Rahul Gandhi Balangir Rally: ବଲାଙ୍ଗୀରଠାରେ ଆୟୋଜିତ ଏକ ମହାସମାବେଶ ରେ ସେ ଯୋଗ ଦେଇ ଭୋଟରଓ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତୁ ନଜର ପକାଇବା ତାଙ୍କ ଭାଷଣର ୧୦ ପ୍ରମୁଖ ବିନ୍ଦୁ ଉପରେ ।
Trending Photos
ଭୁବନେଶ୍ୱର: କଂଗ୍ରେସ୍ ଷ୍ଟାର କ୍ୟାମ୍ପେନର ରାହୁଏ ଗାନ୍ଧି ଆଜି (୧୫ ମଇ) ଓଡ଼ିଶା ଗସ୍ତରେ ଆସିଛନ୍ତି। ବଲାଙ୍ଗୀରଠାରେ ଆୟୋଜିତ ଏକ ମହାସମାବେଶ ରେ ସେ ଯୋଗ ଦେଇ ଭୋଟରଓ ପ୍ରାର୍ଥୀଙ୍କୁ ଉତ୍ସାହିତ କରିଥିଲେ। ଆସନ୍ତୁ ନଜର ପକାଇବା ତାଙ୍କ ଭାଷଣର ୧୦ ପ୍ରମୁଖ ବିନ୍ଦୁ ଉପରେ:
1. ଏ ନିର୍ବାଚନ ଲଢ଼େଇ ଦୁଇ ବିଚାରଧାରା ମଧ୍ୟରେ ଚାଲିଛି। କିନ୍ତୁ ଏକ ରାଜନୀତିକ ଦଳ ନିର୍ବାଚନ ଜିତିଲେ ସମ୍ବିଧାନକୁ ନଷ୍ଟ କରିଦେବେ। ଆଜି ଯାଏ ଯାହା ବି କିଛି ପଛୁଆବର୍ଗ, ଦଳିତ ଆଦିବାସୀଙ୍କୁ ଭାରତରେ ମିଳିଛି ତାହା ସମ୍ବିଧାନ ଦେଇଛି। ମୁଁ ଏଠାରେ କହିବାକୁ ଚାହିଁବି ଯେ ଦେଶର କୌଣସି ଶକ୍ତି ଏହି ସମ୍ବିଧାନକୁ ବଦଳାଇପାରିବ ନାହିଁ। ଯାହା ଗାନ୍ଧିଜୀ, ନେହରୁ, ଆମ୍ବେଦକର ଯେଉଁ ଶକ୍ତି ଏହି ଆଦିବାସୀଙ୍କୁ ଦେଇଛନ୍ତି ତାହାକୁ ସେମାନେ ହଟାଇବାକୁ ଚାହିଁଛନ୍ତି। କଂଗ୍ରେସ ପାର୍ଟି ତାଙ୍କ ଅଭିଳାସକୁ କେବେ ପୂରଣ କରିବ ନାହିଁ।
2. ୨୪ ବର୍ଷର ମନରେଗା ବାବଦ ଅର୍ଥ ୧୬ ଲକ୍ଷ କୋଟି ଟଙ୍କା ସେମାନେ ମାତ୍ର ୨୨ଜଣ ଲୋକଙ୍କୁ ଦେଇଛନ୍ତି। ଭାରତରେ କୃଷକ, ଛାତ୍ରଙ୍କ ଋଣକୁ ଛାଡ଼ କରିନାହାନ୍ତି କିନ୍ତୁ ଅରବପତିଙ୍କ ଋଣ ଛାଡ଼ କରିଛନ୍ତି। କୃଷକ, ଗରିବ କାନ୍ଧରେ ଅନେକ ବୋଝ ରହିଛି। ହସ୍ପିଟାଲ୍ ହେଉ, ସ୍କୁଲ୍ ହେଉ ସବୁଠି ଆପଣ କଷ୍ଟ ସହୁଛନ୍ତି କାରଣ ସରକାର ଆପଣଙ୍କୁ ରକ୍ଷା ନକରି ୨୨/୨୫ ଲୋକଙ୍କ ସୁବିଧାକୁ ଧ୍ୟାନ ଦେଉଛି। ଇଣ୍ଡିଆ ମେଣ୍ଟ ସରକାରକୁ ଆସିଲେ ଏହା ରହିବ ନାହିଁ।
3. ୫୦ ପ୍ରତିଶତ ପଛୁଆ ବର୍ଗ ଆମ ଭାରତରେ ରହିଛନ୍ତି। ୧୫ ପ୍ରତିଶତ ଦଳିତ, ୮% ଆଦିବାସୀ, ୧୫ % ସଂଖ୍ୟାଲଘୁ, ୫ ପ୍ରତିଶତ ଗରିବ। କିନ୍ତୁ ଦେଶରେ ଏହି ୯୦ ପ୍ରତିଶତର କିଛି ଭାଗିଦାରୀ ନାହିଁ। ଟିଭି ମିଡିଆରେ ମୋଦୀ, ଶିଳ୍ପପତିଙ୍କ ପରିବାରର ବାହାଘର ଦେଖିବାକୁ ମିଳିବ କିନ୍ତୁ କୃଷକ, ଆଦିବାସୀ, ଦଳିତଙ୍କ ସ୍ୱର ଦେଖିବାକୁ ମିଳିବ ନାହିଁ। କାରଣ ମିଡିଆରେ ଆପଣଙ୍କ ଭଳି କୌଣସି ପଛୁଆ ବର୍ଗ ନାହାନ୍ତି। ମାଲିକ କୁହନ୍ତୁ କି ବରିଷ୍ଠ ମ୍ୟାନେଜ୍ମେଣ୍ଟ ଗୋଷ୍ଠୀ କୌଣସି ସ୍ଥାନରେ ଏହି ବର୍ଗ ମିଳିବ ନାହିଁ।
