ଆଖି ଓ ପିଲାଙ୍କ ପାଇଁ ବିପଦ ଡାଇବେଟିସ୍, ଏପରି ନିଅନ୍ତୁ ଯତ୍ନ
Advertisement
Article Detail0/zeeodisha/odisha862755

ଆଖି ଓ ପିଲାଙ୍କ ପାଇଁ ବିପଦ ଡାଇବେଟିସ୍, ଏପରି ନିଅନ୍ତୁ ଯତ୍ନ

ଅତ୍ୟଧିକ ଜଙ୍କ ଫୁଡ ଖାଇବା ଏବଂ ଚିନ୍ତାଗ୍ରସ୍ତ ରହିବା ଯୋଗୁଁ ମଧ୍ୟ ମଧୁମେହ ରୋଗ ଦେଖାଯାଇଥାଏ। ମଧୁମେହ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟରେ ଚକ୍ଷୁ ସମସ୍ୟା ମଧ୍ୟ ଦେଖାଯାଏ।

ପ୍ରତିକାତ୍ମକ ଫଟୋ

ମୋନିକା ମହାନ୍ତି, ନୂଆଦିଲ୍ଲୀ: ଡାଇବେଟିସ ବା ମଧୁମେହ ରୋଗ ବର୍ତ୍ତମାନ ଏକ  ସାଧାରଣ ରୋଗ ଭାବେ ପରିଣତ ହୋଇଗଲାଣି। ଏଥିରେ ପ୍ରତ୍ୟକବର୍ଗର ଲୋକ ଆକ୍ରାନ୍ତ ହୋଇଥିବା ନଜରକୁ ଆସିଥାଏ। ବଦଳୁଥିବା ଜୀବନ ଶୈଳୀ, ଖାଦ୍ୟପେୟରେ ଅନିୟମିତତା ଏବଂ ପରିଶ୍ରମର ଅଭାବ ଯୋଗୁଁ ମଧୁମେହ ରୋଗ ହୋଇଥାଏ।

ଅତ୍ୟଧିକ ଜଙ୍କ ଫୁଡ ଖାଇବା ଏବଂ ଚିନ୍ତାଗ୍ରସ୍ତ ରହିବା ଯୋଗୁଁ  ମଧ୍ୟ ମଧୁମେହ ରୋଗ ଦେଖାଯାଇଥାଏ। ମଧୁମେହ ରୋଗରେ ଆକ୍ରାନ୍ତ ବ୍ୟକ୍ତିଙ୍କ ନିକଟରେ ଚକ୍ଷୁ ସମସ୍ୟା ମଧ୍ୟ ଦେଖାଯାଏ। ଆରମ୍ଭରୁ ଏହି ରୋଗର ଚିକିତ୍ସା ନ କରାଗଲେ ପରିସ୍ଥିତି ଜଟିଳ ହୋଇଥାଏ। ଏବେ ଜାଣିବା ଡାଇବେଟିସ ରୋଗୀଙ୍କ ଚକ୍ଷୁ ସମସ୍ୟା ସମ୍ପର୍କରେ।

ଆପଣ ମାନେ ଜାଣିଛନ୍ତି ଡାଇବେଟିସ ରୋଗୀଙ୍କର ଚକ୍ଷୁ ସମସ୍ୟା ଅଧିକ ମାତ୍ରାରେ ଦେଖାଯାଇଥାଏ। ତେଣୁ ଠିକ ସମୟରେ କିମ୍ବା ରୋଗ ଆରମ୍ଭର ୬ ମାସରୁ ୧ ବର୍ଷ ଭିତରେ ଆଖିର ଚିକିତ୍ସା ନ କରାଗଲେ ଆଖି ଖରାପ ହେବାର ସମ୍ଭାବନା ଅଧିକ ଥାଏ। ତେଣୁ ଚକ୍ଷୁ ବିଶେଷଜ୍ଞଙ୍କ ସହ ପରାମର୍ଶ କରାଇନେବା ଆବଶ୍ୟକ। ଶୀଘ୍ର ଚିକିତ୍ସା ପରେ ଆଖି ସଂପୂର୍ଣ୍ଣ ଭଲ ହୋଇଯିବାର ସମ୍ଭାବନା ଥାଏ।

Also Read: 'ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଯୁଗରେ ଆମ ଗୋପନୀୟତା'

