କାମ କଲାନି କୋରୋନା ଟିକା! Covaxin ନେଇ ବି ସ୍ୱାସ୍ଥ୍ୟମନ୍ତ୍ରୀ ପଜିଟିଭ୍
Advertisement

କାମ କଲାନି କୋରୋନା ଟିକା! Covaxin ନେଇ ବି ସ୍ୱାସ୍ଥ୍ୟମନ୍ତ୍ରୀ ପଜିଟିଭ୍

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଟିକାର ଦ୍ୱିତୀୟ ଡୋଜ୍ ନେବାର କିଛି ଦିନ ପରେ ମଣିଷ ଶରୀରରେ ସଂକ୍ରମଣ ବିରୋଧରେ ଆଣ୍ଟିବଡି ତିଆରି ହୋଇଥାଏ।

କାମ କଲାନି କୋରୋନା ଟିକା! Covaxin ନେଇ ବି ସ୍ୱାସ୍ଥ୍ୟମନ୍ତ୍ରୀ ପଜିଟିଭ୍

ଅମିତ ମହାନ୍ତି, ନୂଆଦିଲ୍ଲୀ: କୋରୋନା ଟିକା (Corona Vaccine) ନେବା ପରେ ଜଣେ ବ୍ୟକ୍ତି ଏହାର କବଳରୁ ମୁକ୍ତ ହେବା ନେଇ ଚିକିତ୍ସକ ଅଥବା ଗବେଷକ ଯେଉଁ ସ୍ୱପ୍ନ ଦେଖୁଥିଲେ ତାହା ଏବେ ଭାଙ୍ଗି ଚୁରମାର ହୋଇଯାଇଛି। ଆଉ ଏହାର ସଦ୍ୟତମ ଉଦାହରଣ ହେଉଛନ୍ତି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ (Haryana Health Minister) ଅନିଲ ଭିଜ (Anil Vij)।

ପରୀକ୍ଷା ମୂଳକ ଭାବେ କୋରୋନା ଟିକା ପରେ କୋରୋନାରେ ଆକ୍ରାନ୍ତ ହୋଇଛନ୍ତି ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ। ଏନେଇ ନିଜେ ମନ୍ତ୍ରୀ ଟ୍ୱିଟ କରି ଜଣାଇଛନ୍ତି। ଯାହାକୁ ନେଇ ଏବେ ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ଆରମ୍ଭ ହୋଇଯାଇଛି। ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇ କୁହାଯାଇଛି କୋଭାକ୍ସିନ (Covaxin) ଦୁଇଟି ଡୋଜ୍ (Vaccine Dose) ଆଣ୍ଟି-କୋରୋନା ଭାଇରସ୍ ଭ୍ୟାକ୍ସିନ। 

Also Read: ୩ ସପ୍ତାହ ପରେ ଆସିବ କୋରୋନା ଟିକା! ପ୍ରଥମ ସ୍ୱାସ୍ଥ୍ୟକର୍ମୀଙ୍କ କରାଯିବା ଟିକାକରଣ

 

 

ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ କୋଭିଡ୧୯ ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ସମୟରେ ପ୍ରଥମ ଡୋଜ୍ ଦିଆଯାଇଥିଲା। ଏବେ ତାଙ୍କ ଶରୀରରେ ଆଣ୍ଟିବଡି (Antibody) ତିଆରି ହୋଇନାହିଁ। ମନ୍ତ୍ରୀ ଭିଜ୍ ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ-ଆଇସିଏମଆର (ICMR) ସହଯୋଗରେ ଭାରତ ବାୟୋଟେକ୍ ଦ୍ୱାରା ବିକଶିତ କୋଭିଡ୧୯ ଟିକା କୋ-ଭ୍ୟାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷା ସମୟରେ ପ୍ରଥମ ସ୍ୱେଚ୍ଛାସେବୀ ହେବାକୁ ଇଛାପ୍ରକାଶ କରିଥିଲେ। 

Also Read: ଆସିଲା ଖୁସି ଖବର; ଆଗାମୀ ସପ୍ତାହରେ ମିଳିବ କୋରୋନା ଟିକା!

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଟିକାର ଦ୍ୱିତୀୟ ଡୋଜ୍ ନେବାର କିଛି ଦିନ ପରେ ମଣିଷ ଶରୀରରେ ସଂକ୍ରମଣ ବିରୋଧରେ ଆଣ୍ଟିବଡି ତିଆରି ହୋଇଥାଏ। ଏହି ଟିକାରେ ଦୁଇଟି ଡୋଜ୍ ଦିଆଯାଇଥାଏ। ମନ୍ତ୍ରୀ ଭିଜ୍ କେବଳ ଗୋଟିଏ ଡୋଜ୍ ନେଇଥିଲେ। ହରିୟାଣା ସ୍ୱାସ୍ଥ୍ୟ ମନ୍ତ୍ରୀ କହିଥିଲେ ଦ୍ୱିତୀୟ ଡୋଜ୍ ପରେ ମଣିଷରେ ଆଣ୍ଟିବଡି ବିକଶିତ ହୋଇଥିଲେ। ଯାହା ପ୍ରଥମ ଡୋଜର ୨୮ ଦିନ ପରେ ଦିଆଯାଇଥାଏ। ଏହି ଅବଧି ମଧ୍ୟରେ କୌଣସି ସୁରକ୍ଷା ମିଳିନାହିଁ। ୬୭ ବର୍ଷିୟ ମନ୍ତ୍ରୀଙ୍କୁ ଗତ ନଭେମ୍ବର ୨୦ ତାରିଖରେ ପ୍ରଥମ ଡୋଜ୍ ଦିଆଯାଇଥିଲା।