ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର
Advertisement
Article Detail0/zeeodisha/odisha773268

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of 27th October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of 27th October 2020: ମେଷ- ଆପଣଙ୍କ ପାଇଁ ଦିନଟି ସୁଖ ସ୍ୱାଚ୍ଛନ୍ଧ ଭରା ରହିବ । ଦେହ ଓ ମନ ଭଲ ରହିବ । ସେବା ଧର୍ମ ପ୍ରତି ମନ ବଳିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ ।

ବୃଷ- ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । ଆୟ ଓ ବ୍ୟୟ ସମାନ ରହିବ । 

ମିଥୁନ- ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ । ଦୂରଯାତ୍ରା ବିପଦପୂର୍ଣ୍ଣ ହେବ । ବୃଥା ନିନ୍ଦା ଅପବାଦ ମିଳିପାରେ । ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ । ଅର୍ଥହାନି ହେବ ।

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ବଡ଼ ଆଶ୍ୱସ୍ତି! ୧୦ ଟଙ୍କା କିଲୋ ଶସ୍ତା ହେଲା ପିଆଜ

କର୍କଟ- ଦିନଟିରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ମନ ପ୍ରସନ୍ନ ରହିବ । ସନ୍ତାନଙ୍କ କୃତ୍ତିତ୍ୱରେ ଆତ୍ମସନ୍ତୋଷ ଲାଭ କରିବେ । ନବ ଦମ୍ପତିଙ୍କ ପାଇଁ ଦିନଟି ବେଶ୍ ଆମୋଦଦାୟକ ହେବ ।

ସିଂହ- ମାନସିକ ଅବସାଦ ଦେଖାଦେବ । କର୍ମକ୍ଷେତ୍ରରେ କର୍ମ ଚାପ ବଢିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ପାରିବାରିକ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ ।

କନ୍ୟା- କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନ ପୂର୍ବରୁ କଂଗ୍ରେସକୁ ଝଟକା, ବିଜେପିରେ ସାମିଲ ହେଲେ ଆଉ ଜଣେ ବିଧାୟକ

ତୁଳା- ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ ।

ବିଛା-କର୍ମ ଚଞ୍ଚଳ ରହିବେ । ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍‌ଲିସରେ ଦିନ କାଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ ।

ଧନୁ- କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ହସ ଖୁସିର ଲହରି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମକର- ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ ପଡିବ । ଶରୀର ପୀଡା, ମାନସିକ ଅଶାନ୍ତି ଦେଖାଦେବ । ଖର୍ଚ୍ଚାନ୍ତ ହେବେ । ଘାତବାର ଭୋଗ ହେତୁ ଗାଡି ମଟର ଚାଳନା ନିବୃତ୍ତ ରୁହନ୍ତୁ । ନିଆଁ, ପାଣି ତଥା ଉଚ୍ଚ ସ୍ଥାନ ପ୍ରତି ମଧ୍ୟ ସତର୍କତା ଲୋଡା ।

ଅଧିକ ପଢ଼ନ୍ତୁ:-ଶେଷ ହେଲା ଆର୍ମେନିଆ-ଆଜେରବାଇଜାନ ମଧ୍ୟରେ ଯୁଦ୍ଧ, ଜାଣନ୍ତୁ କେତେ ହୋଇଛି କ୍ଷୟକ୍ଷତି ?

କୁମ୍ଭ- ଦିନଟିରେ ଆପଣ ଜଗି ରଖି ଚଳନ୍ତୁ । ଅଯଥା କଳହଠାରୁ ଦୂରେଇ ରୁହନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାନ୍ତୁ ନାହିଁ । ଠକାମିର ଶିକାର ହେବେ । 

ମୀନ- ଦିନଟି ରେ ସତର୍କ ରୁହନ୍ତୁ । କର୍ମକ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ । ଦୂରଯାତ୍ରା କରନ୍ତୁ ନାହିଁ ।