Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
Advertisement
Article Detail0/zeeodisha/odisha2407927

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

ଚୁଟକୀରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର

Top 10 News Today: ସଂକ୍ଷେପରେ ପଢନ୍ତୁ ସକାଳର ୧୦ଟି ପ୍ରମୁଖ ଖବର
 
ଏବର୍ଷ ପାଇଁ ନୂଆ ମଦ ଦୋକାନ ଉପରେ କଟକଣା ଏବଂ ଅନ୍ୟ ପ୍ରମୁଖ ଖବର। 
1. ସେପ୍ଟେମ୍ବରରେ ତିନିଦିନ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ। ସରକାରୀ ଛୁଟି ଓ ବିଧାନସଭା କାରଣରୁ ଅଭିଯୋଗ ଶୁଣାଣି ବନ୍ଦ ରହି ବୋଲି ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବିଜ୍ଞପ୍ତି ଅନୁସାରେ ସେପ୍ଟେମ୍ବର ୨, ୯ ଏବଂ ୧୬ ତାରିଖରେ ଅଭିଯୋଗ ଶୁଣାଣିକୁ ବାତିଲ କରାଯାଇଛି। 
 
2. ଆସନ୍ତାକାଲି ଠାରୁ ଲାଗୁ ହେବ ନୂଆ ଅବକାରୀ ନୀତି। ଏହି ଅନୁସାରେ ରାଜ୍ୟରେ ଆଉ ନୂଆ ମଦ ଦୋକାନ ଖୋଲିବ ନାହିଁ କି ନବୀକରଣ ହେବ ନାହିଁ। ଡ୍ୟାନ୍ସ ବାରକୁ ଅନୁମତି ମିଳିବ ନାହିଁ। ଗ୍ରାମାଞ୍ଚଳରେ କେବଳ ତିନି ତାରକା ହୋଟେଲ ବା ତାଠୁ ଅଧିକ ମାନ୍ୟତାପ୍ରାପ୍ତ ହୋଟେଲ୍‍ରେ ମଦ ଦୋକାନ ପାଇଁ ଅନୁମତି ପ୍ରଦାନ କରାଯିବ। ପର୍ଯ୍ୟଟନ ପାଇଁ ସମୁଦ୍ରକୂଳରେ ମଦ ଦୋକାନ ଖୋଲାଯାଇପାରିବ ବୋଲି ଏହି ନୀତିରେ ରହିଛି। 
 
3. ଆଜି ଶ୍ରୀ ଜଗନ୍ନାଥଙ୍କ କୃଷ୍ଣ ବଳରାମ ନୀତି ପାଳନ କରାଯିବ। ଏହା ଏହା ସ୍ୱତନ୍ତ୍ର ବେଶ। ଯେଉଁଥିରେ ମହାପ୍ରଭୁ କୃଷ୍ଣ ବଳରାମ ରୂପ ଧାରଣ କରିବେ। ଦେବୀ ସୁଭଦ୍ରାଙ୍କ ଚତୁର୍ଭୁଜ ଦେଖିବାକୁ ମିଳିବ। ଜନ୍ମାଷ୍ଟମୀ ପରଦିଠାରୁ ଶ୍ରୀକୃଷ୍ଣ ଲୀଳାର ବିଭିନ୍ନ ପର୍ବକୁ ଶ୍ରୀମନ୍ଦିରରେ ପାଳନ କରାଯାଇ ଆସୁଛି। 
 
4. ଆଜି ସ୍ୱାୟତ୍ତ ଶାସନ ଦିବସ। ବିଭିନ୍ନ ମ୍ୟୁନିସିପାଲିଟିରେ ଆଜି ଉନ୍ନୟନମୂଳକ କାର୍ଯ୍ୟ ପରିଚାଳନା କରାଯିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ୩୦ଟି ଜିଲ୍ଲାରେ ୧୧୫୧ କୋଟି ଟଙ୍କା ବ୍ୟୟରେ ୪୮୧ଟି ପ୍ରକଳ୍ପର ଶିଳାନ୍ୟାସ ଓ ଉଦ୍‍ଘାଟନ କରିବେ। ୨୭ ଜଣ ପୌରସେବା ପ୍ରଶାସନିକ ଅଧିକାରୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିବା କାର୍ଯ୍ୟକ୍ରମ ରହିଛି। 
 
