କୋରୋନା କଟକଣା ଭିତରେ ପାଳିତ ହେଲା ନୂଆଁଖାଇ ପର୍ବ
Advertisement
Article Detail0/zeeodisha/odisha983884

କୋରୋନା କଟକଣା ଭିତରେ ପାଳିତ ହେଲା ନୂଆଁଖାଇ ପର୍ବ

କାମାକ୍ଷାନଗର (Kamakhyanagar) ଠାରେ ଥିବା ମହିମାଗାଦିରେ ନୂଆଁଖାଇ ପର୍ବ (Nuakhai festival) ପାଳିତ ହୋଇଛି । ବେଶ ଧୂମଧାମରେ ଏହି ପର୍ବକୁ ଅଞ୍ଚଳବାସି ପାଳନ କରିଥାନ୍ତି । କିନ୍ତୁ କୋରୋନା ମହାମାରି ଯୋଗୁଁ ସରକାର ମନ୍ଦିରରେ ଭକ୍ତ ସମାଗମକୁ ଏତେ ମାତ୍ରାରେ ଦେଖିବାକୁ ମିଳି ନଥିଲା ।

କୋରୋନା କଟକଣା ଭିତରେ ପାଳିତ ହେଲା ନୂଆଁଖାଇ ପର୍ବ

କାମାକ୍ଷାନଗର: ଶଦାଶିବ ସେଠି; ଆଜି ହେଉଛି କୃଷି ଭିତ୍ତିକ ମହାନ ପର୍ବ ତାସହିତ ପଶ୍ଚିମ ଓଡିଶାର ଗଣପର୍ବ ନୂଆଁଖାଇ (Nuakhai) । ଏହି ନୂଆଁଖାଇ ନବାର୍ନ ଭାବେ ବେଶଜଣାଶୁଣା । ଗାଁଠୁ ସହର ଯାଏଁ ସବୁଠି ଦେଖାଦେଇଥାଏ ଉତ୍ସବର ମାହୋଲ । ଢେଙ୍କାନାଳ ଜିଲ୍ଲା (Dhenkanal district) କାମାକ୍ଷାନଗର ମହିମା ଗାଦିରେ (Mahima gadi) ପ୍ରତିବର୍ଷ ଭଳି ଏବର୍ଷ ମଧ୍ୟ ନିଆରା ଢଙ୍ଗରେ ନୂଆଁଖାଇ ପର୍ବ (Nuakhai festival) ପାଳିତ ହୋଈଛି । ୨ବର୍ଷର ହେଲା କୋରୋନା କଟକଣା (Corona guidelines) ପାଇିଁ ନୂଆଁଖାଇ ମଉଜ ଟିକେ ଫିକା ପଡିଛି । ସରକାରଙ୍କ ନିୟମକୁ ମାନି ଶନିବାର ଦିନ କମ ସଂଖ୍ୟକ ଭକ୍ତମାନଙ୍କୁ ନେଇ ନୂଆଖାଇ ପାଳିତ ହୋଇଛି ।

କାମାକ୍ଷାନଗର (Kamakhyanagar) ଠାରେ ଥିବା ମହିମାଗାଦିରେ ନୂଆଁଖାଇ ପର୍ବ (Nuakhai festival) ପାଳିତ ହୋଇଛି । ବେଶ ଧୂମଧାମରେ ଏହି ପର୍ବକୁ ଅଞ୍ଚଳବାସି ପାଳନ କରିଥାନ୍ତି । କିନ୍ତୁ କୋରୋନା ମହାମାରି ଯୋଗୁଁ ସରକାର ମନ୍ଦିରରେ ଭକ୍ତ ସମାଗମକୁ ଏତେ ମାତ୍ରାରେ ଦେଖିବାକୁ ମିଳି ନଥିଲା । ତେଣୁ ଏ ବର୍ଷ ଖୁମ କମ ସଂଖ୍ୟକ ଭକ୍ତ ମାନଙ୍କୁ ନେଇ ଏହି ନୂଆ ପାଳନ କରାଯାଇଛି । 