4. ଭାରତର ବଡ଼ ବଡ କମ୍ପାନୀ, ମାଲିକଙ୍କ ତାଲିକା, ଏଠାର ମ୍ୟାନେଜ୍ମେଣ୍ଟ ଗୋଷ୍ଠୀ ପ୍ରଭୃତିରେ ମଧ୍ୟ ଏହି ବର୍ଗ ଦେଖିବାକୁ ମିଳନ୍ତି ନାହିଁ। ତଥାପି ଏମାନଙ୍କୁ ବ୍ୟାଙ୍କ ଋଣ ଛାଡ଼ ହେଉଛି, ଜଳ, ଜମି ଜଙ୍ଗଲ ମିଳୁଛି ଆପଶ ଦେଖିବାରେ ରହୁଛନ୍ତି।
5. ଦିଲ୍ଲୀରେ ସରକାରଙ୍କୁ ୯୦ ଜଣ ଅଫିସର ଚଳାଉଛନ୍ତି। ଏଥିରୁ ମାତ୍ର ତିନିଜଣ ପଛୁଆବର୍ଗର। ଜଣେ ଆଦିବାସୀ ରହିଛନ୍ତି ଏବଂ ଜଣେ ଆଦିବାସୀ।
6. କଂଗ୍ରେସ ସରକାର ହେଲେ ପ୍ରତି ମହିଳାଙ୍କ ଆକାଉଣ୍ଟକୁ ମାସକୁ ୮ହଜାର ୫୦୦ ହିସାବରେ କୋଟି କୋଟି ମହିଳାଙ୍କୁ ବର୍ଷକରେ ୧ ଲକ୍ଷ ଟଙ୍କା ଯାଏ ଦିଆଯିବ। ଏହି ଟଙ୍କା ଗରିବଙ୍କ ପକେଟକୁ ଯିବ ତ ସେଥିରେ ସ୍ଥାନୀୟ ବଜାରରେ କାରବାର ହେବ। ଏହାଦ୍ୱାରା ଯେଉଁ ଫ୍ୟାକ୍ଟ୍ରୀ ଆଜି ବନ୍ଦ ପଡ଼ିଛି ସେସବୁ ଚାଲୁ ହୋଇଯିବ। ଏହା ହେଲେ ସେହି ପରିବାର ଲୋକଙ୍କୁ ଫ୍ୟାକ୍ଟ୍ରୀରେ ରୋଜଗାର ମିଳିବ। ଆମେ ଭାରତର ଆର୍ଥିକ ବଜାରର ଇଞ୍ଜିନ୍କୁ ଜମ୍ପ ଷ୍ଟାର୍ଟ କରିବାକୁ ଯାଉଛୁ।
7. ମୋଦୀ ସରକାର ଯେଉଁ ୧୬ ଲକ୍ଷ କୋଟି ଟଙ୍କା ଶିଳ୍ପପତିଙ୍କ ଋଣ ବାବଦରେ ଛାଡ଼ କରିଛନ୍ତି ତାହା ଭାରତରେ ଖର୍ଚ୍ଚ ହୋଇ ନାହିଁ। ବିଦେଶକୁ ଯାଇଛି କିନ୍ତୁ ଆମେ ଯେଉଁ ସହାୟତା କୋଟି କୋଟିମ ହିଳାଙ୍କୁ ଦେବୁ ତାହା ସ୍ଥାନୀୟ ଅଞ୍ଚଳରେ କାରବାର ହେବ।
8. ଆମେ ସରକାରକୁ ଆସିଲେ କୃଷିଋଣ ଛାଡ଼ ହେବ, ଏମ୍ଏସ୍ପି ମିଳିବ, ବୀମା ଅର୍ଥ ୩୦ ଦିନରେ ମିଳିବ।
9. ଓଡ଼ିଶାରେ ବହୁତ ଲୋକ ମନରେଗା କାମ କରୁଛନ୍ତି, ଆଶା ଓ ଅଙ୍ଗନବାଡ଼ିରେ କାମ କରୁଛନ୍ତି। ୪ ଜୁନରେ ସରକାରକୁ ଆସିଲେ ମନରେଗା ଶ୍ରମିକଙ୍କ ଭତ୍ତା ୪୦୦ ଟଙ୍କା ହେବ। ଆଜି ଆଶା ଓ ଅଙ୍ଗନବାଡ଼ି ଯେତିକି ଅର୍ଥ ପାଉଛନ୍ତି ତହା ଦ୍ୱିଗୁଣିତ ହେବ।
10. ୩୦ ଲକ୍ଷ ସରକାରୀ ଚାକିରି ଖାଲିପଡ଼ିଛି। ତାହାକୁ ଉନ୍ମୁକ୍ତ କରରଯିବ। ଯୁବକଙ୍କ ପାଇଁ ପ୍ରଥମ ଚାକିରି ପକ୍କା କରାଯିବ। ଏଥିରେ ୧ ବର୍ଷ ଚାକିରି ପକ୍କା କରାଯିବ। ବେରାଜଗୁର ଯୁବକଙ୍କୁ ପ୍ରତି ମାସରେ ମିଳିବ ୮ ହଜାର ଟଙ୍କା। ବର୍ଷକୁ ଏକ ଲକ୍ଷ ଟଙ୍କା ଲେଖାଏ ପ୍ରତି ବେକାର ଗ୍ରାଜୁଏଟଙ୍କୁ ମିଳିବ।