Advertisement
Photo Details/zeeodisha/odisha2392780
photoDetails0hindi

Budhaditya Rajyog 2024: ଏହିସବୁ ରାଶିଙ୍କ ଭାଗ୍ୟ ବଦଳାଇବ ବୁଦ୍ଧାଦିତ୍ୟ ରାଜଯୋଗ, ଆକସ୍ମିକ ଧନଲାଭର ରହିଛି ଯୋଗ!

Budhaditya Rajyog 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ପ୍ରତ୍ୟକ ଗ୍ରହ ଏକ ନିର୍ଦ୍ଦିଷ୍ଟ ସମୟରେ ରାଶି ପରିବର୍ତ୍ତନ କରିଥାଆନ୍ତି। ଏହି କ୍ରମରେ ସକଳ ଶକ୍ତିର ଆଧାର ସୂର୍ଯ୍ୟଦେବ  ଅଗଷ୍ଟ ୧୬ ସକାଳ ୭ଟା ୪୦ ମିନିଟ୍ ସମୟରେ କର୍କଟ ରାଶିକୁ ଚଳନ କରିଛନ୍ତି । ଯେଉଁ ରାଶିକୁ ଆଜି ସକାଳ ୯ଟା ୪୦ ମିନିଟ୍ ସମୟରେ ବୁଧ ଚଳନ କରିବେ। ଗୋଟିଏ ରାଶିରେ ୨ ଗ୍ରହଙ୍କ ଅପୂର୍ବ ମିଳନ ବୁଦ୍ଧାଦିତ୍ୟ ରାଜଯୋଗ ସୃଷ୍ଟି କରୁଛି। ଏହି ବୁଦ୍ଧାଦିତ୍ୟ ରାଜଯୋଗ କାରଣକୁ ୫ ରାଶିଙ୍କ ଭାଗ୍ୟ ଆଜିଠାରୁ ବଦଳିବାକୁ ଯାଉଛି । ତେବେ,ଆସନ୍ତୁ ଜାଣିବା ସେହି ଭାଗ୍ୟଶାଳୀ ରାଶି ଗୁଡିକ ବିଷୟରେ...

 

1/5

ମେଷ: ବୁଦ୍ଧାଦିତ୍ୟ ରାଜଯୋଗ  ଏ-ହି ରାଶିଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆଣିବ। ବିଶେଷକରି ଲାଗି ରହିଥିବା ସ୍ବାସ୍ଥ୍ୟ ଜନିତ ସମସ୍ୟା ଦୂର ହେବ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ। ମନ ଆନନ୍ଦିତ ରହିବ।  କର୍ମକ୍ଷେତ୍ରରେ ପ୍ରତ୍ୟକ କାର୍ଯ୍ୟରେ ଜୁନିୟର ଓ ସିନିୟର ମାନଙ୍କ ସମର୍ଥନ ପାଇବେ। କର୍ମକ୍ଷେତ୍ରରେ ଚାପ କମିବ। ବେକାରୀମାନେ ଭଲ ଚାକିରି ପାଇବେ। ବିଶେଷକରି, ବ୍ୟବସାୟୀମାନେ ଚଳିତ ସପ୍ତାହର ଶେଷ ବେଳକୁ ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି କରିବେ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ବୈବାହିକ ଜୀବନ ସୁଖମୟ ହେବ।  

ALSO READ: Today Horoscope: ଆଜି ଉଦୟ ହେବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର?

ALSO READ:  ଏହିସବୁ ରାଶି ଉପରେ ରହିଥାଏ ଭଗବାନ ଶ୍ରୀକୃଷ୍ଣଙ୍କର ସ୍ୱତନ୍ତ୍ର କୃପା, ଦେଖନ୍ତୁ ତାଲିକାରେ ନାହିଁ ତ ଆପଣଙ୍କର ରାଶି?

2/5

ମିଥୁନ:  ବୁଦ୍ଧାଦିତ୍ୟ ରାଜଯୋଗର ସୁପ୍ରଭାବ ଏହି ରାଶି ଉପରେ ପଡିବ। ବଡ଼-ବ୍ୟବସାୟୀମାନେ କୌଣସି ଗୁରୁତ୍ବପୂର୍ଣ୍ଣ ବ୍ୟବସାୟିକ  ଡିଲ୍ ଫାଇନାଲ୍ କରିପାରନ୍ତି। ବ୍ୟବସାୟରେ ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। କ୍ଷୁଦ୍ର-ମଧ୍ୟମ ଧରଣର ବ୍ୟବସାୟମାନେ ଲାଭବାନ୍ ହେବେ। ପୂର୍ବ ଯୋଜନାକୁ ବ୍ୟବସାୟରେ କାର୍ଯ୍ୟକାରୀ କଲେ ଦ୍ବି-ଗୁଣିତ ଲାଭ ପାଇବେ। ସରକାରୀ ଚାକିରିଆମାନେ କର୍ମକ୍ଷେତ୍ରରୁ ପଦୋନ୍ନତି ପାଇବା ସହ ଦରମା ବଢିବ। ଏହାସହ ମନପସନ୍ଦର ସ୍ଥାନକୁ ଟ୍ରାନ୍ସଫର ମଧ୍ୟ ହୋଇପାରେ। ପ୍ରେମୀମାନଙ୍କ ପାଇଁ ସମୟ ଅତ୍ୟନ୍ତ ଅନୁକୂଳ ରହିବ। ସାଥୀଙ୍କ ସହ ହୋଇଥିବା ମନମାଳିନ୍ୟ ଦୂର ହେବ। ସାଥୀଙ୍କ ଠାରୁ ଉପହାର ମଧ୍ୟ ପାଇବେ। କିନ୍ତୁ ଦୂରଯାତ୍ରାରୁ ନିବୃତ୍ତ ରହିବ ଭଲ। ଯଦି ଜରୁରୀ ଥାଏ , ତେବେ ଦୂରଯାତ୍ରା ବେଳେ ସତର୍କତା ଅବଲମ୍ବନ କରନ୍ତୁ। 

