ଆନ୍ଦୋଳନରେ ସଫେଇ କର୍ମଚାରୀ: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ
Advertisement
Article Detail0/zeeodisha/odisha2444321

ଆନ୍ଦୋଳନରେ ସଫେଇ କର୍ମଚାରୀ: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ

Capital hospital: ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ହସ୍ପିଟାଲ ପରିସରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଟଏଲେଟ୍‌ରୁ ପରିସ୍ରା ବାହାରି ୱାର୍ଡ ବାରଣ୍ଡାରେ ବୋହିଥିଲା।

ଆନ୍ଦୋଳନରେ ସଫେଇ କର୍ମଚାରୀ: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସ୍ପିଟାଲ

ଭୁବନେଶ୍ଵର: ଦୁର୍ଗନ୍ଧରେ ଫାଟି ପଡୁଛି କ୍ୟାପିଟାଲ ହସପିଟାଲ ପରିବେଶ। ସବୁ ଆଡ଼େ ପଡ଼ି ରହିଛି ଅଳିଆ ଆବର୍ଜନା। ଗତକାଲି ଠୁ ସଫେଇ କର୍ମଚାରୀ ଧାରଣାରେ ବସିଥିବା ବେଳେ ହସ୍ପିଟାଲ ଭିତର ପରିବେଶ ଅବସ୍ଥା ନ କହିବା ଭଲ। କାଜୁଆଲଟିରୁ ଅନ୍ୟ ଇର୍ମଜେନ୍ସି ବିଭାଗ ଯାଏ ପଡ଼ିଛି ଅଳିଆ। 

ପୂଜା ବୋନସ୍ ଏବଂ ୨୬ ଦିନ ବଦଳରେ ୩୦ ଦିନର ଦରମା ଦାବିରେ ଆନ୍ଦୋଳନରେ ବସିଛନ୍ତି ସଫେଇ କର୍ମଚାରୀ। କ୍ୟାପିଟାଲ ହସ୍ପିଟାଲ ନିର୍ଦେଶକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନେ ଧାରଣା ଦେଇଛନ୍ତି। ଫଳରେ ହସ୍ପିଟାଲର ସଫେଇ କାମ ସମ୍ପୂର୍ଣ୍ଣ ଠପ୍ ହୋଇଯାଇଛି। ଅସ୍ଵାସ୍ଥ୍ୟକର ପରିବେଶ ସୃଷ୍ଟି ହୋଇଛି। ଚାରିଆଡେ ଆବର୍ଜନା ପଡିରହିଥିବାବେଳେ ହସ୍ପିଟାଲ ପରିସର ଦୁର୍ବନ୍ଧରେ ଫାଟି ପଡୁଛି। ଦାବି ପୂରଣ ନ ହେବା ପର୍ଯ୍ୟନ୍ତ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଚେତାବନୀ ଦିଆଯାଇଛି।

ଅନ୍ୟପଟେ ସଫେଇ କର୍ମଚାରୀଙ୍କ ଆନ୍ଦୋଳନ ଫଳରେ ହସ୍ପିଟାଲ ପରିସରରେ ବ୍ୟାପକ ଅବ୍ୟବସ୍ଥା ଦେଖିବାକୁ ମିଳିଥିଲା। ଟଏଲେଟ୍‌ରୁ ପରିସ୍ରା ବାହାରି ୱାର୍ଡ ବାରଣ୍ଡାରେ ବୋହିଥିଲା। କ୍ୟାବିନ ସଫା ହୋଇ ନଥିବାରୁ ରୋଗୀମାନଙ୍କୁ କ୍ୟାବିନ୍ ମିଳି ପାରିନଥିଲା। ସେହିପରି ଡଷ୍ଟ୍‌ବିନ୍‌ରୁ ଖାଦ୍ୟ ସହ ଗଜ କପଡ଼ା, ରକ୍ତଲଗା ତୁଳା, ମେଡିସିନ ଖୋଳ ଆଦି ଏଣେତେଣେ ପଡ଼ିଥିଲା। ଷ୍ଟ୍ରେଚର ଓ ହୁଇଲ ଚେୟାର ସଫା ହୋଇ ନଥିବାରୁ ରୋଗୀଙ୍କୁ ତାହା ଦିଆଯାଇ ପାରି ନଥିଲା। ଫଳରେ ହସ୍ପିଟାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା।