Blood Sugar Diet Tips: ସକାଳୁ ଉଠୁ ଉଠୁ ଖାଆନ୍ତୁ ଏହି ଖାଦ୍ୟ, ଭୋକ ଓ ବ୍ଲଡସୁଗାର ରହିବ କଣ୍ଟ୍ରୋଲ
Advertisement
Article Detail0/zeeodisha/odisha1471167

Blood Sugar Diet Tips: ସକାଳୁ ଉଠୁ ଉଠୁ ଖାଆନ୍ତୁ ଏହି ଖାଦ୍ୟ, ଭୋକ ଓ ବ୍ଲଡସୁଗାର ରହିବ କଣ୍ଟ୍ରୋଲ

Blood Sugar Diet: ସକାଳୁ ଉଠିବା ମାତ୍ରେ ଜଳଖିଆ କରିବା ପୂର୍ବରୁ ଏମିତି କଣ ଖାଇବା ଜରୁରୀ ଯେ, ଯାହା ଆପଣଙ୍କ ଭୋକ ଓ ସୁଗାର କୁ ନିୟନ୍ତ୍ରଣ କରିପାରିବ। ଏଠାରେ କିଛି ଏମିତି ଡାଏଟ ବିଷୟରେ ଜଣାଇବୁ ଯାହା ଆପଣଙ୍କ ସୁଗାର ଲେବଲକୁ ନିୟନ୍ତ୍ରଣ ରଖିବ ଓ ପେଟ ଫୁଲ୍ ବହୁତ ସମୟ ପର୍ଯ୍ୟନ୍ତ ଲାଗିବ। 

Blood Sugar Diet Tips: ସକାଳୁ ଉଠୁ ଉଠୁ ଖାଆନ୍ତୁ ଏହି ଖାଦ୍ୟ, ଭୋକ ଓ ବ୍ଲଡସୁଗାର ରହିବ କଣ୍ଟ୍ରୋଲ

Blood Sugar Diet Tips:  ଆଜିକାଲିର ଜୀବନଶୈଳିରେ ବ୍ଲଡ ସୁଗାର ସମସ୍ୟା ଏକ ବଡ ବିପଦ ହୋଇ ଛିଡା ହେଲାଣି । ତେଣୁ ବ୍ଲଡସୁଗାରକୁ ନିୟନ୍ତ୍ରଣରେ ରଖିବାକୁ ହେଲେ ଅନେକ ଗୁଡିଏ ଜିନିଷକୁ ଧ୍ୟାନ ଦେବାକୁ ପଡ଼ିବ।
କାରଣ ଏମିତି ବହୁବାର ହୁଏ ଯେତେବେଳେ କିଛିଟା ଖାଇଦେଲେ ବ୍ଲଡସୁଗାର ମାତ୍ରା ସଙ୍ଗେ ସଙ୍ଗେ ବୃଦ୍ଧି ପାଇଥାଏ । ଯାହା ଆମକୁ ସମସ୍ୟାରେ ପକାଇଥାଏ।  ଆଉ ଖାସ୍ କରି ଡାଏବେଟିସ ରୋଗୀଙ୍କ ପାଇଁ ସବୁଠାରୁ ବଡ ଚ୍ୟାଲେଞ୍ଜ ହେଲା ଏହି ରୋଗୀଙ୍କୁ ଭୋକ ପ୍ରବଳ ଲାଗିଥାଏ ଏବଂ ଏମାନେ କିଛି ଖାଇଦେବା ମାତ୍ରେ ସୁଗାର ଲେବଲ ବଢିଯାଇଥାଏ। ତେବେ ଚାଲନ୍ତୁ ଜାଣିବା ସକାଳୁ ଉଠି ଏମିତି କଣ ଜଳଖିଆ କରିବା ଦରକାର ଯେ, ଯାହା ଆପଣଙ୍କ ସୁଗାର ଲେବଲକୁ ନିୟନ୍ତ୍ରଣ କରିପାରିବ। 

