ପରମାଣୁ ଚୁକ୍ତିକୁ ବିରୋଧ କରିବାକୁ ଭାରତୀୟ ବାମପନ୍ଥୀଙ୍କ ସହଯୋଗ ନେଇଥିଲା ଚୀନ: ପୂର୍ବତନ ବୈଦେଶିକ ସଚିବ
Advertisement

ପରମାଣୁ ଚୁକ୍ତିକୁ ବିରୋଧ କରିବାକୁ ଭାରତୀୟ ବାମପନ୍ଥୀଙ୍କ ସହଯୋଗ ନେଇଥିଲା ଚୀନ: ପୂର୍ବତନ ବୈଦେଶିକ ସଚିବ

ଗତ ୨୦୦୭-୦୮ ମସିହାରେ ସ୍ୱାକ୍ଷରିତ ହୋଇଥିଲା ବହୁଚର୍ଚ୍ଚିତ ବେସାମରିକ ପରମାଣୁ ଚୁକ୍ତିକୁ ବିଗାଡିବା ପାଇଁ ଷଡଯନ୍ତ୍ର କରିଥିଲା ଚୀନ।

ପରମାଣୁ ଚୁକ୍ତିକୁ ବିରୋଧ କରିବାକୁ ଭାରତୀୟ ବାମପନ୍ଥୀଙ୍କ ସହଯୋଗ ନେଇଥିଲା ଚୀନ: ପୂର୍ବତନ ବୈଦେଶିକ ସଚିବ

ନୂଆଦିଲ୍ଲୀ: ଗତ ୨୦୦୮ ମସିହାରେ ଭାରତ-ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିବା ବହୁଚର୍ଚ୍ଚିତ ବେସାମରିକ ପରମାଣୁ ଚୁକ୍ତି ବାବଦରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା କରିଛନ୍ତି ପୂର୍ବତନ ବୈଦେଶିକ ସଚିବ ବିଜୟ ଗୋଖଲେ। ଏ ପ୍ରସଙ୍ଗରେ ସେ ନିଜ ଦ୍ୱାରା ଲିଖିତ ପୁସ୍ତକରେ ବିଶଦଭାବେ ବର୍ଣ୍ଣନା ଭାବେ ବର୍ଣ୍ଣନା କରିଛନ୍ତି। 

କେନ୍ଦ୍ରରେ କଂଗ୍ରେସ (Congress) ନେତୃତ୍ୱାଧିନ ୟୁପିଏ ସରକାର (UPA Govt) କ୍ଷମତାସୀନ ଥିବା ବେଳେ ଗତ ୨୦୦୭-୦୮ ମସିହାରେ ଭାରତ-ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ବହୁଚର୍ଚ୍ଚିତ ବେସାମରିକ ପରମାଣୁ ଚୁକ୍ତି (India-USA Civil Nuclear Agreement)। ଏହି ଚୁକ୍ତିକୁ ବିରୋଧ କରି ସେତେବେଳେ କଂଗ୍ରେସ ନେତୃତ୍ୱାଧିନ କେନ୍ଦ୍ର ସରକାରରୁ ନିଜର ସମର୍ଥନ ପ୍ରତ୍ୟାହାର କରିନେଇଥିଲା ବାମ ମେଣ୍ଟ (Left Front)। 

Also Read: ବିକ୍ରମ-ବେତାଳ ରାଜନୀତି: ପଶ୍ଚିମବଙ୍ଗରେ ବନ୍ଧୁତ୍ୱ, କେରଳରେ ପ୍ରତିଦ୍ୱନ୍ଦ୍ୱୀ କଂଗ୍ରେସ-ବାମପନ୍ଥୀ

ବେସାମରିକ ପରମାଣୁ ଚୁକ୍ତିକୁ ବିରୋଧ କରି ବାମ ଦଳ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେବା ପଛରେ ଚୀନ ଷଡ଼ଯନ୍ତ୍ର କରିଥିଲା ବୋଲି ନିଜ ଦ୍ୱାରା ଲିଖିତ "The Long Game: How the Chinese Negotiate with India" ପୁସ୍ତକରେ ଦର୍ଶାଇଛନ୍ତି ପୂର୍ବତନ ବୈଦେଶିକ ସଚିବ (Former Foreign Secretary) ବିଜୟ ଗୋଖଲେ (Vijay Gokhale)। ସେ ୧୯୮୨ ମସିହାରୁ ୨୦୧୭ ପର୍ଯ୍ୟନ୍ତ ହଂକଂ, ତାଇପେଇ, ବେଜିଂ ସ୍ଥିତ ଭାରତୀୟ ଦୂତାବାସରେ ବିଦେଶ ବ୍ୟାପର ସଚିବ ଭାବେ କାର୍ଯ୍ୟ କରିସାରିଛନ୍ତି।

