CDS Bipin Rawat: ଦିଲ୍ଲୀରେ ପହଞ୍ଚିଲା ପାର୍ଥିବ ଶରୀର, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର
Advertisement
Article Detail0/zeeodisha/odisha1044272

CDS Bipin Rawat: ଦିଲ୍ଲୀରେ ପହଞ୍ଚିଲା ପାର୍ଥିବ ଶରୀର, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲ ଠାରେ ପହଞ୍ଚିବା ପରେ କାମାରାଜ ମାର୍ଗରେ ଥିବା ସରକାରୀ ବାସଭବନକୁ ଅଣାଯିବ CDS ଜେନେରାଲ୍ ବିପିନ ରାୱତଙ୍କ ପାର୍ଥିବ ଶରୀର। 

CDS Bipin Rawat: ଦିଲ୍ଲୀରେ ପହଞ୍ଚିଲା ପାର୍ଥିବ ଶରୀର, ଆସନ୍ତାକାଲି ହେବ ଅନ୍ତିମ ସଂସ୍କାର

ନୂଆଦିଲ୍ଲ: ସ୍ଥାନୀୟ ପାଲମ ବିମାନ ବନ୍ଦର ଠାରେ ପହଞ୍ଚିଛି ଦେଶର ପ୍ରଥମ CDS ଜେନେରାଲ୍ ବିପିନ ରାୱତଙ୍କ ପାର୍ଥିବ ଶରୀର। ଏହା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଏନଏସଏ ଅଜିତ ଡୋଭାଲ, ତିନିଜଣ ସେନା ମୁଖ୍ୟ ଜେନେରାଲ୍ ରାୱତ, ତାଙ୍କ ପତ୍ନୀ ଏବଂ ଅନ୍ୟ ୧୧ ଜଣ ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।

ଏହାପୂର୍ବରୁ ତାମିଲନାଡଡ଼ୁସ୍ଥିତ କୁନୁର ଠାରେ ସିଡିଏସ ଜେନେରାଲ୍ ବିପିନ ରାୱତ (CDS General Bipin Rawat ), ତାଙ୍କ ପତ୍ନୀ ମଧୁଲିକା ରାୱତ ଏବଂ ଅନ୍ୟ ୧୧ ଜଣ ସେନା କର୍ମଚାରୀଙ୍କ (Indian Military Personnel) ମୃତଦେହକୁ ସୁଲୁରସ୍ଥିତ ବାୟୁ ସେନା ଘାଟିକୁ (Sulur Air Force Station) ନିଆଯାଉଥିଲା। ସେମାନଙ୍କ ମର ଶରୀର ନେଇଯାଉଥିବା ଆମ୍ବୁଲାନ୍ସ ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ଲୋକେ। ସେମାନଙ୍କ ମୃତଦେହକୁ ୱେଲିଂଟନ୍‌ ସ୍ଥିତ ମାଡ୍ରାସ ରେଜିମେଣ୍ଟାଲ୍ ସେଣ୍ଟର (Wellington Madras Regimental Centre ) ଠାରେ ରଖାଯାଇଥିଲା। ଯେଉଁଠାରେ ତାମିଲନାଡୁ ରାଜ୍ୟପାଳ ତଥା ପୁଦୁଚେରୀ ଉପରାଜ୍ୟପାଳ, ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏବଂ ବରିଷ୍ଠ ସେନା ଅଧିକାରୀ ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Also Read: IAF Helicopter Crash: ଜାଣନ୍ତୁ ପୁରା ଘଟଣାକ୍ରମ

ଅନ୍ୟ ଶହୀଦଙ୍କ ମୃତଦେହକୁ ସୁଲୁରସ୍ଥିତ ବାୟୁ ସେନା ଘାଟିରୁ ସେମାନଙ୍କ ଜନ୍ମ ସ୍ଥାନକୁ ନିଆଯାଇଛି। ଯେଉଁଠାରେ ସେମାନଙ୍କ ଅନ୍ତିମ ସଂସ୍କାର କରାଯିବ। ଜେନେରାଲ ରାୱତ ଏବଂ ତାଙ୍କ ପତ୍ନୀଙ୍କ ମୃତଦେହକୁ ଦିଲ୍ଲୀ ଅଣାଯାଇଛି। ଉଭୟଙ୍କ ମୃତଦେହକୁ ପାଲାମ ବିମାନ ବନ୍ଦର ଠାରୁ ନୂଆଦିଲ୍ଲୀସ୍ଥିତ କାମାରାଜ ମାର୍ଗରେ ଥିବା ସରକାରୀ ବାସଭବନକୁ ଅଣାଯିବ। ଯେଉଁଠି ଲୋକେ ଶେଷ ଦର୍ଶନ କରିପାରିବେ। ଆସନ୍ତାକାଲି ସାଧାରଣ ଜନତା ଜେନେରାଲ ରାୱତଙ୍କ ଶେଷ ଦର୍ଶନ କରିପାରିବେ। ଏହା ପରେ ଅନ୍ତିମ ସଂସ୍କାର କରାଯିବ।