ଅଙ୍କୁରିତ ମେଥି (Sprouts Methi)
ଅଙ୍କୁରିତ ମେଥି ବା ଭିଜା ମେଥି ଡାଏବେଟିସ ରୋଗୀଙ୍କ ପାଇଁ କୌଣସି ଔଷଧ ଠାରୁ କମ ନୁହେଁ। ଏଥିରେ ଆପଣ ପିଆଜ, ଅଦା, କଞ୍ଚାଲଙ୍କା ଓ ଲେମ୍ବୁ ପକାଇ ଗୋଟିଏ ବାଉଲ୍ ଖାଇପାରିବେ। ଏହାଦ୍ୱାରା ଆପଣଙ୍କ ପାଟିକୁ ସୁଆଦ ଲାଗିବା ସହ ପେଟ ମଧ୍ୟ ଭର୍ତ୍ତି ରହିବ।  ସବୁଠାରୁ ବଡ କଥା ହେଲା ସୁଗାରକୁ ନିୟନ୍ତ୍ରଣ କରିବାକୁ ହେଲେ ଏହା ଠାରୁ ବେଷ୍ଟ ଅପସନ ଆଉ କିଛି ନୁହେଁ। ମେଥିରେ କିଛି ଏମିତି ଆଣ୍ଟି ଅକ୍ସିଡେଣ୍ଟ ଥାଏ ଯାହା ଇନସୁନିଲର ପ୍ରଡକସନ୍ କୁ ବୃଦ୍ଧି କରିଥାଏ। ସକାଳ ସମୟରେ ଏହାକୁ ଖାଲି ପେଟରେ ଖାଇବା ଅଭ୍ୟାସ କରନ୍ତୁ ଦେଖିବେ ଆପଣଙ୍କ ଡାଏବେଟିସ ପୁରା ନିୟନ୍ତ୍ରଣରେ ରହିବ।

Also Read: Astro Tips of Rice: ଚାଉଳ ବଦଳାଇବ ଆପଣଙ୍କ ଭାଗ୍ୟ ହେବ ଧନର ବର୍ଷା ! ଜାଣନ୍ତୁ କେମିତି କରିବେ ବ୍ୟବହାର

କଞ୍ଚା ପନିର (Paneer)
ପ୍ରୋଟିନରେ ଭରପୁର ଖାଦ୍ୟ ଡାଏବେଟିସ ରୋଗୀଙ୍କୁ ଖାଇବା ଜରୁରୀ। ପ୍ରତିଦିନ ସକାଳ ସମୟରୁ ଯଦି ଆପଣ ଶହେ ଗ୍ରାମ ପର୍ଯ୍ୟନ୍ତ କଞ୍ଚା ପନିର ଖାଆନ୍ତି ତେବେ ଆପଣଙ୍କ ସୁଗାର ଲେବଲ ଯାହା ସକାଳ ସମୟରେ ଉଚ୍ଚ ସ୍ତରକୁ ଚାଲିଯାଏ ତାହା ହେବନାହିଁ ଏବଂ ନିୟନ୍ତ୍ରଣରେ ରହିବ। ଏଥିରେ କାର୍ବସର ମାତ୍ରା ନଥାଏ ସେଥିପାଇଁ ଆପଣ ଏହାକୁ କୌଣସି ପ୍ରକାରର ସାଲାଡ ବା ସ୍ପ୍ରାଉଟସ୍ ସହିତ ଖାଇନିଅନ୍ତି ତେବେ କମ୍ ସେ କମେ ଚାରି ଘଣ୍ଟା ପର୍ଯ୍ୟନ୍ତ ଭୋକ ଲାଗିବ ନାହିଁ। ଆଉ ଏହାଦ୍ୱାରା ସୁଗାର ବି ନିୟନ୍ତ୍ରଣରେ ରହିବ। ଶରୀରକୁ ଏନର୍ଜୀ ମଧ୍ୟ ଦେବ।

