Cancer Yearly Prediction: ଆଉ ଗୋଟିଏ ଦିନ ପରେ ନବବର୍ଷ । ନୂଆବର୍ଷକୁ ସ୍ୱାଗତ କରିବାକୁ ଦେଶବାସୀ ଚାହିଁ ରହିଛନ୍ତି। କ୍ୟାଲେଣ୍ଡରର ତାରିଖ ବର୍ଷ ବଦଳିବା ସହ ଭାଗ୍ୟ ଭବିଷ୍ୟତ ବି ବଦଳିବ। ତେବେ ଚାଲନ୍ତୁ ଜାଣିବା ବର୍ଷ ୨୦୨୩ ରେ କର୍କଟ ରାଶିର ବ୍ୟକ୍ତିତ୍ୱଙ୍କ ପାଇଁ ଫଳାଫଳ କଣ ରହିଛି।
Trending Photos
Cancer 2023 Yearly Prediction: ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ, ଆସନ୍ତା ବର୍ଷ କର୍କଟ ରାଶିଙ୍କ ପାଇଁ ସୁଖଦ ଏବଂ ସ୍ୱାଭାବିକ ହେବାକୁ ଯାଉଛି। ବର୍ଷ ଆରମ୍ଭରେ ଅର୍ଥାତ୍ ଜାନୁଆରୀ ୧୭ରୁ ହିଁ ଶନି ଗ୍ରହ କର୍କଟ ରାଶିର ଅଷ୍ଟମ ଘରେ ପ୍ରବେଶ କରିବେ । ଯେଉଁ କାରଣରୁ କର୍କଟ ରାଶିର ବ୍ୟକ୍ତିତ୍ୱ ମାନେ ଶନି ଦହିୟା ଦ୍ୱାରା ପ୍ରଭାବିତ ହେବେ । ଏମିତିରେ ଶନିଦେବଙ୍କ ଅଶୁଭ ପ୍ରଭାବ ର ଚଳଣି ଯୋଗୁଁ ବର୍ଷର ଆରମ୍ଭ କିଛିଟା କଷ୍ଟ କରିବାକୁ ପଡ଼ିବାରେ । ମାତ୍ର ଗୁରୁ ଗ୍ରହର ଶୁଭ ସ୍ଥାନର ରହିବା କାରଣରୁ ଏହି ରାଶିର ବ୍ୟକ୍ତିତ୍ୱ ଲଗାତାର ଉନ୍ନତି କରିବାରେ ଲାଗିବେ। ତେବେ ଚାଲନ୍ତୁ ଜାଣିବା ବର୍ଷ ୨୦୨୩ ରେ ବିଭିନ୍ନ ଗ୍ରହଙ୍କ ଶୁଭ ଅଶୁଭ ସଙ୍କେତ ବିଷୟରେ ଯାହା କର୍କଟ ରାଶିର ଜାତକ ଉପରେ କି କି ପ୍ରଭାବ ପକାଇବେ।
କ୍ୟାରିୟର
ଜ୍ୟୋତିଷ ଶାସ୍ତ୍ର ଅନୁସାରେ କର୍କଟ ରାଶିର ବ୍ୟକ୍ତିତ୍ୱ ପାଇଁ ଆସୁଥିବା ବର୍ଷ କ୍ୟାରିୟର ଓ ବ୍ୟବସାୟ କ୍ଷେତ୍ରରେ ଶୁଭ ଫଳ ରହିବ।
ବର୍ଷର ପ୍ରଥମ ମାସ ଅର୍ଥାତ୍ ୧୭ ଜାନୁଆରୀ ପରେ ଶନିର ଛଟି ଆପଣଙ୍କ ଅଷ୍ଟମ ଭାଗରେ ରହିବ। ଏମିତିରେ କାର୍ଯ୍ୟସ୍ଥଳରେ ସିନିୟର ମାନଙ୍କ ଠାରୁ ବାଦ ବିବାଦରୁ ବଞ୍ଚନ୍ତୁ । ଏହି ସମୟରେ ଆପଣଙ୍କୁ କାମରେ ଅଧିକ ପ୍ରେସର ରହିବ ସତ ହେଲେ ଏପ୍ରିଲ ପରଠାରୁ ଆପଣଙ୍କ ଜୀବନ ସୁଖମୟ ହେବ।
