Health Tips: ଏହି ରୋଗରେ ପୀଡି଼ତ ଥିବା ଲୋକେ ଭୁଲରେ ଖାଆନ୍ତୁନି ବାଇଗଣ, ନଚେତ୍ ...
Advertisement
Article Detail0/zeeodisha/odisha1907766

Health Tips: ଏହି ରୋଗରେ ପୀଡି଼ତ ଥିବା ଲୋକେ ଭୁଲରେ ଖାଆନ୍ତୁନି ବାଇଗଣ, ନଚେତ୍ ...

Brinjal Side Effects: ବାଇଗଣ (Brinjal) ଖାଇବାକୁ ଅଧିକାଂଶ ଲୋକଙ୍କୁ ଖୁବ୍ ଭଲ ଲାଗେ। ସାଧାରଣତଃ ଦୁଇଟି ରଙ୍ଗର ବାଇଗଣ ବଜାରର ମିଳିଥାଏ। ସବୁଜ ଓ ବାଇଗଣୀ ରଙ୍ଗର ବାଇଗଣ ମିଳିଥାଏ। ବାଇଗଣ ଖାଇଲେ ଶରୀରକୁ ଅଧିକ ଫାଇଦା ମିଳିଥାଏ। ଏଥିପାଇଁ ଡାକ୍ତରମାନେ ବାଇଗଣ ଖାଇବାକୁ ବି କୁହନ୍ତି, କିନ୍ତୁ ଆପଣ ଜାଣନ୍ତି କି ବାଇଗଣ ଖାଇବା କେତେକଙ୍କ ପାଇଁ ଲାଭଦାୟକ ହୋଇଥିବା ବେଳେ ଆଉ କେତେକ ଲୋକଙ୍କ ପାଇଁ ଏହା କ୍ଷତିକାରଣ ହୋଇଥାଏ। 

ସୌଜନ୍ୟ- ସୋସିଆଲ ମିଡି଼ଆ

ଏହି ରୋଗରେ ପୀଡିତ ଥିବା ଲୋକେ ବାଇଗଣ ଖାଇବା ଉଚିତ୍ ନୁହେଁ:

କୀଡନୀ ଷ୍ଟୋନରେ ପିଡିତ ଥିବା ଲୋକେ ବାଇଗଣ ଖାଇବା ଉଚିତ୍ ନୁହେଁ:
ଯେଉଁମାନେ,କୀଡନୀ ଷ୍ଟୋନରେ ପିଡିତ ସେମାନଙ୍କ ବାଇଗଣ ଖାଇବା ଉଚିତ୍ ନୁହେଁ। କାରଣ ବାଇଗଣରେ ଥିବା ମଞ୍ଚି କୀଡନରେ ଷ୍ଟୋନ୍ ସୃଷ୍ଟି କରିବାରେ ସାହାର୍ଯ୍ୟ କରେ। ଯାହା କିଡନୀକୁ କ୍ଷତି ପହଞ୍ଚାଇଥାଏ। 

ହାଡ ପାଇଁ ଭଲ ନୁହେଁ:
ଅକ୍ସାଲେଟ୍ ହେଉଛି ଏକ ଉପାଦାନ ଯାହା ବାଇଗଣରୁ ମିଳିଥାଏ । ଏହି କାରଣରୁ କ୍ୟାଲସିୟମର ଅବଶୋଷଣ କମିଯାଏ । ହାଡ ସ୍ୱାସ୍ଥ୍ୟ ପାଇଁ ଏହା ବିପଜ୍ଜନକ ବୋଲି କୁହାଯାଏ। ଯେଉଁମାନଙ୍କର ହାଡ ଦୁର୍ବଳ ସେମାନେ, ବାଇଗଣ ଖାଇବା ଉଚିତ୍ ନୁହେଁ।

ପାଇଲ୍ସ ରୋଗୀମାନେ ବି ବାଇଗଣ ଠାରୁ ଦୂରେଇ ରହିବା ଉଚିତ୍:
ଯଦି ଆପଣ ପାଇଲ୍ସ ରୋଗରେ ପୀଡି଼ତ ସେହିମାନେ ବାଇଗଣ ଖାଇବା ଉଚିତ୍ ନୁହେଁ। କେବଳ, ଯଦି ଆପଣ ରକ୍ତହୀନତା ରୋଗରେ ପୀଡିତ ତେବେ, ବାଇଗଣ ଖାଇବା ଉଚିତ୍ ନୁହେଁ। 

ଥାଏରଏଡ୍ ରୋଗୀ ବାଇଗଣ ଖାଇବା ଉଚିତ୍ ନୁହେଁ:
ଯଦିଓ ଆପଣଙ୍କର ଥାଏରଏଡ୍ ଅଛି, ତେବେ ଆପଣ ବାଇଗଣ ଖାଇବା ଉଚିତ୍ ନୁହେଁ।  ଏହା ଆପଣଙ୍କ ସମସ୍ୟାକୁ ଅଧିକ ଗମ୍ଭୀର କରିପାରେ।

ଏହି ସମସ୍ୟାଗୁଡିକ ମଧ୍ୟ ହୋଇପାରେ :
ଅତ୍ୟଧିକ ବାଇଗଣ ଖାଇବା ମଧ୍ୟ କ୍ଷତିକାରକ ହୋଇପାରେ । ଏହି କାରଣରୁ ପେଟ ଖରାପ, ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା, ଆଲର୍ଜି ଭଳି ସମସ୍ୟା ହୋଇପାରେ। 

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।)