Bihar Tragedy: ନଦୀରେ ବୁଡି ୪୦ ଜଣଙ୍କ ମୃତ୍ୟୁ, ୮ ଜଣ ଛୁଆଙ୍କ ଯାଇଛି ଜୀବନ
Advertisement
Article Detail0/zeeodisha/odisha2447302

Bihar Tragedy: ନଦୀରେ ବୁଡି ୪୦ ଜଣଙ୍କ ମୃତ୍ୟୁ, ୮ ଜଣ ଛୁଆଙ୍କ ଯାଇଛି ଜୀବନ

ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ବିହାରରେ ବିଭିନ୍ନ ନଦୀରେ ଜଳସ୍ତରରେ ବୃଦ୍ଧି ଘଟିଛି। ଏହି ସମୟରେ ବିହାରର ଅନେକ ସ୍ଥାନରୁ ନଦୀନାଳରେ ବୁଡି ମୃତକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଦିନ ଜିତିଆ ଉପବାସ ପାଇଁ ଗାଧୋଇବାକୁ ଯାଇଥିବା ବେଶେ ୩୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ରାଜ୍ୟ

Bihar Tragedy: ନଦୀରେ ବୁଡି ୪୦ ଜଣଙ୍କ ମୃତ୍ୟୁ, ୮ ଜଣ ଛୁଆଙ୍କ ଯାଇଛି ଜୀବନ

Bihar Tragedy: ନୂଆଦିଲ୍ଲୀ: ପ୍ରବଳ ବର୍ଷା କାରଣରୁ ବିହାରରେ ବିଭିନ୍ନ ନଦୀରେ ଜଳସ୍ତରରେ ବୃଦ୍ଧି ଘଟିଛି। ଏହି ସମୟରେ ବିହାରର ଅନେକ ସ୍ଥାନରୁ ନଦୀନାଳରେ ବୁଡି ମୃତକଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଇବାରେ ଲାଗିଛି। ବୁଧବାର ଦିନ ଜିତିଆ ଉପବାସ ପାଇଁ ଗାଧୋଇବାକୁ ଯାଇଥିବା ବେଶେ ୩୦ରୁ ଅଧିକ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ରାଜ୍ୟ ଅଧା ଜିଲ୍ଲାରେ ଏହି ଦୁର୍ଘଟଣା ଜନିତ ଖବର ସାମ୍ନାକୁ ଆସିଛି। ଏହି ଦୁର୍ଘଟଣାରେ ଶିଶୁ ଓ ମହିଳାଙ୍କର ମୃତ୍ୟୁ ହୋଇଛି। ଔରଙ୍ଗାବାଦରୁ ସର୍ବାଧିକ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଏଠାରେ ଆଠ ଜଣ ପିଲା ବୁଡ଼ିଯିବା କାରଣରୁ ସେମାନଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି।

ଔରଙ୍ଗାବାଦରେ ସର୍ବାଧିକ ଛୁଆଙ୍କ ମୃତ୍ୟୁ
ଜିତିଆ ପୋଖରୀରେ ଗାଧୋଇବାକୁ ଆସିଥିବା ୮ ଜଣଙ୍କର ବୁଡ଼ିଯିବା କାରଣରୁ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ୨ ଜଣ ମହିଳା ଏବଂ ୬ ଜଣ ନାବାଳିକା ଅଛନ୍ତି। ଏହି ଦୁର୍ଘଟଣା ବରୁଣ ସହରର ଇଟାହାଟ ଗ୍ରାମ ଏବଂ ମଦନପୁର ସହରର କୁଶା ଗ୍ରାମରେ ଘଟିଛି। ପ୍ରତ୍ୟେକ ଶିଶୁଙ୍କ ମୃତଦେହ କୁଶା ଗାଁର ପୋଖରୀ ଏବଂ ଇଥାନାଟ ଗ୍ରାମ ଦେଇ ଯାଉଥିବା ବାଟାନେ ନଦୀରୁ ମିଳିଥିଲା। ମୃତ ବ୍ୟକ୍ତିଙ୍କ ନାମ କୁଶାହା ଗାଁର ବାସିନ୍ଦା ଉପେନ୍ଦ୍ର ଯାଦବଙ୍କ ୮ ବର୍ଷର ପୁଅ ଅଙ୍କଜ କୁମାର ସୋନାଲି କୁମାରୀ, ନୀଲମ କୁମାରୀ, ରାଖୀ କୁମାରୀ, ନିଶା କମାରୀ, ଅଙ୍କୁ କୁମାରୀ, ଗୁଡ୍ଡୁ ସିଂହ, ଚୁଲବୁଲି, ମନୋଜ ସିଂହ ଓ ଲାଜୋ କୁମାରୀ ବୋଲି ଜଣାପଡ଼ିଛି। 

ସେହିପରି ମୋତିହାରୀ, ଚମ୍ପାରନ, ରୋହତାସରୁ ମଧ୍ୟ ବୁଡିଯାଇଥିବାର ଖବର ସାମ୍ନାକୁ ଆସିଛି। ପୂର୍ବ ଚମ୍ପାରଣ ଜିଲ୍ଲାର କଲ୍ୟାଣପୁର ଥାନା ଅଞ୍ଚଳର ସୁନୌତୀ ନଦୀରେ ବୁଡି ଯାଇ ଉପେନ୍ଦ୍ର କୁମାର ଯାଦବଙ୍କର ୮ ବର୍ଷୀୟ ପୁଅ ଶୈଳେଷ କୁମାର ଓ ସଞ୍ଜୟ କୁମାରଙ୍କ ୫ ବର୍ଷର ଝିଅ ଅଂଶୁ ପ୍ରିୟା ବୁଡି ମୃତ୍ୟୁ ବରଣ କରିଛନ୍ତି। ସେହିପରି ପରସୌନୀ ଗ୍ରାମର ନିବାସୀ ରଞ୍ଜିତ ଶାହଙ୍କ ପତ୍ନୀ ରଞ୍ଜିତା ଦେବୀଙ୍କର ମଧ୍ୟ ମୃତ୍ୟୁ ହୋଇଥିଲା। ସେହିପରି ତାଙ୍କର ୧୨ ବର୍ଷର ଝିଅ ରାଜନନ୍ଦିନୀ ମଧ୍ୟ ନଦୀରେ ବୁଡି ପ୍ରାଣ ହରାଇଛନ୍ତି। ହରସିଦ୍ଧି ଥାନା ଅଞ୍ଚଳରେ ବିଶୁନପୁରା ଗ୍ରାମର ବାବୁଲାଲ ରାମଙ୍କର ୧୦ ବର୍ଷିୟ ଝିଅଙ୍କର ମଧ୍ୟ ନଦୀରେ ବୁଡି ମୃତ୍ୟୁ ହୋଇଛି। ମନୋଜ ପଟେଲଙ୍କର ୧୦ ବର୍ଷିୟ ପୁଅ ଶିବମ କୁମାର ଓ ଖୋଭାରୀ ଶାହଙ୍କର ୧୧ ବର୍ଷିୟ ପୁଅ ବିବେକ କୁମାରଙ୍କର ମଧ୍ୟ ନଦୀରେ ବୁଡି ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। 

ସେହିପରି ସରଣ ଜିଲ୍ଲାର ମାଞ୍ଝି ଥାନା ଅନ୍ତର୍ଗତ ସବଦରା ଗ୍ରାମର ରାଧାଶ୍ୟାମ ଶାହଙ୍କର ୧୨ ବର୍ଷିୟ ଝିଅ ଶୋଭାକୁମାରୀଙ୍କର ମଧ୍ୟ ମୃ୍ତ୍ୟୁ ହୋଇଛି। ଦାଉଦପୁର ଥାନା ଅନ୍ତର୍ଗତ ଭରୱଲିଆ ଗ୍ରାମର ୧୩ ବର୍ଷିୟ ପୁଅ ଗୋଲୁ କୁମାର, ପକୱାଲିଆ ଗ୍ରାମର ଶୁଭମ ଯାଦବଙ୍କ ମୃତ୍ୟୁ ହୋଇଛି।