ତାମିଲନାଡଡ଼ୁସ୍ଥିତ କୁନୁର ଠାରେ ହୋଇଥିବା ଭାରତୀୟ ବାୟୁସେନା (Indian Air Force) ହେଲିକ୍ୟାପ୍ଟର ଦୁର୍ଘଟଣାରେ (IAF Mi-17 V5 Helicopter Crash) ଫ୍ଲାଇଟ୍ ଡାଟା ରେକର୍ଡର୍ (Flight Data Recorder) ଅର୍ଥାତ୍ 'ବ୍ଲାକ୍ ବକ୍ସ' (Black Boc) ଉଦ୍ଧାର କରାଯାଇଛି। ଗୁରୁବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଏ ବାବଦରେ ସଂସଦରେ ଘୋଷଣା କରିଛନ୍ତିଓ। ଏୟାର ମାର୍ଶଲ ମନବେନ୍ଦ୍ର ସିଂହଙ୍କ ନେତୃତ୍ୱରେ ଗଠିତ ୩ ସେନାର ଏକ ଟିମ୍ ଏହି ଘଟଣାର ତଦନ୍ତ କରିବ। ପ୍ରତିରକ୍ଷା ମନ୍ତ୍ରୀ ସଂସଦରେ ଏକ ବିବୃତ୍ତିରେ କହିଛନ୍ତି ଯେ ଏହାର ତଦନ୍ତ ଚାଲିଛି। ଯେଉଁଠାରେ ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି ସେଠାରୁ କିଛି ଦୂରରେ ଅବସ୍ଥିତ ୱେଲିଂଟନ। 

Also Read: ଦେଶରେ ପ୍ରଥମ ଥର ପାଇଁ ନିଯୁକ୍ତ ହୋଇଥିଲେ CDS; କାର୍ଗିଲ ଯୁଦ୍ଧ ସହ ରହିଥିଲା ସ୍ୱତନ୍ତ୍ର ସମ୍ପର୍କ

ଏହି ଦୁର୍ଘଟଣାରେ ବଞ୍ଚିଯାଇଥିବା ଏକମାତ୍ର ଜୀବିତ ବ୍ୟକ୍ତି ବାୟୁସେନା ଗ୍ରୁପ୍ କ୍ୟାପଟେନ ବରୁଣ ସିଂହ ଏବେ ଜୀବନ ରକ୍ଷାକାରୀ ପ୍ରଣାଳୀରେ (Life Supporting System) ଅଛନ୍ତି। ସେ ସମ୍ମାନଜନକ ପ୍ରତିରକ୍ଷା ସେବା କର୍ମଚାରୀ ମହାବିଦ୍ୟାଳୟ (DSSC)  ନିର୍ଦ୍ଦେଶକ ଥିଲେ। ସେ ସୁଲୁରସ୍ଥିତ ବାୟୁସେନା ଘାଟିରୁ ଜେନେରାଲ ରାୱତଙ୍କୁ ନେଇ ୱେଲିଂଟନ୍‌ ଅଭିମୁଖେ ହେଲିକପ୍ଟର ଯୋଗେ ଯାତ୍ରା କରୁଥିଲେ। 

ଗତ ବୁଧବାର ତାମିଲନାଡ଼ୁର ପାହାଡ଼ିଆ ଜିଲ୍ଲା ନୀଳଗିରିର କୁନ୍ନୁର ଠାରେ ଏକ ସେନା ହେଲିକ୍ୟାପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। Mi-17V5 ନାମକ ଏକ ସେନା ବିମାନରେ ସିଡିଏସ ବିପିନ ରାଓୱଙ୍କ ସମେତ ମୋଟ ୧୪ ଜଣଙ୍କ ଏହି ହେଲିକ୍ୟାପ୍ଟର ଯୋଗେ ଯାତ୍ରା କରୁଥିଲେ। ଏହି ଦୁର୍ଘଟଣାରେ ୧୩ ଜଣଙ୍କ ମୃତ୍ୟୁ ହୋଇଛି। ମୃତକଙ୍କ ଚିହ୍ନଟ ପ୍ରକ୍ରିୟା DNA ପରୀକ୍ଷା ଦ୍ୱାରା କରାଯିବ।

Mi-17V5  ହେଲିକ୍ୟାପ୍ଟର ଯୋଗେ କେଉଁମାନେ କରୁଥିଲେ ଯାତ୍ରା?

  • ଜେନରାଲ ବିପିନ ରାୱତ: CDS
  • Mrs ମଧୁଲିକା ରାୱତ: CDS ଙ୍କ ପତ୍ନୀ
  • Brig LS Lidder: DA to CDS
  • Lt Col ହରିଜିନ୍ଦର ସିଂହ: SO to CDS
  • NK ଗୁରୁସେବକ ସିଂହ: PSO
  • NK ଜିତେନ୍ଦ୍ର କୁମାର: PSO
  • L/NK ବିବେକ କୁମାର: PSO
  • L/NK B Sai Teja: PSO
  • Hav ସତପାଲ: PSO