ଭାରତ ଶରଣରେ ଆଫଗାନ୍; ବିଦେଶ ମନ୍ତ୍ରୀ କହିଲେ, ତାଲିବାନଠୁ ଆମକୁ ବଞ୍ଚାଅ
Advertisement

ଭାରତ ଶରଣରେ ଆଫଗାନ୍; ବିଦେଶ ମନ୍ତ୍ରୀ କହିଲେ, ତାଲିବାନଠୁ ଆମକୁ ବଞ୍ଚାଅ

ମଙ୍ଗଳବାର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ଆତମାର ତାଙ୍କ ଭାରତୀୟ ସମକକ୍ଷ ଏସ ଜୟଶଙ୍କରଙ୍କ ସହ ଫୋନରେ କଥା ହୋଇଥିଲେ। ସେ ତାଙ୍କ ଦେଶରେ ତାଲିବାନ ଦ୍ୱାରା ହିଂସା ତଥା ମାନବିକ ଅଧିକାରର ଉଲ୍ଲଂଘନ ଘଟଣାକୁ ରୋକିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଇବାର ସମ୍ଭାବନା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ।

 

ଫାଇଲ ଫଟୋ

ନୂଆଦିଲ୍ଲୀ: ଆଫଗାନିସ୍ତାନରୁ ଆମେରିକା ସେନା ପ୍ରତ୍ୟାହାର ପରେ ପରିସ୍ଥିତି ଦିନକୁ ଦିନ ଗୁରୁତର ହେବାରେ ଲାଗିଛି। ଏହି ସମୟରେ ଆଫଗାନିସ୍ତାନ ସହାୟତା ପାଇଁ ଭାରତକୁ ନିବେଦନ କରିଛି। ମଙ୍ଗଳବାର ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ମହମ୍ମଦ ହନିଫ ଆତମାର ତାଙ୍କ ଭାରତୀୟ ସମକକ୍ଷ ଏସ ଜୟଶଙ୍କରଙ୍କ ସହ ଫୋନରେ କଥା ହୋଇଥିଲେ। ସେ ତାଙ୍କ ଦେଶରେ ତାଲିବାନ ଦ୍ୱାରା ହିଂସା ତଥା ମାନବିକ ଅଧିକାରର ଉଲ୍ଲଂଘନ ଘଟଣାକୁ ରୋକିବା ପାଇଁ ମିଳିତ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀ ବୈଠକ ଡକାଇବାର ସମ୍ଭାବନା ସମ୍ପର୍କରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହ ଆଲୋଚନା କରିଥିଲେ।

ଆଫଗାନିସ୍ତାନ (Afghanistan) ବୈଦେଶିକ ମନ୍ତ୍ରଣାଳୟ କହିଛି ଯେ, ତାଲିବାନ ଏବଂ ବିଦେଶୀ ଆତଙ୍କବାଦୀ ଗୋଷ୍ଠୀର ଆକ୍ରମଣ ଦ୍ୱାରା ଯୁଦ୍ଧ ପ୍ରଭାବିତ ଦେଶରେ ଦ୍ରୁତ ଅବନତି ଘଟୁଛି। ମିଳିତ ଜାତିସଂଘ ସୁରକ୍ଷା ପରିଷଦର ବୈଠକ ଡାକରା ଦିଆଯାଇଛି। ଆତମାର ଟୁଇଟ୍ କରି କହିଛନ୍ତି ଯେ, ଆଫଗାନିସ୍ତାନର ପରିସ୍ଥିତି ଉପରେ ଜାତିସଂଘ ସୁରକ୍ଷା ପରିଷଦର ଜରୁରୀକାଳୀନ ଅଧିବେଶନ ଡକାଇବା ବିଷୟରେ ଭାରତୀୟ ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ. ଜୟଶଙ୍କର (S Jaishankar) ଙ୍କ ସହ ଆଲୋଚନା କରାଯାଇଛି।

