Road Accident: ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍, ୧୩ ମୃତ, ଏକାଧିକ ଆହତ
Advertisement
Article Detail0/zeeodisha/odisha2312082

Road Accident: ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍, ୧୩ ମୃତ, ଏକାଧିକ ଆହତ

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଅକାଳରେ ଲିଭିଗଲା ୧୩ ଜୀବନ ଦୀପ। ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଘଟିଗଲା ଭୟଙ୍କର ଦୁର୍ଘଟଣା।  ଏକ ଟ୍ରକକୁ ପଛପଟୁ ଭ୍ୟାନ୍ ଧକ୍କା ଦେବାରୁ ୧୩ ଜଣ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । 

 

Road Accident: ଟ୍ରକକୁ ପଛପଟୁ ପିଟିଲା ଭ୍ୟାନ୍, ୧୩ ମୃତ, ଏକାଧିକ ଆହତ

Road Accident: ଏ-ମିତି ବି ଆସେ ମୃତ୍ୟୁ । କେହି କିଛି ଭାବିବା ପୂର୍ବରୁ ଓଲଟ ପାଲଟ ହୋଇଗଲା ସବୁ କିଛି । କ୍ଷଣିକ ମଧ୍ୟରେ ଚୁନା ହୋଇଗଲା ସବୁ ସ୍ବପ୍ନ।  ଅକାଳରେ ଲିଭିଗଲା ୧୩ ଜୀବନ ଦୀପ। ମନ୍ଦିରରୁ ଦର୍ଶନ ସାରି ଘରକୁ ଫେରୁଥିବା ବେଳେ ଘଟିଗଲା ଭୟଙ୍କର ଦୁର୍ଘଟଣା।  ଏକ ଟ୍ରକକୁ ପଛପଟୁ ଭ୍ୟାନ୍ ଧକ୍କା ଦେବାରୁ ୧୩ ଜଣ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ ଜଣ ଆହତ ହୋଇଛନ୍ତି । ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।  କର୍ଣ୍ଣାଟକର ହାୱେରୀ ଜିଲ୍ଲାରେ ଘଟିଛି ଏଭଳି ଛାତିଥରା ଦୁର୍ଘଟଣା।

 

ସୂଚନା ଅନୁସାରେ,  କର୍ଣ୍ଣାଟକର ଶିବାମୋଗା ଜିଲ୍ଲାର ୟେମେହାଟି ଗାଁର କିଛି କିଛି ଶ୍ରଦ୍ଧାଳୁ ଚିଞ୍ଚିଲି ଜିଲ୍ଲାରେ ଥିବା ମୟକା ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ ଯାଇଥିଲେ। ଦର୍ଶନ ସାରି ଏକ ଭ୍ୟାନ୍ ରେ ଶୁକ୍ରବାର ଦିନ ଗାଁକୁ ଫେରିବା ବାଟରେ ବ୍ୟାଗାଡି ତାଲୁକର ଗୁଣ୍ଡେନହଲ୍ଲୀ କ୍ରସିଂ ପାଖରେ ଛିଡ଼ା ହୋଇଥିବା ଏକ  ଟ୍ରକକୁ ଭ୍ୟାନଟି ଭାରସାମ୍ୟ ହରାଇ ପିଟି ଦେଇଥିଲା। ଫଳରେ ଘଟଣାସ୍ଥଳରେ ୧୧ ଜଣଙ୍କର ମୃତ୍ୟୁ ହୋଇଥିଲା। ଏହା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ୍ ଓ ଉଦ୍ଧାର କରୀ ଦଳ ଘଟଣାସ୍ଥଳରେ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ମେଡିକାଲରେ ଭର୍ତ୍ତି କରିଥିଲେ।  ଏବଂ ଚିକିତ୍ସାଧିନ ଅବସ୍ଥାରେ ୨ ଜଣଙ୍କର ମୃତ୍ୟୁ ଘଟିଥିଲା। ପୋଲିସ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ,ଭ୍ୟାନରେ ୧୭ ଜଣ ଯାତ୍ରୀ ଥିଲେ।