ବେସାମରିକ ପରମାଣୁ ଚୁକ୍ତିକୁ ବିରୋଧ କରିବା ପାଇଁ ଚୀନରେ କ୍ଷମତାସୀନ କମ୍ୟୁନିଷ୍ଟ ସରକାର (Chiense Communist Govt) ଭାରତୀୟ ରାଜନୀତିରେ (Indian Politics) ସକ୍ରିୟ ରହିଥିବା ବାମ ଦଳଙ୍କ (Left Political Party of India) ସହାୟତାରେ ଏକ ଘରୋଇ ବିରୋଧି ଗୋଷ୍ଠୀ (Domestic Opposition) ଗଠନ କରିଥିଲା। ଏହି ମାଧ୍ୟମରେ ଦେଶର ଆଭ୍ୟନ୍ତରୀଣ ରାଜନୀତିରେ ହସ୍ତକ୍ଷେପ କରିବାକୁ ଷଡଯନ୍ତ୍ର ରଚିଥିଲା ଚୀନ (China)। ଏହି ଚୁକ୍ତି ସ୍ୱାକ୍ଷରିତ ହେବା ବେଳେ ଗୋଖଲେ ୨୦୦୭-୦୯ ପର୍ଯ୍ୟନ୍ତ ବେଜିଂସ୍ଥିତ ଭାରତୀୟ ଦୂତାବାସରେ କାର୍ଯ୍ୟରତ ଥିଲେ। 

Also Read: Kerala Election 2021: 'Captain' ପଦକୁ ନେଇ CPM ରେ ଫାଟ

ନିଜ ଦ୍ୱାରା ରଚିତ ପୁସ୍ତକରେ ପୂର୍ବତନ ବୈଦେଶିକ ସଚିବ ଭାରତ-ଚୀନ ମଧ୍ୟରେ ରହିଥିବା ଦ୍ୱିପାକ୍ଷିକ ସମ୍ପର୍କର ବିଭିନ୍ନ ପ୍ରସଙ୍ଗ ବାବଦରେ ଆଲୋଚନା କରିଛନ୍ତି। ପିପୁଲ୍ସ ରିପବ୍ଲିକ ଚାଇନା ଭଳି ଦେଶକୁ ମାନ୍ୟତା ପ୍ରଦାନ କରିବା କ୍ଷେତ୍ରରେ ଭାରତର ଭୂମିକା, ଚୀନ ଦ୍ୱାରା ତିବ୍ବତ ଦଖଲ, ପୋଖରାନ ଠାରେ ପରମାଣୁ ପରୀକ୍ଷା, ସିକ୍କିମ, ଭାରତ ଆମେରିକା ପରମାଣୁ ଚୁକ୍ତି, ମାସୁଦ ଅଜହରକୁ ଜାତିସଂଘ ସୁରକ୍ଷା ପରିଷଦ (United Nations Security Council) ଦ୍ୱାରା ଆନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିବା ମାମଲାରେ ଚୀନ କେଉଁ ଆଭିମୁଖ୍ୟ ଗ୍ରହଣ କରିଥିଲା ସେ ବାବଦରେ ଗୋଖଲେ ନିଜ ରଚିତ ପୁସ୍ତକରେ ଦର୍ଶାଇଛନ୍ତି।   

ଗତ ୨୦୧୯ ମେ ମାସରେ ଜାତିସଂଘରେ ଅନୁଷ୍ଠିତ ହୋଇଥିବା ବୈଠକରେ ମାସୁଦ ଅଜହରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ନକରିବାକୁ ଚୀନ ଉଭୟ ଋଷିଆ ଏବଂ ପାକିସ୍ତାନ ସହଯୋଗ ନେଇଥିଲେ। ଅଜହର ଦ୍ୱାରା ପରିଚାଳିତ ଜେଇଏମ ଆତଙ୍କୀ ସଙ୍ଗଠନ ଆଉ ସକ୍ରିୟ ରହିନାହିଁ। ଅଜହରକୁ ଆନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିବାର କୌଣସି କାରଣ ନାହିଁ ବୋଲି ପାକିସ୍ତାନ ଜରିଆରେ ଜାତିସଂଘ ବୈଠକରେ ଭାରତ ଉଦ୍ଦେଶ୍ୟରେ ବାର୍ତ୍ତା ଦେବାକୁ ଚାହିଁଥିଲା ଚୀନ।   