Also Read: ପଶ୍ଚିମ ଓଡି଼ଶାକୁ ଅବହେଳା ବିରୋଧରେ ବିଜେପିର ଗଣଧାରଣା

ତାଲିବାନ (Taliban) ର ହିଂସା ଏବଂ ଅତ୍ୟାଚାରର ଦୁଃଖଦ ଘଟଣାକୁ ରୋକିବାରେ ମିଳିତ ଜାତିସଂଘ ଏବଂ ଆନ୍ତର୍ଜାତୀୟ ସମୁଦାୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବା ଆବଶ୍ୟକ ବୋଲି ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ କହିଛି। ସୁରକ୍ଷା ପରିଷଦର ସଭାପତି ଭାବରେ ମୁଁ ଭାରତର ଭୂମିକାକୁ ପ୍ରଶଂସା କରୁଛି ବୋଲି ଆଫଗାନ ବୈଦେଶିକ ମନ୍ତ୍ରୀ (Mohammad Hanif Atmar) କହିଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ ମାସ ପାଇଁ ଭାରତ ସୁରକ୍ଷା ପରିଷଦର ସଭାପତିତ୍ୱ କରିବ।

ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରଣାଳୟ ଏକ ବିବୃତ୍ତି ଜାରି କରି ତାଲିବାନ ଆକ୍ରମଣକୁ "ବିଦେଶୀ ଶକ୍ତି ତଥା ଆତଙ୍କବାଦୀ ଗୋଷ୍ଠୀ ସହ ମିଶି" ଆନ୍ତର୍ଜାତୀୟ ଆଇନର ଉଲ୍ଲଂଘନ ଏବଂ ଏହି ଅଞ୍ଚଳର ସ୍ଥିରତା ଏବଂ ନିରାପତ୍ତା ଉପରେ ଏହାର ସମ୍ଭାବ୍ୟ ପରିଣାମ ବୋଲି କହିଛି। ତାଲିବାନ ତଥା ବିଦେଶୀ ଆତଙ୍କବାଦୀ ଗୋଷ୍ଠୀ (Terror Group) ଦ୍ୱାରା ବଢୁଥିବା ହିଂସା ତଥା ବ୍ୟାପକ ମାନବିକ ଅଧିକାରର ଉଲ୍ଲଂଘନ ସମ୍ପର୍କରେ ଆତମାର, ଜୟଶଙ୍କରଙ୍କ ସହ କଥା ହୋଇଥିଲେ।

Also Read: ପରମାଣୁ ଚୁକ୍ତିକୁ ବିରୋଧ କରିବାକୁ ଭାରତୀୟ ବାମପନ୍ଥୀଙ୍କ ସହଯୋଗ ନେଇଥିଲା ଚୀନ: ପୂର୍ବତନ ବୈଦେଶିକ ସଚିବ

ଆଫଗାନିସ୍ତାନରେ ହୋଇଥିବା ହିଂସାକୁ ତୁରନ୍ତ ଶେଷ କରିବା ଉପରେ ଗୁରୁତ୍ୱ ଦେଇ ସୁରକ୍ଷା ପରିଷଦର ଏକ ସ୍ୱତନ୍ତ୍ର ବୈଠକ ଆୟୋଜନ କରିବାକୁ ଆଫଗାନ ପ୍ରସ୍ତାବ ଦେଇଛି। ଆଫଗାନିସ୍ତାନରେ ବଢୁଥିବା ହିଂସା ତଥା ମାନବିକ ଅଧିକାରର ଉଲ୍ଲଂଘନ ମାମଲାରେ ଜୟଶଙ୍କର ଚିନ୍ତା ପ୍ରକଟ କରିଛନ୍ତି ଏବଂ ଦେଶରେ ଶାନ୍ତି ସୁନିଶ୍ଚିତ କରିବାକୁ ପଦକ୍ଷେପ ନେବାକୁ କହିଛନ୍ତି। ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ଆରମ୍ଭରୁ ତାଲିବାନ, ଆଫଗାନିସ୍ତାନର ବିଭିନ୍ନ ସ୍ଥାନରେ କ୍ରମାଗତ ଭାବରେ ଆକ୍ରମଣ କରିଆସୁଛି।