Miya Museum: ମିୟାଁ ସଂଗ୍ରହାଳୟ ମାମଲାରେ ୫ ଗିରଫ, ଆସିଲା ଗୁରୁତର ଅଭିଯୋଗ
Advertisement
Article Detail0/zeeodisha/odisha1413682

Miya Museum: ମିୟାଁ ସଂଗ୍ରହାଳୟ ମାମଲାରେ ୫ ଗିରଫ, ଆସିଲା ଗୁରୁତର ଅଭିଯୋଗ

Miya Museum Case: ମିୟାଁ ସଂଗ୍ରହାଳୟ ମାମଲାରେ ବଡ଼ ଧରଣର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଆସାମ ସରକାର। 

Miya Museum: ମିୟାଁ ସଂଗ୍ରହାଳୟ ମାମଲାରେ ୫ ଗିରଫ, ଆସିଲା ଗୁରୁତର ଅଭିଯୋଗ

Assam Miya Museum: ଆସାମ ମିୟାଁ ସଂଗ୍ରହାଳୟ ବନ୍ଦ କରାଯିବା ଘଟଣାରେ ଆସିଛି ବଡ଼ ଖବର। ଏହି ମାମଲା ଆସାମ ମିୟାଁ ପରିଷଦ ଅଧ୍ୟକ୍ଷ ସଭାପତି ତଥା ସାଧାରଣ ସଚିବଙ୍କ ସମେତ ୫ ଜଣଙ୍କୁ ଗିରଫ କରାଯାଇଛି। ଆତଙ୍କବାଦୀ ସଙ୍ଗଠନ ସହ ସମ୍ପର୍କ ରଖିବା ଅଭିଯୋଗୋରେ ସେମାନଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ ଅନୁଯାୟୀ ଗିରଫ କରାଯାଇଛି। ବୁଧବାର ଏ ସମ୍ପର୍କରେ ଜଣାଇଛି ଆସାମ ପୋଲିସ। ମଙ୍ଗଳବାର ରାଜ୍ୟର ଗୋଲପାରା ଜିଲ୍ଲାର ପ୍ରଧାନମନ୍ତ୍ରୀ ଆୱାସ ଯୋଜନା ଅଧୀନରେ ଆବଣ୍ଟିତ ଏକ ଗୃହରେ ସ୍ଥାପିତ ହୋଇଥିବା ବିବାଦୀୟ ମିୟାଁ ସଂଗ୍ରହାଳୟକୁ ସିଲ୍ କରି ଦେଇଛନ୍ତି ଆସାମ ସରକାର।  

ଏହି ଘଟଣାରେ ପ୍ରତିକ୍ରିୟା ରଖିଛି ଆସାମ ପୋଲିସ। ଏନେଇ କୁହାଯାଇଛି ମିଆଁ ପରିଷଦ ଅଧ୍ୟକ୍ଷ ଏମ.ମୋହର ଅଲିକୁ ସେତେବେଳେ ଗିରଫ କରାଯାଇଥିଲା, ଯେତେବେଳେ ସେ ସଂଗ୍ରହାଳୟ ଠାରେ ଧାରଣା ଦେଇଥିଲା। ଏହି ବିବାଦୀୟ ମିୟାଁ ସଂଗ୍ରହାଳୟ ଅବଦୁଲ ବାତେନ ଶେଖକୁ ମଙ୍ଗଳବାର ରାତିରେ ଧୁବ୍ରୀ ଜିଲ୍ଲାର ଆଲାମଗଞ୍ଜ ସ୍ଥିତ ବାସଭବନରେ ଅଟକ ରଖାଯାଇଥିଲା। ଗତ ରବିବାର ଏହି ସଂଗ୍ରହାଳୟକୁ ଉଦଘାଟନ କରିଥିବା ଅହୋମ ରୟାଲ ସୋସାଇଟି ସଦସ୍ୟ ତନୁ ଧାଦୁମିଆଙ୍କୁ ଡିବ୍ରୁଗଡ ଜିଲ୍ଲାର କାୱାମାରି ଗ୍ରାମରେ ଥିବା ବାସଭବନରେ ଅଟକ ରଖାଯାଇଥିଲା। 

ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି ଯେ ଅଲକାଏଦା ଭାରତୀୟ ଉପମହାଦେଶରେ (Al Qaeda Indian Subcontinent) ଏକ୍ୟୁଆଇଏସ (AQIS) ଏବଂ 'ଅଂସାରୁଲା ବଙ୍ଗଳା ଦଳ (Ansarullah Bangla Team) ଏବିଟି (ABT) ସଙ୍ଗଠନ ସହ ସମ୍ପର୍କ ରଖିବା ଅଭିଯୋଗରେ ତଦନ୍ତ ତଥା ଜେରା ପାଇଁ ଏହି ୩ ଜଣଙ୍କୁ ବେଆଇନ କାର୍ଯ୍ୟକଳାପ ପ୍ରତିରୋଧ ଅଧିନିୟମ (Unlawful Activities Prevention Act) ୟୁଏପିଏ (UAPA)  ଅଧିନରେ ଦାଏର ହୋଇଥିବା ବିଭିନ୍ନ ଧାରା ଅନୁଯାୟୀ ସେମାନଙ୍କୁ ଘୋଗରାଘର ଥାନରେ ପଞ୍ଜୀକୃତ ହୋଇଥିବା ମାମଲାରେ ନଲବାରୀ ନିଆଯାଇଥିଲା। ନାଲବାରୀ ଜିଲ୍ଲାର ଅନ୍ୟ ଜଣେ ଅଧିକାରୀ କହିଛନ୍ତି ଯେ ନିକଟରେ ଗିରଫ ହୋଇଥିବା କିଛି ଉଗ୍ରବାଦୀଙ୍କୁ ଜେରା କରିବା ସମୟରେ ଏହି ୩ ଜଣଙ୍କ ନାଁ ସାମ୍ନାକୁ ଆସିଥିଲା।

Also Read: Assam: ରାଜ୍ୟରେ ମିୟାଁ ସଂଗ୍ରହାଳୟ ବନ୍ଦ କରିଦେଲେ ଆସାମ ସରକାର, ଜାଣନ୍ତୁ କାରଣ...