5. ସଂକ୍ରମିତ କୁକୁଡ଼ା ଫାର୍ମରୁ କୁକୁଡ଼ା ଆଣି ଭୁବନେଶ୍ୱରରେ ବିକ୍ରି ଉପରେ କଟକଣା ଜାରି କରିଛନ୍ତି ଭୁବନେଶ୍ୱର ମହାନଗର ନିଗମ। ଯେହେତୁ ଭୁବନେଶ୍ୱର ଉପକଣ୍ଠରେ ବାର୍ଡଫ୍ଲୁ ସଂକ୍ରମଣ ଦେଖିବାକୁ ମିଳୁଛି ଏଥିଲାଗି ସତର୍କ ରହିବାକୁ ବିଏମ୍‍ସି କମିଶନର ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ଯଦି କୌଣସି ପକ୍ଷୀ ଅସ୍ୱଭାବକ ଆଚରଣ କରୁଥିବ ତାହାକୁ ସଂକ୍ରମଣର ଆଶଙ୍କା କରି ଏଣେ ତେଣେ  ନଫିଙ୍ଗିବାକୁ କୁହାଯାଇଛି। ତୁରନ୍ତ ନିକଟସ୍ଥ ପ୍ରାଣୀ ଚିକିତ୍ସା ଅଧିକାରୀଙ୍କୁ ସୂଚନା ଦେବାକୁ ବିଏମ୍‍ସି ଏହି ବିଜ୍ଞପ୍ତିରେ କହିଛି। 
 
6. ବିଜେଡି ସରକାର ସମୟରେ ଆରମ୍ଭ କରାଯାଇଥିବା ନୂଆ ଓ ବୃତ୍ତିକୁ ବନ୍ଦ କରିଦିଆଯାଇଛି। ଏହି  ଯୋଜନାରେ ଯୋଗ୍ୟ ଛାତ୍ରଛାତ୍ରୀଙ୍କୁ ବର୍ଷକୁ ୧୦ ହଜାର ଟଙ୍କାର ବୃତ୍ତି ମିଳୁଥିଲା। ଏଥିଲାଗି ବଜେଟ୍‍ରେ କୌଣସି ବ୍ୟବସ୍ଥା ନାହିଁ ବୋଲି କହିବା ସହ ଉଚ୍ଚଶିକ୍ଷାମନ୍ତ୍ରୀ ଛାତ୍ରଛାତ୍ରୀଙ୍କ ଲାଗି ଅନ୍ର ଯୋଜନା ଘୋଷଣା କରିବାକୁ ଯାଉଛନ୍ତି ବୋଲି କହିଛନ୍ତି। 
 
7. ରାଜ୍ୟରେ ବଢ଼ୁଛି ସାଇବର ଠକେଇ ଅପରାଧ। ପୁଲିସ ଯେତେ ସତର୍କ ହେଲେବି ସାଇବର ଠକଙ୍କୁ ମୁକାବିଲା କରିବାରେ ସଫଳ ହୋଇପାରୁ ନାହିଁ। ପୁଲିସ କଲ୍‍ ସେଣ୍ଟର ଜରିଆରେ ଦାୟର ହେଉଥିବା ମାମଲା ଓ ଉଦ୍ଧାର କରାଯାଉଥିବା ଅର୍ଥର ପରିସଂଖ୍ୟାନକୁ ଦେଖିଲେ ଏହା ସ୍ପଷ୍ଟ ହେଉଛି। ଶ୍ୱେତପତ୍ରରେ ଦିଆଯାଇଥିବା ବିବରଣୀ ଅନୁସାରେ ୨୮ ମେ ୨୦୨୧ରୁ ୨୦୨୩ ଡିସେମ୍ବର ଭିତରେ ସମୁଦାୟ ୨୭୭୦୪ଟି ଅଭିଯୋଗ ଗ୍ରହଣ କରାଯାଇଛି। ଯେଉଁଥିରେ ୮୫ କୋଟି ୬୭ ଲକ୍ଷ ୪୧ ହଜାର ୯୪୨ ଟଙ୍କା ଠକେଇର ଶିକାର ହୋଇଥିବା ଦର୍ଶାଯାଇଥିଲା। ପୁଲିସ ପକ୍ଷରୁ ସମସ୍ତ ଉଦ୍ୟମ କରାଯାଇ ମାତ୍ର ୨ କୋଟି ୬୨ ଲକ୍ଷ ୪୯ ହଜାର ୫୩୮ ଟଙ୍କା ସମ୍ପୃକ୍ତ ପୀଡ଼ିତଙ୍କୁ ଉଦ୍ଧାର କରାଯାଇ ଫେରସ୍ତ  କରାଯାଇଛି। ଅର୍ଥାତ୍‍ ସଫଳତା ହାର ହେଉଛି ହାରାହାରି ୩ ପ୍ରତିଶତ। 
 
