Rajya Sabha By Election: ଓଡ଼ିଶା ସମେତ ୯ଟି ରାଜ୍ୟର ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କଲା EC, ଦେଖନ୍ତୁ କାର୍ଯ୍ୟସୂଚୀ
Advertisement
Article Detail0/zeeodisha/odisha2372692

Rajya Sabha By Election: ଓଡ଼ିଶା ସମେତ ୯ଟି ରାଜ୍ୟର ରାଜ୍ୟସଭା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କଲା EC, ଦେଖନ୍ତୁ କାର୍ଯ୍ୟସୂଚୀ

Rajya Sabha By Election: ୧୨ଟି ରାଜ୍ୟସଭା ଆସନ ପାଇଁ ନିର୍ବାଚନ ଆୟୋଗ ଉପ-ନିର୍ବାଚନ ତାରିଖ ଘୋଷଣା କରାଯାଇଛି। ଏହି ୧୨ଟି ଆସନ ପାଇଁ ନିର୍ବାଚନ ସେପ୍ଟେମ୍ବର ୩ରେ ଅନୁଷ୍ଠିତ ହେବ।

 

Election Commision

Rajya Sabha By Election: ନିର୍ବାଚନ ଆୟୋଗ ଓଡ଼ିଶା ସମେତ ଦେଶର ୯ଟି ରାଜ୍ୟରେ ୧୨ଟି ରାଜ୍ୟସଭା ଆସନରେ ହେବାକୁ ଥିବା ଉପ-ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଉପ-ନିର୍ବାଚନ ଓଡ଼ିଶାର ଏକ ରାଜ୍ୟସଭା ଆସନରେ ଅନୁଷ୍ଠିତ ହେବ। ୩ ସେପ୍ଟେମ୍ବରରେ ଏହି ସମସ୍ତ ୧୨ ଟି ଆସନରେ ଉପ-ନିର୍ବାଚନ ଅନୁଷ୍ଠିତ ହେବ। ଯଦି ଉତ୍ସକୁ ବିଶ୍ୱାସ କରାଯାଏ, ତେବେ ବିଜେପି ଓ ଏହାର ସହଯୋଗୀମାନେ ଏହି ଆସନ ମଧ୍ୟରୁ ଅଧିକାଂଶ ଜିତିବାର ସମ୍ଭାବନା ରହିଛି। ତେଲେଙ୍ଗାନା ଆସନ କଂଗ୍ରେସ ହାତକୁ ଯାଇପାରେ ବୋଲି ଏକ ସମ୍ଭାବନା ରହିଛି।

ଏହା ବ୍ୟତୀତ ଏନଡିଏ ଅନ୍ୟ ଆସନ ଜିତିବାର ସମ୍ଭାବନା ରହିଛି। କହିରଖୁଛୁ ଯେ ଏହି ଉପ-ନିର୍ବାଚନ ୯ଟି ରାଜ୍ୟରେ ୧୨ ଟି ଆସନରେ ଅନୁଷ୍ଠିତ ହେବ। ଏଥିରେ  ଓଡିଶା, ଆସାମ, ବିହାର ଏବଂ ମହାରାଷ୍ଟ୍ରର ଦୁଇଟି ସିଟ୍ ଲେଖାଁଏ, ହରିୟାଣା, ମଧ୍ୟପ୍ରଦେଶ, ରାଜସ୍ଥାନ, ତ୍ରିପୁରା, ତେଲେଙ୍ଗାନାରୁ ଗୋଟିଏ ଲେଖାଁ ସିଟ୍ ରହିଛି। ଏହି ସମସ୍ତ ଆସନରେ କେବଳ ୩ ସେପ୍ଟେମ୍ବରରେ ଭୋଟ୍ ଅନୁଷ୍ଠିତ ହେବ ଏବଂ ସେହି ଦିନ ଅପରାହ୍ନ ୫ ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ।

fallback

ବୁଧବାର ଦିନ ପ୍ରକାଶିତ ସୂଚନା ଅନୁଯାୟୀ ୧୪ ଅଗଷ୍ଟରେ ଉପ-ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ। ନାମାଙ୍କନ ପତ୍ରର ଶେଷ ତାରିଖ ୨୧ ଅଗଷ୍ଟ ହେବ। ନାମାଙ୍କନପତ୍ରର ଯାଞ୍ଚ ୨୨ ଅଗଷ୍ରେ ହେବ, ଯେତେବେଳେ କି ଅଗଷ୍ଟ ୨୭ ପର୍ଯ୍ୟନ୍ତ ପ୍ରାର୍ଥୀ ମାନେ ନିଜର  ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ୩ ସେପ୍ଟେମ୍ବରରେ ସମସ୍ତ ଆସନ ପାଇଁ ମତଦାନ ଅନୁଷ୍ଠିତ ହେବ।