Advertisement
Photo Details/zeeodisha/odisha2337295
photoDetails0hindi

Monsoon Health Tips: ବର୍ଷାଦିନେ ଦହି ଖାଇବା ଉଚିତ୍ କି? ଜାଣନ୍ତୁ କ'ଣ କୁହନ୍ତି ବିଶେଷଜ୍ଞ

Monsoon Health Tips: ବର୍ଷା ଋତୁ ଆରମ୍ଭ ହୋଇଯାଇଛି।   ଏହି ଋତୁରେ ସାଧାରଣତଃ ସଂକ୍ରମଣର ଭୟ ଟିକେ ଅଧିକ ଥାଏ। ବିଶେଷକରି  ବର୍ଷା ଦିନେ ଖାଦ୍ୟପେୟ ପ୍ରତି ଯଥେଷ୍ଟ ଧ୍ୟାନ ଦେବା ଜରୁରୀ। ବର୍ଷା ଦିନରେ ଦହି ଖାଇବା ଶରୀର ପାଇଁ ଭଲ ନା ଖରାପ୍ । ତେବେ ଆସନ୍ତୁ ଜାଣିବା ଏନେଇ କଣ କହୁଛନ୍ତି ସ୍ବାସ୍ଥ୍ୟ ବିଶେଷଜ୍ଞ...

1/5

ଦହି ସ୍ବାସ୍ଥ୍ୟ ପାଇଁ ଅତ୍ୟନ୍ତ ଭଲ ହୋଇଥାଏ। ଏଥିରେ ଥିବା ପ୍ରୋଟିନ୍ ଶରୀରକୁ ସୁସ୍ଥ ରଖିବାରେ ସାହାର୍ଯ୍ୟ କରେ। ଦହିରେ କ୍ୟାଲସିୟମ୍ ଓ ପ୍ରୋଟିନ୍ ପ୍ରଚୁର ମାତ୍ରାରେ ରହିଛି। 

ALSO READ: Surya Gochar 2024: ସୂର୍ଯ୍ୟଙ୍କ ଚଳନ ଏହି ସବୁ ରାଶିଙ୍କର କରିବ ଭାଗ୍ୟ ଉଦୟ, କର୍ମକ୍ଷେତ୍ରରୁ ମିଳିବ ଖୁସି ଖବର ସହ...

2/5

କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞ ତାଥା ଡାଏଟିସିଆନ୍ ଶିଖା ଅଗ୍ରଓ୍ବାଲ୍ ଶର୍ମାଙ୍କ ମତରେ ବର୍ଷା ଦିନେ ଦହି ଖାଇବା ଉଚିତ୍ ନୁହେଁ।

 

3/5

ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଋତୁରେ ଦହି ଖାଇବା ଦ୍ବାରା ହଜମ ପ୍ରକ୍ରିୟାକୁ ଏହା ପ୍ରଭାବିତ କରେ।  ତେଣୁ ବର୍ଷା ଦିନେ ଦହି ଖାଇବା ଉଚିତ୍ ନୁହେଁ।

4/5

କାରଣ ବର୍ଷା ଋତୁରେ ଦୁଗ୍ଧଜାତୀୟ ଦ୍ରବ୍ୟରେ ଅଧିକ ଜୀବାଣୁ ଥିବାର ସମ୍ଭାବନା ଥାଏ।  ତେଣୁ ସଂକ୍ରମଣର ଭୟ ଅଧିକ ଥାଏ। 

5/5

ଯଦି ବର୍ଷା ଦିନେ ଦହି ଖାଇବାକୁ ଚାହୁଁଛନ୍ତି । ତେବେ, ସତେଜ ଦହି ଖାଆନ୍ତୁ। ଦହିକୁ ବର୍ଷା ଦିନେ ଅଧିକ ଦିନ ଫ୍ରିଜ୍ ରେ ରଖନ୍ତୁ ନାହିଁ। ବାସିଦହି ବା ଦିର୍ଘ ଦିନ ଧରି ଫ୍ରିଜ୍ ରେ ରଖିଥିବା ଦହିକୁ ଖାଇବା ଦ୍ବାରା ପେଟରେ ସଂକ୍ରମଣ ହେବାର ଆଶଙ୍କା ଥାଏ।

(Disclaimer: ଆମର ଆର୍ଟିକିଲ୍ କେବଳ ସୂଚନା ପ୍ରଦାନ ପାଇଁ। କୌଣସି ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ଫଲୋ କରିବା ପୂର୍ବରୁ ସର୍ବଦା ଜଣେ ବିଶେଷଜ୍ଞ କିମ୍ବା ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।