ଆର୍ଥିକ ସ୍ଥିତି
ଚଳିତ ବର୍ଷ କର୍କଟ ରାଶିର ବ୍ୟକ୍ତିତ୍ୱଙ୍କ ପାଇଁ ଆର୍ଥିକ ସ୍ଥିତିରେ ବହୁତ ଶୁଭଫଳ ରହିଛି। ମାତ୍ର ଚଳିତ ବର୍ଷ ଟଙ୍କା ପଇସା କ୍ଷେତ୍ରରେ ସତର୍କତା ଅବଲମ୍ବନ କରିବା ମଧ୍ୟ ଜରୁରୀ। ନଚେତ୍ ଆପଣଙ୍କ ଆର୍ଥିକ ବଜେଟରେ ଅସ୍ଥିରତା ଦେଖାଦେଇପାରେ। ଏମିତି ହେଇପାରେ ଆପଣଙ୍କୁ ଲୋନ ନେବାକୁ ମଧ୍ୟ ପଡ଼ିପାରେ। ବର୍ଷ ୨୦୨୩ ଜାନୁଆରୀରୁ ଜୁନ ମଧ୍ୟରେ ଘର କିମ୍ବା ବାହାନ ନେବାର ସୁଯୋଗ ମଧ୍ୟ ମିଳିପାରେ।
ସ୍ୱାସ୍ଥ୍ୟ
ଚଳିତବର୍ଷ ଖାସ କରି ଜୁନ ଓ ଅକ୍ଟୋବର କିମ୍ବା ଡିସେମ୍ବର ମାସରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦିଅନ୍ତୁ। ବର୍ଷ ୨୦୨୩ ର ଆରମ୍ଭରୁ ହିଁ ଆଖି ସମସ୍ୟା ଓ ମୁଣ୍ଡବିନ୍ଧା ପରି ସମସ୍ୟା ଦେଖାଦେଇପାରେ।
ବୈବାହିକ ଜୀବନ
ଚଳିତ ବର୍ଷ ଆପଣଙ୍କ ଲଭ୍ ଲାଇଫ ଭଲ ରହିବ । ଆପଣଙ୍କ ସାଥୀ ସହିତ ଆପଣଙ୍କ ସମ୍ପର୍କରେ ସୁଧାର ଆସିବ। ଜୀବନସାଥୀଙ୍କ ଭାବନାକୁ ନଜର ଅନ୍ଦାଜ ବିଲକୁଲ ମଧ୍ୟ କରନ୍ତୁ ନାହିଁ। ସେହିପରି ଯେଉଁମାନେ ଅବିବାହିତ ଅଛନ୍ତି ସେମାନଙ୍କ ପାଇଁ ଚଳିତବର୍ଷ ଭଲ ଫଳପ୍ରଦ ରହିବ । ବିବାହର ଯୋଗ ରହୁଥିବା ବେଳେ ବର୍ଷ ୨୦୨୩ ରେ କର୍କଟ ରାଶିର ବ୍ୟକ୍ତିତ୍ୱଙ୍କ ପାଇଁ ଦାମ୍ପତ୍ୟ ଜୀବନ ସୁଖମୟ ରହିବ।
Also Read: Vitamin B12 : ଶାକାହାରୀମାନେ ଡାଏଟରେ ସାମିଲ କରନ୍ତୁ ଏସବୁ ଖାଦ୍ୟ,ଶରୀରରେ ଭିଟାମିନ୍ ବି ୧୨ର ହେବନି ଅଭାବ
Also Read: Rishabh Pant Accident: ଦୁର୍ଘଟଣା ପରେ ପ୍ରଥମ ଥର ସାମ୍ନାକୁ ଆସିଲେ ପନ୍ତଙ୍କ ଗର୍ଲଫ୍ରେଣ୍ଡ