ଅଧିକ ପଢ଼ନ୍ତୁ: Bengal Bypolls: ମମତା ବାନାର୍ଜୀଙ୍କ ପାଖରେ ରହିଛି ଏତିକି ସମ୍ପତ୍ତି, ନିର୍ବାଚନ ଆଫିଡେଭିଟରେ ହେଲା ଖୁଲାସା

ବହ୍ମ ମୁହୂର୍ତ୍ତରୁ ଉଠି ମହିମା ଭକ୍ତମାନେ ନିତ୍ୟକର୍ମ ସାରି ନୂଆଁ ବସ୍ତ୍ର ପରିଧାନ କରି ଏକତ୍ରିତ ହୋଇ ଭଜନ ଓ କିର୍ତ୍ତନ କରିଥାନ୍ତି । କିନ୍ତୁ ଏସବୁ ଏବର୍ଷ ଦେଖିବାକୁ ମିଳି ନଥିଲା । ଏହାପାଇଁ ସୂଦୂର ଆଠଗଡରୁ ଆସିଥାଏ ନୂତନ ଧାନ । ସେଥିରୁ ନୂତନ ଚୂଡା ପ୍ରସ୍ତୁତ କରାଯାଇଥାଏ । ପ୍ରାତଃ ୪.୩୦ ମିନିଟ ସମୟରେ ଭକ୍ତମାନେ ଏକାଠି ହୋଇ ସୂର୍ଯ୍ୟୋଦୟ ପୂର୍ବରୁ ନୂଆଁ ଧାନରେ ତିଆରି ଚୂଡାକୁ କଦଳି,ସେଓ,ନଡିଆ, ମହୁ,ଘିଅ, କ୍ଷିର,ଦହି,ଗୁଡ ଆଦିରେ ପ୍ରସ୍ତୁତ ନବାନ୍ନକୁ ଏକ ନୂତନ ମାଟି ପାତ୍ରରେ ଅମୁଣିଆ ମଣ୍ଡପଠାରେ ଶୂନ୍ୟ ଠାକୁର ଅଲେଖ ମହିମାଙ୍କୁ ଅର୍ପଣ କରାଯାଇଥାଏ। ଏହାକୁ ମହିମା ଧର୍ମରେ ଅମୁଣିଆ ବୋଲି କୁହାଯାଇଥାଏ । ମହିମା ଧର୍ମୀ ସାଧୁଙ୍କ ଆଶୀର୍ବାଦ ନେଇ ଭକ୍ତ ମାନେ ନିଜ ପରିବାରର ଆରୋଗ୍ୟ କାମନା କରିଥାନ୍ତି । 

ଓଡ଼ିଶାର ପ୍ରସିଦ୍ଧ ମହିମା ମଠ ଭାବେ ପରିଚିତ ଜୋରନ୍ଦା ମଠରେ ପ୍ରଥମେ ନୂଆଁଖାଇ ପାଳନ ପରେ କାମାକ୍ଷାନଗର ସ୍ଥିତ ମହିମା ଗାଦି ଠାରେ ଏହି ଗଣ ପର୍ବକୁ ଜିଲ୍ଲା ତଥା ଜିଲ୍ଲା ବାହାରୁ ଭକ୍ତ ମାନେ ଆସିଥାନ୍ତି । କିନ୍ତୁ କୋରୋନା କଟକଣା ଯୋଗୁଁ ବାହାର ଭକ୍ତ କିମ୍ବା ଲୋକମାନଙ୍କ ସମାଗମକୁ ଏଡାଇ ଦିଆଯାଇଛି । ଏହା ପରେ ସମସ୍ତ ଭକ୍ତ, ସାଧୁ ସନ୍ଥ ମାନେ ଏକାଠି ନବାନ୍ନକୁ ଭକ୍ଷଣ କରିଥାନ୍ତି । ସମଗ୍ର ବିଶ୍ବର କଲ୍ୟାଣ ଓ ବିଶ୍ବରୁ କୋରୋନା ମହାମାରି ଦୂରେଇ ଯାଉ ବୋଲି ସାଧୁ ମାନେ ଅଲେଖ ମହିମାଙ୍କ ନିକଟରେ ପ୍ରାଥନା କରିଛନ୍ତି ।