ପୋଲିସ କହିଛି ଯେ ଅନ୍ୟ ୨ ବ୍ୟକ୍ତି ସାଦିକ ଅଲି ଏବଂ ଜେକିବୁଲ ଅଲିଙ୍କୁ ଗତ ସପ୍ତାହରେ ବରପେଟା ଜିଲ୍ଲାର ହାଓଲି ଏବଂ ନଲବାରୀର ଘୋଗରାଘର ଅଞ୍ଚଳରୁ ଗିରଫ କରାଯାଇଥିଲା। ଉଭୟଙ୍କୁ ନଲବାରୀ ଜିଲ୍ଲା ପୋଲିସ ବୁଧବାର ଗିରଫ କରିଥିଲା। ହେଲେ ମିୟାଁ ସଂଗ୍ରହାଳୟ ପ୍ରତିଷ୍ଠା ସହ ସେମାନଙ୍କର କୌଣସି ସମ୍ପର୍କ ନାହିଁ। ବୁଧବାର ଏହି ୫ ଜଣଙ୍କୁ କୋର୍ଟରେ ହାଜର କରାଯାଇଥିଲା। ଯେଉଁଥିରୁ ଅଲି, ଶେଖ ଏବଂ ଧାଦୁମିୟାଁଙ୍କୁ ୨ ଦିନିଆ ଏବଂ ଅନ୍ୟ ୨ ଜଣଙ୍କୁ ୫ ଦିନିଆ ପୋଲିସ ହେପାଜତକୁ ପଠାଯାଇଛି।

ମଙ୍ଗଳବାର ରାଜ୍ୟର ଗୋଲପାରା ଜିଲ୍ଲାର ଦପକଭିତା ଠାରେ ଅବସ୍ଥିତ ମିୟାଁ ସଂଗ୍ରହାଳୟକୁ ସିଲ କରି ଦେଇଥିଲେ ଆସାମ ସରକାର। ସରକାରୀ ଅଧିକାରୀଙ୍କ ଟିମ୍ ଲଖୀଉର ଥାନା ଅନ୍ତର୍ଗତ ଦପକଭିତା ଠାରେ ଅବସ୍ଥିତ ଏହି ସଂଗ୍ରହାଳୟକୁ ସିଲ୍ କରି ନୋଟିସ ଜାରି କରିଛି। ଯେଉଁଥିରେ କୁହାଯାଇଛି ଗୋଲପାରା ଉପାୟୁକ୍ତଙ୍କ ନିର୍ଦ୍ଦେଶକ୍ରମେ ଏପରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ଏହି ମିୟାଁ ସଂଗ୍ରହାଳୟରେ କୃଷି ଏବଂ ମତ୍ସ୍ୟଚାଷରେ ବ୍ୟବହୃତ କେତେକ ଉପକରଣ ଏବଂ ଲୁଙ୍ଗୀ ଆଦିକୁ ପ୍ରଦର୍ଶିତ ହୋଇଥିଲା। 

Also Read: କଂଗ୍ରେସ ଦାବିକୁ ଆସାମ ସରକାରଙ୍କ ପ୍ରତ୍ୟାଖ୍ୟାନ,'ରାଜ୍ୟରେ ପ୍ରତିଷ୍ଠା ହେବ ନାହିଁ କୌଣସି ମିଆଁ ମ୍ୟୁଜିୟମ'

ହେପାଜତକୁ ନିଆଯିବା ପୂର୍ବରୁ ମିଆଁ ପରିଷଦ ଅଧ୍ୟକ୍ଷ ଏମ.ମୋହର ଅଲି ସଂଗ୍ରହାଳୟ ବାହାରେ ଧାରଣା ଦେଇଥିଲା। ପୁନର୍ବାର ଏହି ସଂଗ୍ରହାଳୟ ଖୋଲିବାକୁ ଦାବି କରିଥିଲା ସେ। ଏନେଇ ଅଧ୍ୟକ୍ଷ ଅଲି କହିଛନ୍ତି ଆମେ ସେହି ବସ୍ତୁକୁ ପ୍ରଦର୍ଶନ କରୁଛୁ ଯେଉଁଥିରେ ସମ୍ପ୍ରଦାୟ ନିଜକୁ ପରିଚିତ କରାଇତାଏ। ଯାହା ଦ୍ୱାରା ଅନ୍ୟ ସମ୍ପ୍ରଦାୟର ଲୋକେ ଅନୁଭବ କରିପାରିବେ ଯେ ମିୟାଁ ସେମାନଙ୍କ ଠାରୁ ଅଲଗ ନୁହଁନ୍ତି। ସଂଗ୍ରହାଳୟରେ ଯେଉଁ ଉପକରଣ ପ୍ରଦର୍ଶିତ କରାଯାଉଛି ତାହା ମିୟାଁ ସମ୍ପ୍ରଦାୟର (Assam Miya Muslim Community) ପରିଚୟ। ଆସାମରେ ମିୟାଁ ଶବ୍ଦ ସେହି ବଙ୍ଗୀୟ ଭାଷାଭାଷୀ ପ୍ରବାସୀଙ୍କ ପାଇଁ ବ୍ୟବହୃତ ହେଉଛି। ଯାହାର ମୂଳ ବାଂଲାଦେଶ ସହିତ ଜଡିତ ରହିଛି।