ଅନେକ ରୋଗୀମାନଙ୍କର ଆଖି ଚିକିତ୍ସା ସରିବା ପରେ ମଧ୍ୟ ଆଖିରୁ ରକ୍ତସ୍ରାବ ହୋଇଥାଏ। ଅନେକ କ୍ଷେତ୍ରରେ ଏହି ଚିକିତ୍ସା ଫଳପ୍ରଦ ମଧ୍ୟ ହୋଇନଥାଏ। ଏଭଳି ପରିସ୍ଥିତିରେ  ଡାଇବେଟିସ ରୋଗୀମାନଙ୍କର ଆଖି ଉପରେ ପରଳ ପଡ଼ିଯାଏ। ଯୁବାବସ୍ଥାରେ ସେମାନଙ୍କ ଆଖିରେ ମୋତିଆ ବିନ୍ଦୁ ହେବାର ଦେଖାଯାଇଛି।  ଏଭଳି କ୍ଷେତ୍ରରେ ଚିକିତ୍ସା କଷ୍ଟକର ହୋଇଥାଏ। ପରିସ୍ଥିତି ଜଟିଳ ହେଲେ କେତେକ କ୍ଷେତ୍ରରେ ଆଖି ଟ୍ରାନ୍ସପ୍ଲାଣ୍ଟ ମଧ୍ୟ କରିବାକୁ ପଡିଥାଏ।

ଡାଇବେଟିସକୁ ଠିକ ସମୟରେ ନିୟନ୍ତ୍ରିତ ନ କରାଗଲେ ଆଖି ଉପରେ ଏହାର ଖରାପ ପ୍ରଭାବ ପଡ଼ିଥାଏ। ଅନେକ ରୋଗୀଙ୍କର ମଧୁମେହ ହେବାର ୨୦ ବର୍ଷ ପର୍ଯ୍ୟନ୍ତ ଆଖିରେ କୌଣସି ସମସ୍ୟା ଦେଖାଦିଏ ନାହିଁ। ଶରୀରରେ ଡାଇବେଟିସର ମାତ୍ରା କମ ରହିଲେ ଚକ୍ଷୁ ସମସ୍ୟାର ପ୍ରତିକାର କରିହେବ। ତେଣୁ ଆପଣ ଏହି ରୋଗକୁ ଅବହେଳା ନ କରି ତୁରନ୍ତ ଚିକିତ୍ସା କରାନ୍ତୁ। କିଛି ଡାଇବେଟିସ ଜିନଗତ ହୋଇଥାଏ ଏବଂ ପରିବାରର କୌଣସି ସଦସ୍ୟ ଏହି ରୋଗରେ ପୂର୍ବରୁ ପୀଡ଼ିତ ଥିଲେ ତାହା ପିଲାଙ୍କୁ ମଧ୍ୟ ଆକ୍ରାନ୍ତ କରେ। 

Also Read: ଜାଣନ୍ତୁ, ସ୍ୱପ୍ନରେ ଫଳ ଦେଖିଲେ କ'ଣ ମିଳେ ଲାଭ?

ଛୋଟପିଲା ଡାଇବେଟିସରେ ଆକ୍ରାନ୍ତ ହେଲେ ସେମାନଙ୍କ ଚକ୍ଷୁ ସମସ୍ୟା ଦେଖାଦିଏ। ଆମ ଶରୀରରେ ବିଟା ସେଲରୁ ଇନସୁଲିନ କ୍ଷରଣ ହୋଇଥାଏ। ଏହି ଇନସୁଲିନ ଅଭାବରୁ ଡାଇବେଟିସ ରୋଗ ଦେଖାଦିଏ। ଛୋଟପିଲାଙ୍କ ନିକଟରେ ପର୍ଯ୍ୟାପ୍ତ ପରିମାଣରେ ଇନସୁଲିନ ତିଆରି ହୋଇପାରେ ନାହିଁ। ତେଣୁ ରୋଗର ପ୍ରାଥମିକ ଅବସ୍ଥାରୁ ସେମାନଙ୍କୁ କୌଣସି ବଟିକା ଦିଆନଯାଇ ଇନସୁଲିନ ଇଞ୍ଜେକସନ ଦିଆଯାଏ। ଏହି ଇନସୁଲିନ ଇଞ୍ଜେକସନ ଦେବା ଫଳରେ ସେମାନଙ୍କ ମଧୁମେହ ରୋଗ ନିୟନ୍ତ୍ରିତ ହେବା ସହ ଆଖି ସମସ୍ୟା ମଧ୍ୟ ଦୂର ହୋଇଯାଏ।

ଡାଇବେଟିସରୁ ଦୂରେଇ ରହିବା ବା ନିୟନ୍ତ୍ରଣ ପାଇଁ ନିୟମିତ ବ୍ୟାୟାମ ଏବଂ ଯୋଗ କରନ୍ତୁ। ସପ୍ତାହକୁ ୫ ଦିନ ଅତି କମରେ ୩୦ ମିନିଟ ଚାଲିବା ଅଭ୍ୟାସ କରନ୍ତୁ। ପ୍ରତିଦିନ ସବୁଜ ପନିପରିବା ଓ ଫଳମୂଳ ଖାଆନ୍ତୁ। ଅତ୍ୟଧିକ ମିଠା ଜାତୀୟ ଖାଦ୍ୟ ଖାଆନ୍ତୁ ନାହିଁ। ନିୟମିତ ବ୍ଲଡ ସୁଗାର ପରୀକ୍ଷା କରିବା ସହ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।