ଲ୍ୟାବ୍ ଗସ୍ତ କରି କୋରୋନା ଟିକା ସ୍ଥିତି ଅନୁଧ୍ୟାନ କରିବେ ପିଏମ ମୋଦି
Advertisement

ଲ୍ୟାବ୍ ଗସ୍ତ କରି କୋରୋନା ଟିକା ସ୍ଥିତି ଅନୁଧ୍ୟାନ କରିବେ ପିଏମ ମୋଦି

ପ୍ରଧାନମନ୍ତ୍ରୀଙ୍କ ଲ୍ୟାବ୍ଗ ସ୍ତ କରି କୋରୋନା ଟିକା ସ୍ଥିତି ଅନୁଧ୍ୟାନ କରିବେ ପ୍ରଧାନମନ୍ତ୍ରୀ ମୋଦି।

ଲ୍ୟାବ୍ ଗସ୍ତ କରି କୋରୋନା ଟିକା ସ୍ଥିତି ଅନୁଧ୍ୟାନ କରିବେ ପିଏମ ମୋଦି

ନୂଆଦିଲ୍ଲୀ: କୋରୋନା ଟିକା (Corona Vaccine) ପ୍ରସ୍ତୁତି ନେଇ ଭାରତ (India) ଉପରେ ରହିଛି ପୂରା ବିଶ୍ୱର ନଜର। ଦୁନିଆର ସବୁଠାରୁ କମ ମୂଲ୍ୟରେ କୋଭିଡ୧୯ ଭ୍ୟାକସିନ  ଯୋଗାଇ ଦେବାକୁ ଭାରତରେ ୩ଟି କମ୍ପାନି ପକ୍ଷରୁ ଟିକା ପରୀକ୍ଷଣ ଜାରି ରହିଛି। ଭାରତ ପାଇଁ ଟିକାର ଆବଶ୍ୟକତା ବଢୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦି (PM Modi) ଟିକା ପ୍ରସ୍ତୁତିର ଅନୁଧ୍ୟାନ କରିବାକୁ ଶନିବାର ଦେଶର ୩ ସହର ଅହମ୍ମଦାବାଦ, ପୁଣେ,ହାଇଦ୍ରାବାଦ ଆଦି ସହର ଗସ୍ତ କରିବା ସହ ଟିକା ପ୍ରସ୍ତୁତି କେନ୍ଦ୍ର ଅନୁଧ୍ୟାନ କରିବା ସହ ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ ସେ।

Also Read: ବିଶ୍ୱକୁ କୋଭିଡ୧୯ ଟିକା ଯୋଗାଇବ ଭାରତ! ଯାଞ୍ଚ କରିବାକୁ ଆସିବେ ବିଦେଶୀ ପ୍ରତିନିଧି ମଣ୍ଡଳୀ

 

ଶନିବାର ସକାଳେ ଅହମ୍ମଦାବାଦର ଜାଇଡସ କେଡିଲା ପ୍ଲାଣ୍ଟରେ ପହଞ୍ଚିବେ ପ୍ରଧାନମନ୍ତ୍ରୀ। ଏଠାରେ ଜାୟକୋବ-ଡି କୋରୋନା ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି। ଆସନ୍ତା ଡିସେମ୍ବରରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ହେବାକୁ ଯାଉଛି। ସମ୍ପୂର୍ଣ୍ଣ ସ୍ୱଦେଶୀ କୋରୋନା ଟିକା ଜାୟକୋବ-ଡି ଉପରେ ଭାରତ ସମେତ ବିଶ୍ୱର ଅନ୍ୟ ରାଷ୍ଟ୍ରର ନଜର ରହିଛି।

Also Read: ଭାରତରେ କୋରୋନା ଔଷଧର ମୂଲ୍ୟ ୧୦୦୦ ଟଙ୍କା!

 

ସେହିପରି ପୁଣେର ସିରମ ଇନଷ୍ଟିଚ୍ୟୁଟରେ କୋଭିସିଲ୍ଡ ଭେକସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଶନିବାର ପ୍ରଧାନମନ୍ତ୍ରୀ ସିରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରୁଥିବା ଟିକାର ଅନୁଧ୍ୟାନ କରିବା ସହ ବୈଜ୍ଞାନିକଙ୍କ ସହ ଆଲୋଚନା କରିବେ। ଏହି ଇନଷ୍ଟିଚ୍ୟୁଟ, ଅକ୍ସଫୋର୍ଡ ୟୁନିଭରସିଟି, ଏଷ୍ଟ୍ରୋଜେନେକା ସହଯୋଗରେ ଏହି ଟିକା ପ୍ରସ୍ତୁତ କରୁଛି। କମ୍ପାନୀ ପକ୍ଷରୁ ଆସନ୍ତାବର୍ଷ ଫେବୃଆରୀରେ ଟିକା ଉପଲବ୍ଧ କରାଇବାକୁ ଦାବି ହେଉଥିବାବେଳେ ଶନିବାର ପ୍ରକୃତ ସ୍ଥିତି ପରଖିବେ ପ୍ରଧାନମନ୍ତ୍ରୀ। ଆସନ୍ତା ଡିସେମ୍ବର ୪ ତାରିଖରେ ଏଠାକୁ ବିଶ୍ୱର ୧୦୦ଟି ଦେଶର ରାଷ୍ଟ୍ରଦୂତ ପରଦର୍ଶନ ପାଇଁ ଆସୁଛନ୍ତି।  

ଅହମ୍ମଦାବାଦ ପୁଣେ ସହ ଶନିବାର ପ୍ରଧାନମନ୍ତ୍ରୀ ହାଇଦ୍ରାବାଦର ଭାରତ ବାୟୋଟେକକୁ ମଧ୍ୟ ଗସ୍ତ କରିବେ। ଏଠାରେ ସ୍ୱଦେଶୀ କୋଭ୍ୟାକ୍ସିନ (Covaxin) ଟିକାର ପ୍ରସ୍ତୁତି ଜାରି ରହିଛି। ଏହି ଟିକାର ଦ୍ୱିତୀୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହେବା ପରେ ଏହାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ଜାରି ରହିଛି। ଏହା ସମ୍ପୂର୍ଣ୍ଣ ସ୍ୱଦେଶୀ ହୋଇଥିବାବେଳେ ୨୮ ହଜାର ସ୍ୱଚ୍ଛାସେବୀଙ୍କ ଉପରେ ଏହାର ପରୀକ୍ଷଣ ଜାରି ରହିଛି।