Kolkata Horror: ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅସଲ କାହାଣୀ କିଛି ଅଲଗା, ଆସିଲା ନୂଆ ମୋଡ଼
Advertisement
Article Detail0/zeeodisha/odisha2388228

Kolkata Horror: ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅସଲ କାହାଣୀ କିଛି ଅଲଗା, ଆସିଲା ନୂଆ ମୋଡ଼

Kolkata Horror:  କୋଲକାତାର ଆରଜି କର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ସାରା ଦେଶର ଆବାସିକ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଡାକ୍ତରଙ୍କ ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି।

 

Kolkata Horror: ଡ଼ାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାର ଅସଲ କାହାଣୀ କିଛି ଅଲଗା, ଆସିଲା ନୂଆ ମୋଡ଼

Kolkata Horror: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାରେ ଜଣେ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଏବେ ବି ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ସେପଟେ ଏହି ଘଟଣା ସହ ଜଡିତ ଏକ ଅଡିଓ ଭାଇରାଲ ହେବା ପରେ ଏହି ମାମଲାରେ ଏକ ନୂଆ ମୋଡ ସାମ୍ନାକୁ ଆସିଛି । ଯଦିଓ ଏହି ଅଡିଓକୁ ନିଶ୍ଚିତ କରାଯାଇନାହିଁ, କିନ୍ତୁ ଏହି ଅଡିଓରେ ସେ ଯାହା କହିଛନ୍ତି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଏହି ଅଡିଓ କ୍ଲିପ୍ ରେ ଅନେକ ପ୍ରକାରର ଶବ୍ଦ ରହିଛି। ଏହି ଘଟଣାରେ ଅନେକ ଲୋକ ସମ୍ପୃକ୍ତ ଥିବା କୁହାଯାଉଛି।

ବାସ୍ତବରେ ଏହି ଅଡିଓ କ୍ଲିପ୍ ଘଟଣା ପରଠାରୁ ଭାଇରାଲ ହେବାରେ ଲାଗିଛି। କୁହାଯାଉଛି ଯେ ଏହି ଅଡିଓଟି ଆରଜି କର ହସ୍ପିଟାଲର ଜଣେ ଇଣ୍ଟର୍ଣ୍ଣ ଏବଂ ଅନ୍ୟ ଏକ ହସ୍ପିଟାଲର ପିଜିଟି ଡାକ୍ତରଙ୍କ ମଧ୍ୟରେ ହୋଇଥିବା କଥାବାର୍ତ୍ତାର ଅଟେ । ଏଥିରେ ଇଣ୍ଟର୍ଣ୍ଣ ଦାବି କରିଛନ୍ତି ଯେ ପ୍ରକୃତ କାହାଣୀ ଅନ୍ୟ କିଛି। ଏହା ଏକ ନାଟକ ଏବଂ ଘଟଣାର ପ୍ରକୃତ ଦୋଷୀମାନେ ଖୋଲାଖୋଲି ବୁଲୁଛନ୍ତି।

ଏହି କ୍ଲିପ୍ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି। ଯଦିଓ ଆମେ ଏହି କ୍ଲିପ୍ ର ସତ୍ୟତା ନିଶ୍ଚିତ କରିବାରେ ସକ୍ଷମ ହୋଇନାହୁଁ, ତଥାପି ଏହି କ୍ଲିପ୍ କୁ ନେଇ ଅନେକ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ଭିଡିଓରେ ସଞ୍ଜୟ ରାୟଙ୍କୁ ବଲି କି ବକରା ବୋଲି କହୁଥିବା ଶୁଣିବାକୁ ମିଳୁଛି, ବାସ୍ତବରେ ଜଣେ ନୁହେଁ ବରଂ ଦୁଇ ତିନି ଜଣ ମହିଳାଙ୍କୁ ଆକ୍ରମଣ କରାଯାଇଛି। ହେଲେ ଅନ୍ୟ ମାନେ କିଏ ତାହାର କୌଣସି ସଠିକ୍ ସୂଚନା ନାହିଁ। 