 

3/5

ସିଂହ: ବୁଦ୍ଧାଦିତ୍ୟ ରାଜଯୋଗର ପ୍ରଭାବ ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ବେଶ୍ ଫଳଦାୟୀ ହେବ। କର୍ମକ୍ଷେତ୍ରରୁ କୌଣସି ପ୍ରକାର ବଡ଼ ଖବର ପାଇପାରନ୍ତି। ଯେଉଁମାନେ ଚାକିରି ବଦଳାଇବାକୁ ଚେଷ୍ଟା କରୁଛନ୍ତି। ସେମାନଙ୍କ ପାଇଁ ସମୟ ଖୁବ୍ ଭଲ ରହିବ। ଚେଷ୍ଟା ଜାରି ରଖନ୍ତୁ ସଫଳତା ନିଶ୍ଟୟ ପାଇବେ। ଏହି ଅବଧି ମଧ୍ୟରେ ଗାଡି଼ କିମ୍ବା ନୂଆ ଜମି କିଣିପାରନ୍ତି। ଆକସ୍ମିକ ଧନଲାଭର ଯୋଗ ରହିଛି। ପ୍ରତ୍ୟକ କାର୍ଯ୍ୟରେ ପରିବାର ଲୋକଙ୍କ ସମର୍ଥନ ପାଇବେ। ଯେଉଁମାନେ କମ୍ପିଟେଟିଭ୍ ଏକ୍ସାମ୍ ପାଇଁ ପ୍ରସ୍ତୁତ ହେଉଛନ୍ତି । ସେମାନେ ଭଲ ରେଜଲ୍ଟ ପାଇବେ। ବ୍ୟବସାୟୀମାନଙ୍କ ପାଇଁ ସମୟ ଆଦୌ ଭଲ ରହିବ ନାହିଁ। କୌଣସି ନୂତନ ବ୍ୟବସାୟ ଆରମ୍ଭ କରନ୍ତୁ ନାହିଁ। ନଚେତ୍ କ୍ଷତି ସହିବେ। 

 

4/5

କୁମ୍ଭ: ବୁଦ୍ଧାଦିତ୍ୟ ରାଜଯୋଗ ଏହି ରାଶିକୁ ଧନବାନ୍ କରିବ। ଏହି ଅବଧି ମଧ୍ୟରେ ପ୍ରତ୍ୟକ କାର୍ଯ୍ୟରେ ସଫଳତା ପାଇବେ।  ବିଶେଷକରି ରାଜନୈତିକ କ୍ଷେତ୍ରରେ ଜଡ଼ିତ ଥିବା ଲୋକଙ୍କ ପାଇଁ ସମୟ ଅତ୍ୟନ୍ତ ଶୁଭ ରହିବ । ଏହି ସମୟ ମଧ୍ୟରେ ଦଳ ପକ୍ଷରୁ କୌଣସି ପ୍ରକାର ବଡ଼ ଦାୟିତ୍ବ କିମ୍ବା ପଦବୀ ମିଳିପାରେ। ବିଦେଶରେ ଉଚ୍ଚ ଶିକ୍ଷା ଲାଭ ପାଇଁ ସ୍ବପ୍ନ ଦେଖୁଥିବା ଛାତ୍ରଛାତ୍ରୀଙ୍କ ଆଶା ଖୁବଶିଘ୍ର ପୂରଣ ହେବ। ପୈତୃକ ସମ୍ପତ୍ତିରୁ ଲାଭ ପାଇବେ।  ଦିର୍ଘ ଦିନ ଧରି ଲାଗି ରହିଥିବା ପାରିବାରିକ ବିବାଦରୁ ମୁକ୍ତି ମିଳିବ। ପ୍ରେମୀ ମାନଙ୍କ ପାଇଁ ସମୟ ବେଶ୍ ରୋମାଣ୍ଟିକ୍ ରହିବ। ସାଥୀଙ୍କ ସହ କ୍ବାଲିଟି ଟାଇମ୍ ଅତିବାହିତ କରିବେ। 

5/5

ମୀନ: ଆଜିଠାରୁ ଏହି ରାଶିଙ୍କ ଭାଗ୍ୟରେ ବଡ଼ ପରିବର୍ତ୍ତନ ଆସିବ। ଦିର୍ଘ ଦିନ ଧରି ଚାଲିଥିବା ବିବାଦର ଅନ୍ତ ଘଟିବ। ବ୍ୟବସାୟୀମାନେ ଲାଭବାନ୍ ହେବେ। ଖୁଚୁରା ବ୍ୟବସାୟୀମାନଙ୍କ ପାଇଁ ସମୟ ଭଲ ରହିବ। ବ୍ୟବସାୟକୁ ନେଇ କୌଣସି ପ୍ରକାର ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି। ଯାହା ଆପଣଙ୍କୁ ଭବିଷ୍ୟତରେ ଲାଭଦେବ। ଆର୍ଥିକ ଦେଣନେଣ ପାଇଁ ସମୟ ବେଶ୍ ଭଲ ରହିବ। ପୁରୁଣା ବିନିଯୋଗରୁ ଲାଭ ପାଇବେ। ଆକସ୍ମିକ ଧନଲାଭର ଯୋଗ ରହିଛି। ଅବିବାହିତଙ୍କ ପାଇଁ ଘରକୁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟଭଲ ରହିବ। ଗାଡ଼ି ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)