ruksana bano death mistry: ରୁକସାନା ବାନୋ ମୃତ୍ୟୁ ମାମଲା: ୩ ଅଭିନେତାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ
Advertisement
Article Detail0/zeeodisha/odisha2444330

ruksana bano death mistry: ରୁକସାନା ବାନୋ ମୃତ୍ୟୁ ମାମଲା: ୩ ଅଭିନେତାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ କଣ୍ଠଶିଳ୍ପୀ ରୁକସାନା ବାନୋଙ୍କ ମୃତ୍ୟୁ ଘଟଣାରେ ରୁଜୁ ହେଲା ମାମଲା। ଗାୟିକା ତଥା ରିଲ୍ସ କୁଇନ ରୁକସାନା ବାନୋଙ୍କ ମୃତ୍ୟୁ ମାମଲାରେ ରୁକୁ ସୁନାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ରୁକୁ ସୁନାଙ୍କ ସମେତ ୫ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିବା ନେଇ ଖବର ରହିଛି

ruksana bano death mistry: ରୁକସାନା ବାନୋ ମୃତ୍ୟୁ ମାମଲା: ୩ ଅଭିନେତାଙ୍କ ସହ ୫ ଜଣଙ୍କ ନାଁରେ ମାମଲା ରୁଜୁ

Ruksana Bano Death Mistry: ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ସମ୍ବଲପୁରୀ କଣ୍ଠଶିଳ୍ପୀ ରୁକସାନା ବାନୋଙ୍କ ମୃତ୍ୟୁ ଘଟଣାରେ ରୁଜୁ ହେଲା ମାମଲା। ଗାୟିକା ତଥା ରିଲ୍ସ କୁଇନ ରୁକସାନା ବାନୋଙ୍କ ମୃତ୍ୟୁ ମାମଲାରେ ରୁକୁ ସୁନାଙ୍କ ନାଁରେ ମାମଲା ରୁଜୁ ହୋଇଥିବା ଜଣାପଡ଼ିଛି। ରୁକୁ ସୁନାଙ୍କ ସମେତ ୫ ଜଣଙ୍କ ନାଁରେ ଏହି ମାମଲା ରୁଜୁ ହୋଇଥିବା ନେଇ ଖବର ରହିଛି। ଏହି ମାମଲାରେ ସମ୍ବଲପୁରର ରକ ଷ୍ଟାର ତଥା ଅଭିନେତା ରୁକୁ ସୁନା, ଆଲେକ୍ସ ଓ ଜିତ ନାଁ ରହିଛି। ସେପଟେ ଚିକିତ୍ସାରେ ଅବହେଳା ଅଭିଯୋଗ କରି ବରଗଡ଼ର ଏକ ଘରୋଇ ହସ୍ପିଟାଲର ଦୁଇ ଡାକ୍ତରଙ୍କ ନାଁରେ ମଧ୍ୟ ମାମଲା ରୁଜୁ ହୋଇଛି। 

ଏଠାରେ କହି ରଖୁ କି ଗତ ସପ୍ତାହରେ ସମ୍ବଲପୁର ଗାୟିକା କଳାହାଣ୍ଡି ଜିଲ୍ଲାର ରୁକସାନା ବାନୋଙ୍କ ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଥିଲା। ଏହାକୁ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଥିଲେ। ସୂଚନାଯୋଗ୍ୟ ରୁକସାନା ସମଗ୍ର ଓଡ଼ିଶାରେ ସମ୍ବଲପୁରୀ ଆଲବମ ଗାୟିକା ଭାବରେ ଏକପ୍ରକାର ପ୍ରସିଦ୍ଧି ଲାଭ କରିଥିଲେ। ସମ୍ବଲପୁରୀ ଗାୟକ ରୁକୁ ସୁନାଙ୍କ ସହିତ ଆଗରୁ ଅନେକ ଆଲବମ ଗୀତ ରେକର୍ଡିଂ କରିଥିବା ବେଳେ ଗତ କିଛି ଦିନ ତଳେ ରେକର୍ଡିଂ ପାଇଁ ଡ଼ାକରା ପାଇ ରୁକସାନା ବଲାଙ୍ଗୀର ଯାଇଥିଲେ। ସେଠାରେ ତାଙ୍କ ଦେହ ଖରାଫ ହେବା ପରେ ସେଠାରୁ ପରିବାର ଲୋକେ ଭୀମଭୋଇ ମେଡ଼ିକାଲ ଓ ପରେ ଭବାନୀପାଟଣା ଡାକ୍ତରଖାନା ରେ ଚିକିତ୍ସା କରି ଭଲ ନ ହେବାରୁ ବରଗଡ଼ ଓ ସେଠାରୁ ଭୁବନେଶ୍ଵର ସ୍ଥିତ ଏକ ଘରୋଇ ନର୍ସିଂ ହୋମରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ । 

ସେଠାରେ ରୁକସାନା ବାନୋଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ଯୁ ହେବା ପରେ ତାଙ୍କର ମୃତ୍ଯୁ କ୍ରମଶଃ ରହସ୍ୟ ଜନକ ହେବାରେ ଲାଗିଛି । ପରିବାର ଲୋକେ ସିଧା ସଳଖ ରୁକୁ ସୁନା ଓ ତାଙ୍କର ସହଯୋଗୀଙ୍କୁ ରୁକସାନା ବାନୋଙ୍କ ମୃତ୍ଯୁ ପାଇଁ ସମ୍ପୂର୍ଣ୍ଣ ଦାୟୀ ବୋଲି ଅଭିଯୋଗ କରୁଛନ୍ତି। ଏପରିକି ରୁକସାନା ବାନୋ ନିଜର ଭାଇ ଭଳି ରୁକୁ ସୁନାକୁ ସମ୍ମାନ ଦେଉଥିବା ସହିତ ରାକ୍ଷୀ ବାନ୍ଧୁଥିବା ବେଳେ ରୁକୁ ସୁନା କିନ୍ତୁ ଭିନ୍ନ ନଜର ରେ ଦେଖୁଥିଲେ ବୋଲି ଅଭିଯୋଗ ଆଣିଛନ୍ତି ରୁକସାନାଙ୍କ ପରିବାର ଲୋକେ।