ଋଷ ୟୁକ୍ରେନ ଯୁଦ୍ଧ (Ukraine War) ମଧ୍ୟରେ ଭାରତ (India) ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ୟୁକ୍ରେନ (Ukraine) ସପକ୍ଷରେ ଭୋଟ ଦେଇଛି। ୟୁକ୍ରେନ (Ukraine) ରାଷ୍ଟ୍ରପତି ସଂଯୁକ୍ତ ରାଷ୍ଟ୍ରର ବୈଠକକୁ ସମ୍ବୋଦ୍ଧିତ କରିବା ପ୍ରସ୍ତାବରେ ସମର୍ଥନ ଜଣାଇଛି ଭାରତ। ଆସନ୍ତା ସପ୍ତାହରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ।
Trending Photos
ନୂଆଦିଲ୍ଲୀ: ଋଷ ୟୁକ୍ରେନ ଯୁଦ୍ଧ (Ukraine War) ମଧ୍ୟରେ ଭାରତ (India) ଦୁଇ ମାସ ମଧ୍ୟରେ ଦ୍ୱିତୀୟ ଥର ପାଇଁ ୟୁକ୍ରେନ (Ukraine) ସପକ୍ଷରେ ଭୋଟ ଦେଇଛି। ୟୁକ୍ରେନ (Ukraine) ରାଷ୍ଟ୍ରପତି ସଂଯୁକ୍ତ ରାଷ୍ଟ୍ରର ବୈଠକକୁ ସମ୍ବୋଦ୍ଧିତ କରିବା ପ୍ରସ୍ତାବରେ ସମର୍ଥନ ଜଣାଇଛି ଭାରତ। ଆସନ୍ତା ସପ୍ତାହରେ ସଂଯୁକ୍ତ ରାଷ୍ଟ୍ର ମହାସଭାର ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ବୈଠକରେ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡୋମିର ଜେଲନସ୍କିଙ୍କର ପୂର୍ବରୁ ରେକର୍ଡ କରାଯାଇଥିବା ଷ୍ଟେଟମେଣ୍ଟ ଏଠାରେ ଉପସ୍ଥାପନ କରାଯିବ। ଏହାକୁ ସମର୍ଥନ ଜଣାଇ ଭାରତ ସହିତ ଶହେଟି ରାଷ୍ଟ୍ର ଭୋଟ ଦେଇଛନ୍ତି।
ଗତ ମାସରେ ମିଳିତ ଜାତିସଂଘ ସୁରକ୍ଷା ପରିଷଦ ବୈଠକରେ ଜେଲେନସ୍କିଙ୍କ ଭର୍ଚୁଆଲ୍ ଭାଷଣକୁ ମଧ୍ୟ ଭାରତ ଭୋଟ୍ ଦେଇଥିଲା। ଏହା ପ୍ରଥମେ ଋଷ ବିରୋଧରେ ନୂଆଦିଲ୍ଲୀର ଭୋଟ୍ ଭାବରେ ଦେଖାଯାଇଥିଲା। ବିଶେଷ କଥା ହେଉଛି ଉଭୟ ଘଟଣାରେ ଚୀନ୍ ଭୋଟ୍ ଦେବା ଠାରୁ ଦୂରେଇ ରହିଥିଲା।
ଭାରତ ଏଭଳି ସମୟରେ ଏହି ଭୋଟ ଦେଇଥିଲା, ଯେତେବେଳେ ସମରକନ୍ଦରେ ମୋଦି ଓ ପୁଟିନଙ୍କର ବୈଠକ ଅନୁଷ୍ଠିତ ହୋଇଥିଲା। ସମରକନ୍ଦରେ ଏହି ଦ୍ୱିପାକ୍ଷିକ ବୈଠକରେ ପୁଟିନଙ୍କୁ ମୋଦି କହିଥିଲେ ଯେ ଆଜିର ସମୟ ଯୁଦ୍ଧର ସମୟ ନୁହେଁ। ଏହାର କିଛି ସମୟ ପରେ ଭାରତ ୟୁକ୍ରେନ ସମର୍ଥନରେ ଭୋଟ ଦେଇଥିଲା। ଭାରତ ସମେତ ୧୦୧ଟି ଦେଶ ଜେଲେନସ୍କିଙ୍କ ସପକ୍ଷରେ ମତ ଦେଇଛନ୍ତି। ବେଲାଋଷ, କ୍ୟୁବା, ଇରିଟ୍ରିଆ, ସିରିଆ ଏବଂ ଋଷ ସମେତ ସାତୋଟି ଦେଶ ଏହାକୁ ବିରୋଧ କରିଛନ୍ତି। ଅର୍ଥାତ୍ ୭ଟି ଦେଶ ଋଷକୁ ସମର୍ଥନ କରିଥିଲେ। ଚୀନ୍ ସମେତ ୧୯ଟି ଦେଶ ଭୋଟ୍ ଦେବା ଠାରୁ ଦୂରେଇ ରହିଲେ।
ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଆରମ୍ଭରୁ ବର୍ତ୍ତମାନ ପର୍ଯ୍ୟନ୍ତ କୁଟନୀତି ମାଧ୍ୟମରେ ମାମଲା ଉପରେ ନିୟନ୍ତ୍ରଣ କରିବାକୁ ଉଦ୍ୟମ ଜାରି ରଖିଛି। ଆରମ୍ଭରୁ ଯୁଦ୍ଧ କାରଣରୁ ହଜାର ହଜାର ଭାରତୀୟ ସୈନିକ ୟୁକ୍ରେନ ଫସି ରହିଥିଲେ। ସେହି ସମୟରେ କୂଟନୈତିକ ରଣନୀତି ମାଧ୍ୟମରେ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଥିଲା। ଆମେରିକା ସମେତ ପାଶ୍ଚାତ୍ୟ ଦେଶଗୁଡିକର ଚାପ ସତ୍ତ୍ୱେ ଋଷରୁ ଶସ୍ତା ତେଲ କିଣିବାକୁ ସ୍ଥିର କରିଛି ଭାରତ। ଏହାକୁ ନେଇ ୟୁରୋପ ବିରୋଧ ଉପରେ ଆଇନା ଦେଖାଇଥିଲା ଭାରତ।