କମିଟି ଗଠନ ପାଇଁ ନିଷ୍ପତ୍ତି
ସ୍ୱାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନ ଉପରେ ବିଚାର ବିମର୍ଶ ପାଇଁ ଏକ କମିଟି ଗଠନ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଥିବା ବେଳେ ଏହା ଖୁବ୍ କମ୍ ଏବଂ ବହୁତ ବିଳମ୍ବିତ ବୋଲି ଇଣ୍ଡିଆନ୍ ମେଡିକାଲ ଆସୋସିଏସନ୍ ମୁଖ୍ୟ ଡାକ୍ତର ଆର୍ ଭି ଅଶୋକନ୍ ଶୁକ୍ରବାର କହିଛନ୍ତି। କାରଣ ଏଥିରେ କୋଲକାତାର ଆରଜି କର ସରକାରୀ ମେଡିକାଲ କଲେଜ ଓ ହସ୍ପିଟାଲରେ ଜଣେ ପ୍ରଶିକ୍ଷଣର୍ଥୀ ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣାକୁ ବିରୋଧ କରି ସାରା ଦେଶର ଆବାସିକ ଡାକ୍ତରମାନେ ବିକ୍ଷୋଭ ପ୍ରଦର୍ଶନ କରିବା ସହ ଡାକ୍ତରଙ୍କ ସୁରକ୍ଷା ପାଇଁ ଏକ କେନ୍ଦ୍ରୀୟ ଆଇନ ପ୍ରଣୟନ କରିବାକୁ ଦାବି କରିଛନ୍ତି।

ସୂଚନାଯୋଗ୍ୟ, ଆରଜି କର ମେଡିକାଲ କଲେଜରେ ଜଣେ ସ୍ନାତକୋତ୍ତର ଛାତ୍ରୀଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ନେଇ ଦେଶବ୍ୟାପୀ ଆନ୍ଦୋଳନ ତୀବ୍ର ହୋଇଛି। ଭାରତୀୟ ମେଡିକାଲ ସଂଘ ପ୍ରତିକ୍ରିୟା ପ୍ରକାଶ କରି  ନ୍ୟାୟ ଦାବିରେ ଆନ୍ଦୋଳନ କରିବାକୁ ଅଣ୍ଟା ଭିଡି଼ଛି। ଆଜିଠୁ ୨୪ ଘଣ୍ଟିଆ ସେବା ବନ୍ଦ କରି ଆନ୍ଦୋଳନ କରିବାକୁ ସଂଘ ପକ୍ଷରୁ ବୈଠକରେ ନିଷ୍ପତ୍ତି ହୋଇଛି। ରାଜ୍ୟର ସମସ୍ତ ଭେଷଡ ମହାବିଦ୍ୟାଳୟ ଏବଂ ଜିଲ୍ଲା ମୁଖ୍ୟ ଓ ଅନ୍ୟାନ୍ୟ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ଡାକ୍ତର ଏଥିରେ ସାମିଲ୍ ହେବେ। କେବଳ ଜରୁରୀକାଳିନ ସେବାକୁ ବାଦ୍ ଦେଇ ଅନ୍ୟ ସବୁ କାର୍ଯ୍ୟ ରୁଟିନ୍ ୱାର୍କ ବନ୍ଦ ରହିବ ବୋଲି ଜଣାପଡ଼ିଛି। ଏହାଦ୍ୱାରା ରାଜ୍ୟ ନୁହେଁ ସମଗ୍ର ଦେଶରେ ରୋଗୀ ସେବା ପ୍ରଭାବିତ ହେବା ଆଶଙ୍କା ରହିଛି। 

Also Read: No OPD Today: ଆଜିଠୁ ଡାକ୍ତରଙ୍କ ଆନ୍ଦୋଳନ, ଜାଣନ୍ତୁ କେଉଁ ସେବା ହେବ ବାଧାପ୍ରାପ୍ତ?

Also Read: Raksha Bandhan Horoscope: ରାକ୍ଷୀ ପୂର୍ଣ୍ଣିମାଠୁ ଏହି ୫ ରାଶିକୁ ଶୁଭଫଳ, ଋଣଭାରରୁ ମୁକ୍ତି...ମିଳିବ ପଦୋନ୍ନତି