Also Read: Kerala Politics: ସରକାର ଗଠନ କରିବାକୁ ନେଇ LDF ମେଣ୍ଟରେ ଚାଲିଛି ଛକାପଞ୍ଝା

ଗତ ୨୦୦୭-୦୮ ମସିହାରେ କେନ୍ଦ୍ରର ୟୁପିଏ ସରକାରରେ ସାମିଲ ଥିବା ବାମ ଦଳଙ୍କ ସହାୟତାରେ ଭାରତ-ଆମେରିକା ମଧ୍ୟରେ ସ୍ୱାକ୍ଷରିତ ହୋଇଥିଲା ବହୁଚର୍ଚ୍ଚିତ ବେସାମରିକ ପରମାଣୁ ଚୁକ୍ତିକୁ ବିଗାଡିବା ପାଇଁ ଷଡଯନ୍ତ୍ର କରିଥିଲା କମ୍ୟୁନିଷ୍ଟ ଚାଇନା। ଏହାକୁ କାର୍ଯ୍ୟ କରିବାକୁ ଯାଇ ଭାରତୀୟ ରାଜନୀତିରେ ସାମିଲ ଥିବା ଅନେକ ବାମପନ୍ଥୀ ନେତାଙ୍କୁ ନିଜ ଦେଶକୁ ଆମନ୍ତ୍ରଣ କରିଥିଲେ ଚୀନ ସରକାର।  

ଗୋଖଲେ କହିଛନ୍ତି ଯେ ଏହି ସମୟ ମଧ୍ୟରେ ଭାରତ ସହିତ ଚୀନ୍‌ର ପାରସ୍ପରିକ ସମ୍ପର୍କ ୧୯୯୮ ମସିହାରେ ହୋଇଥିବା ପରମାଣୁ ପରୀକ୍ଷଣ ସମୟରେ ସେମାନଙ୍କ ଦ୍ୱାରା ଗ୍ରହଣ କରାଯାଇଥିବା ଆଭିମୁଖ୍ୟର ବିପରୀତ ଥିଲା। ପରମାଣୁ ଚୁକ୍ତିକୁ ବିରୋଧ କରିବାକୁ ଯାଇ ବାମପନ୍ଥୀ ଆଦର୍ଶରେ କାର୍ଯ୍ୟ କରୁଥିବା ଗଣମାଧ୍ୟମ ସଂସ୍ଥାର ସହାୟତା ନେଇଥିଲେ ଚୀନ ସରକାର। ହେଲେ ପ୍ରଥମ ଥର ପାଇଁ ଦେଶର ଘରୋଇ ରାଜନୀତିରେ ହସ୍ତକ୍ଷେପ କରିବାକୁ ପ୍ରୟାସ କରିଥିଲା କମ୍ୟୁନିଷ୍ଟ ଚୀନ।  

Also Read: Kerala Assembly Election 2021: ବାଜିମାରିନେଲା LDF, ପୁଣି UDF ହତାଶ

ଗତ ୨୦୦୮ ମସିହାରେ ପ୍ରକାଶ କରାତ (Prakash Karat) ସିପିଏମ ସାଧାରଣ ସମ୍ପାଦକ (CPM General Secretary) ଦାୟିତ୍ୱରେ ଥିବା ସମୟରେ ପରମାଣୁ ଚୁକ୍ତି ବିରୋଧ କରି ସେତେବେଳର ୟୁପିଏ ସରକାରରୁ ସମର୍ଥନ ପ୍ରତ୍ୟାହାର କରି ନେଇଥିଲେ ବାମପନ୍ଥୀ। ଏନେଇ ବାମ ଦଳ ପକ୍ଷରୁ ପ୍ରତିକ୍ରିୟା ରଖି କୁହାଯାଇଥିଲା ସାମରିକ କ୍ଷେତ୍ରରେ ସହଯୋଗ ପାଇଁ ଏପରି ଚୁକ୍ତି ସ୍ୱାକ୍ଷର କରାଯାଇଛି। ଏହା ସହିତ ଏହି ଚୁକ୍ତି ଦ୍ୱାରା ଭାରତ ରଣନୈତିକ କ୍ଷେତ୍ରରେ ଆମେରିକା ଉପରେ ନିର୍ଭରଶୀଳ ହୋଇପଡି଼ବ। ଯେତେବେଳେ ଏହି ପ୍ରସଙ୍ଗ ଉଠିଥିଲା ସେତେବେଳେ ଉଭୟ ଦେଶର ବାମପନ୍ଥୀ ନେତାଙ୍କ ମଧ୍ୟରେ ବିଭିନ୍ନ ସମୟରେ ଆଲୋଚନା ହୋଇଥିଲା। ଯଦିଓ ପରେ ଚୀନ ଭାରତକୁ ଏ ମାମଲାରେ ସମର୍ଥନ ଜଣାଇଥିଲା ମାତ୍ର ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଥିଲେ।