China to attack Taiwan : ଯୁଦ୍ଧ ନକରି ତାଇୱାନକୁ ନିଜ ଦଖଲକୁ ନେବାକୁ ଚୀନ୍ କରୁଛି ଷଡ଼ଯନ୍ତ୍ର
Advertisement
Article Detail0/zeeodisha/odisha2304868

China to attack Taiwan : ଯୁଦ୍ଧ ନକରି ତାଇୱାନକୁ ନିଜ ଦଖଲକୁ ନେବାକୁ ଚୀନ୍ କରୁଛି ଷଡ଼ଯନ୍ତ୍ର

US Think Tank Report : ଆମେରିକାର ଥିଙ୍କ ଟ୍ୟାଙ୍କରୁ ମିଳିଛି ସୂଚନା : ଚୀନ୍ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବିନା ତାଇୱାନକୁ ନିଜ ଦଖଲକୁ ନେବାକୁ ଷଡ଼ଯନ୍ତ୍ର କରୁଛି।

China to attack Taiwan

China to attack Taiwan ; ଦୀର୍ଘ ଦିନ ଧରି ଚୀନ୍ ଏବଂ ତାଇୱାନ ମଧ୍ୟରେ ତିକ୍ତତା ଜାରି ରହିଛି।ତେବେ  ବର୍ତ୍ତମାନ ଚୀନ୍ କୌଣସି ସାମରିକ କାର୍ଯ୍ୟାନୁଷ୍ଠାନ ବିନା ତାଇୱାନକୁ ନିଜ ଦଖଲକୁ ନେବାକୁ ଷଡ଼ଯନ୍ତ୍ର କରିଛି ବୋଲି ଆମେରିକାର ଥିଙ୍କ ଟ୍ୟାଙ୍କରୁ ଏହି ସୂଚନା ସାମ୍ନାକୁ ଆସିଛି।

ଥିଙ୍କ ଟ୍ୟାଙ୍କ କହିଛି ଯେ, ଚୀନ୍‌ର ସୈନ୍ୟବାହିନୀ ତାଇୱାନକୁ ଅଲଗା କରିବା ପାଇଁ ଯୋଜନା କରୁଛି।ଯଦି ଅଲଗା କରେ ତେବେ ଏହାର ଅର୍ଥନୀତିକୁ ଦୁର୍ବଳ କରିପାରେ ଏବଂ ଗଣତାନ୍ତ୍ରିକ ଦ୍ୱୀପକୁ ବିନା ଯୁଦ୍ଧରେ ବେଜିଂର କମ୍ୟୁନିଷ୍ଟ ପାର୍ଟି ସମ୍ମୁଖରେ ହାର୍ ମାନିବାକୁ ବାଧ୍ୟ କରିପାରେ।

ତେବେ ତାଇୱାନ ପ୍ରତି ଚୀନ୍‌ର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଆକ୍ରମଣାତ୍ମକ ଆଭିମୁଖ୍ୟ ଯୋଗୁ ଗତ କିଛି ବର୍ଷ ମଧ୍ୟରେ ଏହି ଭୟ ବୃଦ୍ଧି ପାଇଛି। ଏଭଳି ପରିସ୍ଥିତିରେ କମ୍ୟୁନିଷ୍ଟ ପାର୍ଟିର ତାଇୱାନକୁ ବଳପୂର୍ବକ ନିୟନ୍ତ୍ରଣ କରିବାକୁ ଥିବା ଉଦ୍ଦେଶ୍ୟକୁ ନେଇ ଚିନ୍ତା ବଢ଼ିଚାଲିଛି।

 ରୁଷିଆର ୟୁକ୍ରେନ ଉପରେ ହୋଇଥିବା ଆକ୍ରମଣକୁ ନିନ୍ଦା କରିବାକୁ ଚୀନ୍‌ର ଶାସକ ମନା କରୁଥିବା ଏହି ଭୟକୁ ଆହୁରି ବଢ଼ାଇ ଦେଇଛି।ବିଶ୍ଳେଷକ ଏବଂ ସାମରିକ ରଣନୀତିଜ୍ଞ କହିଛନ୍ତି ଏନେଇ ଚୀନ୍ ପାଇଁ ଦୁଇଟି ପ୍ରମୁଖ ବିକଳ୍ପ ଉପଲବ୍ଧ ଅଛି। ପ୍ରଥମଟି ହେଉଛି ସମ୍ପୂର୍ଣ୍ଣ ଆକ୍ରମଣ ଏବଂ ଦ୍ୱିତୀୟରେ ସାମରିକ ଅବରୋଧ।

ତେବେ ୱାଶିଂଟନ୍‌ରେ ଥିବା ସେଣ୍ଟର ଫର ଷ୍ଟ୍ରାଟେଜିକ୍ ଏବଂ ଆନ୍ତର୍ଜାତୀୟ ଷ୍ଟଡିଜ୍ ମଧ୍ୟ ପ୍ରଥମ ଏବଂ ଦ୍ୱିତୀୟ ବିକଳ୍ପ ସହିତ ଚୀନ୍‌ର ତୃତୀୟ ତଥା ବିପଜ୍ଜନକ ବିକଳ୍ପ ଗ୍ରେ ଜୋନ୍ ଷ୍ଟ୍ରାଟେଜୀକୁ ସୂଚିତ କରିଛି। ଏହା ଅଧୀନରେ ଚାଇନା କୋଷ୍ଟଗାର୍ଡ, ସାମୁଦ୍ରିକ ମିଲିସିଆ ଏବଂ ସାମୁଦ୍ରିକ ସୁରକ୍ଷା ଏଜେନ୍ସି ତାଇୱାନକୁ ଅବରୋଧ କରିବେ।ଏହା ପରେ, ଶକ୍ତି ପରି ଗୁରୁତ୍ୱପୂର୍ଣ୍ଣ ଯୋଗାଣ ତାଇୱାନର ପ୍ରାୟ ୨୩ ନିୟୁତ ଲୋକଙ୍କ ନିକଟରେ ଯେପରି ନ ପହଞ୍ଚିବ ତାହାକୁ ରୋକାଯିବ। 

ଚୀନ୍‌ର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଆଡମିରାଲ ଡୋଙ୍ଗ ଜୁନ୍ ତାଇୱାନ ସହ ଚୀନ୍‌ର ଯୁଦ୍ଧକୁ ବନ୍ଦ କରିବାକୁ ଚେଷ୍ଟା କରିଥିଲେ। ବର୍ତ୍ତମାନ ସେ ତାଇୱାନର ସ୍ବାଧୀନତା ବିଚ୍ଛିନ୍ନତାବାଦୀଙ୍କୁ ଉତ୍ସାହିତ କରିବାକୁ ବାହ୍ୟ ବାହିନୀକୁ ଚେତାବନୀ ଦେଇ କହିଛନ୍ତି ଯେ ଏହି କୁତ୍ସିତ ଉଦ୍ଦେଶ୍ୟ ତାଇୱାନକୁ ଏକ ବିପଜ୍ଜନକ ପରିସ୍ଥିତିକୁ ଟାଣି ନେଉଛି।