ଅଧିକ ପଢ଼ନ୍ତୁ: ଭଲ ଖବର! କୃଷକଙ୍କ ଆକାଉଣ୍ଟରେ ଆସିବ ୪୦୦୦ ଟଙ୍କା, ଜାଣନ୍ତୁ କେବେ ପାଇବେ ଏହାର ଲାଭ?

ବିଶେଷକରି ଧାନ ଅମଳର ଖୁସିରେ ଚାଷିମାନେ ଏହାକୁ ପାଳନ କରିଥାନ୍ତି । ୧୮୬୨ ମସିହାରୁ ଏକ ଚାଳ ଘରେ ଏହି ପର୍ବ ପାଳନ କରାଯାଉଥିଲା ଯାହା ୧୮୭୫ ମସିହାରେ ନୂତନ ଆଶ୍ରମ ନିର୍ମାଣ ହେବା ଠାରୁ ପ୍ରତ୍ୟେକ ବର୍ଷ ନୂଆଁ ଖାଇ ପାଳିତ ହୋଇ ଆସୁଅଛି । ପଶ୍ଚିମ ଓଡିଶାରେ ନୂଆଁଖାଇକୁ ମା' ସମଲେଶ୍ବରୀଙ୍କ ପାଖରେ ରୀତିନିତି ଅନୁସାରେ ପୂଜାର୍ଚ୍ଚନା କରିବା ପରେ ନୂତନ ଧାନରେ ପ୍ରସ୍ତୁତ ଚୂଡାକୁ ନବାନ୍ନ ଭାବରେ ଲଗାଯାଇଥାଏ । କିନ୍ତୁ ମହିମାଧର୍ମର ଲୋକମାନେ ନୂତନ ଧାନରୁ ପ୍ରସ୍ତୁତ ଚୂଡା ଓ ସୁବାସିତ ଫଳ,କ୍ଷିର ଗୁଡରେ ପ୍ରସ୍ତୁତ ନବାନ୍ନକୁ ଅଲେଖ ମହିମା ପ୍ରଭୂଙ୍କୁ ଅର୍ପଣ କରିଥାନ୍ତି । ତେବେ ଏଠାକୁ ଆସିଥିବା ଭକ୍ତମାନେ ପ୍ରାତଃ ସମୟରୁ ବିଧି ମୁତାବକ ଏହି ପର୍ବକୁ ପାଳନ କରିଥାନ୍ତି ।

ଅଧିକ ପଢ଼ନ୍ତୁ: ମଥୁରା-ବୃନ୍ଦାବନକୁ ଘୋଷଣା କରାଗଲା ତୀର୍ଥସ୍ଥାନ, ମଦ ଓ ମାଂସ ବିକ୍ରୟ ଉପରେ ଲାଗିଲା ପ୍ରତିବନ୍ଧକ

ଏହି ନୂଆଁଖାଇକୁ ମହିମା ଧର୍ମାବଲମ୍ବୀ ଭକ୍ତ ମାନେ ବାର୍ଷିକ ଉତ୍ସବ ଭାବେ ମଧ୍ୟ ପାଳନ କରିଥାନ୍ତି । ବିଶ୍ବାସ ଅଛି ଯେ ବର୍ଷର ପ୍ରଥମ ଶଷ୍ୟ ବା ଧାନକୁ ଅର୍ପଣ କଲେ ଭଲ ଅମଳ ହେବା ସହ ଜଗତର ମଙ୍ଗଳ ହେବ । ତେଣୁ ଏହି ପର୍ବକୁ ମହିମା ଧର୍ମାମଲମ୍ବି ମାନେ ଆନନ୍ଦ ଉଲ୍ଲାସର ପାଳନ କରିଥାନ୍ତି ।