କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି
Advertisement
Article Detail0/zeeodisha/odisha2444299

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

Utkal university case: ଏଥିପାଇଁ ଆଇସିସି ଗଠନ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି।

କଲେଜରେ ଯୌନ ନିର୍ଯାତନା ରୋକିବାକୁ ଗଠନ ହେବ ଆଇସିସି

ଭୁବନେଶ୍ଵର: ଉଚ୍ଚ ଶିକ୍ଷାନୁଷ୍ଠାନରେ ଛାତ୍ରୀ ଓ ମହିଳା କର୍ମଚାରୀଙ୍କୁ ନିର୍ଯାତନା ଘଟଣାରେ ଉଚ୍ଚଶିକ୍ଷା ବିଭାଗର କଡ଼ା ଆଭିମୁଖ୍ୟ। ଆସନ୍ତା ୭ ଦିନ ମଧ୍ୟରେ କ୍ୟାମ୍ପସରେ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଆଇସିସି ଗଠନ ପାଇଁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି। ବିଶ୍ବବିଦ୍ୟାଳୟର କୁଳସଚିବ ଓ କଲେଜ ଅଧ୍ୟକ୍ଷ ମାନେ ୩୦ ତାରିଖ ସୁଦ୍ଧା ବିଭାଗକୁ ଆଇସିସି ନେଇ ଜଣାଇବେ। ବାଣୀବିହାରରେ ଛାତ୍ରୀଙ୍କୁ ଯୌନ ନିର୍ଯାତନା ପରେ ଉଚ୍ଚଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛନ୍ତି। 

ଏଥିସହ ମହିଳାମାନଙ୍କୁ ଯୌନ ନିର୍ଯ୍ୟାତନା କ୍ଷେତ୍ରରେ ଆଇସିସି ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବ। ସେହିପରି ସେମାନଙ୍କୁ ସୁରକ୍ଷିତ ବାତାବରଣ ଯୋଗାଇବା ପାଇଁ ମଧ୍ୟ କାର୍ଯ୍ୟ କରିବ। ଏଥିପାଇଁ ଆଇସିସି ଗଠନ କରିବାକୁ ସମସ୍ତ ବିଶ୍ୱବିଦ୍ୟାଳୟର କୁଳସଚିବ, ସରକାରୀ ଓ ବେସରକାରୀ ମହାବିଦ୍ୟାଳୟର ଅଧ୍ୟକ୍ଷ ଏବଂ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନ ଅଧ୍ୟକ୍ଷଙ୍କୁ ବିଭାଗ ନିର୍ଦ୍ଦେଶ ଦେଇଛି।

ଅଗଷ୍ଟ ୧୬ ତାରିଖରେ ଅପରାହ୍ନ ୨ଟା ବେଳେ ଅର୍ଥନୀତି ବିଭାଗର ପ୍ରଫେସର ନିଜ ଚାମ୍ବରରେ ଥିବାବେଳେ ଜଣେ ଛାତ୍ରୀ ବହି ଆଣିବାକୁ ଯାଇଥିଲେ। ଏହି ସମୟରେ ପ୍ରଫେସର ବସିବା ପାଇଁ କହି ତାଙ୍କୁ ଅସଦାଚରଣ କରିଥିବା ଅଭିଯୋଗ ହୋଇଥିଲା। ଛାତ୍ରୀ ଜଣଙ୍କ ଏନେଇ ବିଶ୍ୱବିଦ୍ୟାଳୟର ସେକ୍ସୁଆଲ ହାରାସ୍‌ମେଣ୍ଟ ସେଲ୍‌ରେ ଅଭିଯୋଗ କରିଥିଲେ। ଏହାପରେ ଅର୍ଥନୀତି ବିଭାଗର ଆସୋସିଏଟ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିଲା।