଳୟ ଗୁଡ଼ିକ ବନ୍ଧ ରହିଥିଲା । ସରକାରଙ୍କ ଗାଇଡ଼ଲାଇନ ଆସିବା ପରେ ଗତ ନଭେମ୍ବର ୧୫ ରୁ ଷଷ୍ଠ ଓ ସପ୍ତମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଛି ।

ଆଉ ଏଭଳି ସ୍ଥଳେ ସମ୍ପୃକ୍ତ ନାବାଳିକା ଜଣକ ମଧ୍ୟ  ଆଶ୍ରମ ବିଦ୍ୟାଳୟକୁ ଆସିଥିଲେ । ତେବେ ଗତ ୩୦ ତାରିଖରେ ଆଶ୍ରମ ବିଦ୍ୟାଳୟରେ ରୁଟିଂ ଚେକିଙ୍ଗ ବେଳେ ଛାତ୍ରୀ ଜଣକ ଦୁଇମାସର ଅନ୍ତଶ୍ୱତା ବା ଗର୍ଭବତୀ ରହିଥିବା ଜଣାପଡ଼ିଥିଲା । ଜାହାରିଫଳରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷ ଏନେଇ ଦାରିଙ୍ଗବାଡି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

ପୋଲିସ ଏନେଇ ମାମଲା ରୁଜୁ କରି ପିଡିତା ନାବାଳିକାଙ୍କ ଡାକ୍ତରୀ ମାଇନା କରାଇଛି । ଅନ୍ୟପଟେ ନାବାଳିକା ଛାତ୍ରୀ ଜଣକ କିଭଳି ଆଉ କେଉଁ ପରିସ୍ଥିତିରେ ଗର୍ଭବତୀ ହେଲେ ସେ ଦିଗରେ ଆଶ୍ରମ ବିଦ୍ୟାଳୟର କର୍ତ୍ତୃପକ୍ଷଙ୍କୁ ଡ଼ାକି ପୋଲିସ ତଦନ୍ତ ଚଳାଇଛି ।

ଏହା ବି ପଢ଼ନ୍ତୁ: ବାରଣ ସତ୍ତ୍ୱେ ଉଡ଼ନ୍ତା ବିମାନରେ ବିଲେଇକୁ ସ୍ତନ୍ୟପାନ କରାଇଲେ ମହିଳା

ଏହା ବି ପଢ଼ନ୍ତୁ: Cyclone Jawad Update: 10 ଟି ବିନ୍ଦୁରେ ଜାଣନ୍ତୁ ବାତ୍ୟା ଜୱାଦର ବର୍ତ୍ତମାନର ଅପଡେଟ୍

ଏହା ବି ପଢ଼ନ୍ତୁ: ପୁରୁଷ ମାନଙ୍କର ଷ୍ଟାମିନା ବଢ଼ାଇବାର ରାମବାଣ, ଏହି ଜିନିଷ ଖାଇଲେ ମିଳିବ ଆଶ୍ଚର୍ଯ୍ୟଜନକ ଲାଭ