Also Read: Boiled Egg Benefits: ଶୀତଦିନେ ନିଶ୍ଚିତ ଭାବେ ଖାଆନ୍ତୁ ସିଝା ଅଣ୍ତା, ମିଳିବ ଜବରଦସ୍ତ ଫାଇଦା

ଓଟସ୍  Oats
ଓଟସ୍ ଏମିତି ଏକ ଖାଦ୍ୟ ଏହାକୁ ଆପଣ ଯେମିତି ବି ପ୍ରସ୍ତୁତ କରି ଖାଆନ୍ତୁ ପାଟିକୁ ସ୍ୱାଦ ଲାଗିବା ସହ ଆପଣଙ୍କ ରକ୍ତରେ ଥିବା ଶର୍କରାକୁ ସଠିକ ଢଙ୍ଗରେ ନିୟନ୍ତ୍ରଣ କରି ରଖିଥାଏ। ଓଟସରେ ତିଆରି ଇଡଲି, ଦଲିଆ ଓ ଖେଚୁଡି ଖାଇବା ଦ୍ୱାରା ଏହା ପେଟକୁ ଭର୍ତ୍ତି ରଖିବା ସହ ଆପଣଙ୍କ ରକ୍ତରେ ଇନସୁନିଲର ମାତ୍ରାକୁ ମଧ୍ୟ କଣ୍ଟ୍ରୋଲ କରିରଖିଥାଏ । ଓଟସରେ ଘୁଲନଶୀଳ ଫାଇବର ରହିଥାଏ ଯାହା ବ୍ଲଡ ସୁଗାରକୁ ନିୟନ୍ତ୍ରିତ ରଖିଥାଏ। ଲୋ ଗ୍ଲାଇସୋମିକ ଇଣ୍ଡେକ୍ସ ଥିବା କାରଣରୁ ଏହାକୁ ଆପଣ କେଉଁ ସମୟରେ ବି ଖାଇପାରିବେ । ଯାହାଫଳରେ ଆପଣଙ୍କ ପାଇଁ ଏହା ଫାଇଦା ରହିପାରିବ। ମାତ୍ର ଏହାକୁ ସକାଳ ସମୟରେ ଖାଇଲେ ଅତ୍ୟନ୍ତ ଲାଭ ଦାୟକ ରହିଥାଏ। 

Also Read: Cracked Heels: ଶୀତ ଦିନେ ଆପଣଙ୍କ ଗୋଇଠି ଫାଟୁଛି କି ? ଆପଣାନ୍ତୁ ଏହି ସବୁ ଘରୋଇ ଉପଚାର

ଚିଆ ସିଡ୍ ସ (Chia seeds)
ଚିଆ ସିଡ ସ ଡାଏବେଟିସ ରୋଗୀଙ୍କ ପାଇଁ ବହୁତ ଫାଇଦା ଦେଇଥାଏ। ପ୍ରକୃତରେ ଏଥିରେ ଫାଇବରର ମାତ୍ରା ଏତେ ଅଧିକ ଥାଏ ଯେ, ଯାହା ବ୍ଲଡ ସୁଗାରକୁ ନିୟନ୍ତ୍ରଣ କରିବାରେ ଭରପୁର ସାହାଯ୍ୟ କରିଥାଏ। ତେବେ ଏହାକୁ ଖାଇବାକୁ ବା ପିଇବାକୁ ହେଲେ ଚିଆ ସିଡସ କୁ ପ୍ରଥମେ ପାଣିରେ ଭିଜେଇ ରଖାଯାଏ । ପରେ ଏହାକୁ ଆପଣ ଫ୍ରୁଟ ସାଲାଡରେ ମିଶାଇ ଗ୍ରହଣ କରିପାରିବେ ନଚେତ୍ ଏଥିରେ ଆପଣ ଖେଚୁଡି ଓ ଦଲିୟା ତିଆରି କରି ମଧ୍ୟ ଖାଦ୍ୟ ରୂପେ ଗ୍ରହଣ କରିପାରିବେ।