 
8. ବିଶ୍ୱବିଦ୍ୟାଳୟ ଆଇନରେ ସଂଶୋଧନ ହେବ।  ଏଣିକି ପ୍ରତି ବିଶ୍ୱବିଦ୍ୟାଳୟକୁ ଆବଶ୍ୟକତା ଅନୁସାରେ ନିଯୁକ୍ତି ଲାଗି ଅନୁମତି ମିଳିବ। ବହୁଦିନ ହେଲା ବିଶ୍ୱବିଦ୍ୟାଳୟ ଶିକ୍ଷକ ନିଯୁକ୍ତି କ୍ଷେତ୍ରରେ ସୃଷ୍ଟି ହୋଇଥିବା ଅଚଳାବସ୍ଥା ଏହାଦ୍ୱାରା ଅବସାନ ହେବ ବୋଲି ଉଚ୍ଚଶିକ୍ଷାମନ୍ତ୍ରୀ କହିଛନ୍ତି। ଏନେଇ ୟୁଜିସି ସହ ଆଲୋଚନା ସରିଛି ବୋଲି ସେ ସୂଚନା ଦେଇଛନ୍ତି। 
 
9. ଆଜିଠାରୁ ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରରେ ଆରମ୍ଭ ହେବ ସୁଭଦ୍ରା ଯୋଜନାର ପଞ୍ଜିକରଣ। ମହିଳାମାନଙ୍କୁ ସ୍ୱାବଲମ୍ବୀ କରିବା ଲକ୍ଷ୍ୟରେ ଏହି ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହି ଯୋଜନାରେ ଆଶା, ଅଙ୍ଗନବାଡ଼ି କର୍ମଚାରୀ ଏବଂ ଆଉଟ ସୋର୍ସିଂ କର୍ମଚାରୀମାନେ ଲାଭ ପାଇପାରିବେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଅଙ୍ଗନବାଡ଼ି କର୍ମୀମାନେ ଗାଁ ତଥା ସାହିରେ କ୍ୟାମ୍ପ ପକାଇ ମହିଳାମାନଙ୍କୁ ପଞ୍ଜିକୃତ କରିବେ। 
 
10. ପ୍ୟାରିସଠାରେ ଚାଲିଥିବା ପାରା ଅଲମ୍ପିକ୍ସରେ ଭାରତକୁ ସଫଳତା ମିଳିଛି। ଗୋଟିଏ ଦିନରେ ୪ ପଦକ ମିଳିବାକୁ ନେଇ ପ୍ରଧାନମନ୍ତ୍ରୀ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ମଧ୍ୟ ପଦକ ବିଜେତାଙଘ୍କୁ ଶୁଭାଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଏହି ତାଲିକାରେ ରହିଛନ୍ତି ସ୍ୱର୍ଣ୍ଣ ବିଜେତା ଅବନୀ ଲେଖରା, ରୌପ୍ୟ ବିଜେତା ଶୁଟର ମନୀଶ ନରଓ୍ୱାଲ ଏବଂ ବ୍ରୋଞ୍ଜ ବିଜେତା ଶୁଟର ମୋନା ଅଗୟଓ୍ୱାଏ ଏବଂ ଦୌଡ଼ ଅଥଲେଟ ପ୍ରୀତି ପାଲ।