popcorn brain : ଅଧିକ ମୋବାଇଲ ଦେଖୁଛନ୍ତିକି? ହୋଇପାରନ୍ତି POPCORN BRAIN ରୋଗର ଶିକାର!
Advertisement
Article Detail0/zeeodisha/odisha2348127

popcorn brain : ଅଧିକ ମୋବାଇଲ ଦେଖୁଛନ୍ତିକି? ହୋଇପାରନ୍ତି POPCORN BRAIN ରୋଗର ଶିକାର!

popcorn brain impacting your mental health : ଅଧିକ ମୋବାଇଲ୍ ଦେଖୁଥିଲେ ହେବ popcorn ରୋଗ।ବିଶେଷଜ୍ଞଙ୍କ କହିବାନୁସାରେ, ପପର୍କନ ବ୍ରେନ popcorn ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।ପପକର୍ନ ବ୍ରେନ ହେଉଛି ମସ୍ତିଷ୍କର ଏକ ପ୍ରକାର ଦୁର୍ବଳ ଅବସ୍ଥା।

Health tips

popcorn brain is new problem of every sector : ଡିଜିଟାଲ ଦୁନିଆରେ ସବୁ ମଣିଷ ମୋବାଇଲ ମାୟାରେ ବାୟା । ଛୋଟ ପିଲାଠୁ ବୃଦ୍ଧ ସମସ୍ତେ ମୋବାଇଲ୍ ବିନା ଅଧୁରା।ହାତମୁଠାରେ ସେମାନଙ୍କ ପାଖରେ ପ୍ରତିଟି ଖବର ପହଞ୍ଚାଇ ଦେଉଛି ମୋବାଇଲ ।  ଏହିକ୍ରମରେ ବିଶେଷଜ୍ଞଙ୍କ କହିବାନୁସାରେ, ‘ପପର୍କନ ବ୍ରେନ’(popcorn) ସମସ୍ୟା ଏବେ ବୃଦ୍ଧି ପାଇବାରେ ଲାଗିଛି ।

ପପକର୍ନ ବ୍ରେନ ହେଉଛି ମସ୍ତିଷ୍କର ଏକ ପ୍ରକାର ଦୁର୍ବଳ ଅବସ୍ଥା । ଯାହା ଲଗାତାର ଭାବରେ କୌଣସି ଜିନିଷ ପ୍ରତି ଧ୍ୟାନ କେନ୍ଦ୍ରିତ କରିବାର କ୍ଷମତାକୁ ଦୁର୍ବଳ କରି ଦିଏ । ମଣିଷର ମସ୍ତିଷ୍କ ଅତ୍ୟଧିକ ସୂଚନା ପ୍ରାପ୍ତ କରି ବିଶ୍ରାମ ନ ନ ନେଲେ ଏହା ଅଧିକ ହେବାର ସମ୍ଭାବନା ରହିଛି । ଏହି ସମସ୍ୟା ଫଳରେ ମଣିଷର ମସ୍ତିଷ୍କ ସ୍ଥିରାବସ୍ଥାରେ କାର୍ଯ୍ୟ କରି ପାରେ ନାହିଁ । ଗୋଟିଏ କାମ କରୁଥିବା ସମୟରେ ଅନ୍ୟ କାମ କରିବା ପାଇଁ ତାହାର ମସ୍ତିଷ୍କ ଘୂରେ ।

ଧ୍ୟାନ କେନ୍ଦ୍ରିତ କରିବାରେ କଷ୍ଟ ହେବା, ସହଜରେ ବିଚଳିତ ହେବା, କାମକୁ ନିୟନ୍ତ୍ରିତ କରି ନ ପାରିବା ତଥା ମହତ୍ତ୍ୱପୂର୍ଣ୍ଣ କାର୍ଯ୍ୟକୁ ଭୁଲି ଯିବା ଏହିସବୁ ହେଉଛି ପପର୍କନ ବ୍ରନ popcorn ର ଲକ୍ଷଣ । ଏହା ମଣିଷର କାର୍ଯ୍ୟକୁ ପ୍ରଭାବିତ କରେ । ମସ୍ତିଷ୍କର ଏକାଗ୍ରତା ନଷ୍ଟ ହେବା ଫଳରେ ଜଣେ ବ୍ୟକ୍ତି ଠିକ ଭାବରେ କୌଣସି କାର୍ଯ୍ୟକୁ ସମାପନ କରିପାରେ ନାହିଁ । ମାନସିକ ଅବସାଦ ଆଡକୁ ବ୍ୟକ୍ତି ଗତି କରେ ଏହି ରୋଗ ହେଲେ । ଅତ୍ୟଧିକ ମୋବାଇଲା ବା ଡିଜିଟାଲ ଡିଭାଇସର ସୂଚନା ତାହାକୁ ଭାରଗ୍ରସ୍ତ କରି ପକାଏ । ସଂପର୍କକୁ ମଧ୍ୟ ନଷ୍ଟ କରିବା ପାଇଁ ଏହି ରୋଗ ଯଥେଷ୍ଟ । କାରଣ ସକ୍ରିୟ ମସ୍ତିଷ୍କ ହିଁ ସଠିକ ସମ୍ପର୍କ ଗଢେ ।

ଯଦି ଜଣେ ଏହି ଲକ୍ଷଣର ଅନୁଭବ କରୁଛି, ତେବେ ଡିଜିଟାଲ ଡିଭାଇସ ବ୍ୟବହାର କରିବା କମ୍ କରିବା ଉଚିତ । ନୋଟିଫିକେଶନ ଆସିବା ପରେ ଏହା ଜରୁରୀ ନୁହେଁ ଯେ, ଜଣେ ସର୍ବଦା ତୁରନ୍ତ ହିଁ ତାହକୁ ଦେଖିବ । ନିଜର ମସ୍ତିଷ୍କକୁ ଆରାମ ଦେବା ପାଇଁ ସମୟ ସମୟରେ ବିଶ୍ରାମ ନିଅନ୍ତୁ ଓ ଡିଜିଟାଲ ଡିଭାଇସର ବ୍ୟବହାର ଏବଂ ତାହା ପ୍ରତି ଥିବା ଅହେତୁକ ଭଲପାଇବାକୁ କମ୍ କରନ୍ତୁ । ସୁସ୍ଥ ରହିବେ ସଶକ୍ତ ସମାଜର ଭାଗୀଦାରୀ ହେବେ ।