କୋରୋନା ମହମାରୀ ସମୟରେ ମାସ୍କ ପିନ୍ଧିବାର ଗୁରୁତ୍ୱ କ'ଣ ରହିଛି ତାହା ଏବେ ଜୀବଜନ୍ତୁ ବୁଝିଗଲେଣି।
Trending Photos
ମଣିଷ ଦ୍ୱାରା କରାଯାଉଥିବା ବିଭିନ୍ନ କାମକୁ ଅନେକ ସମୟରେ ଅନୁକରଣ କରିଥାନ୍ତି ବିଭିନ୍ନ ପଶୁ ପକ୍ଷୀ। ଏପରି କାମକୁ ଅନୁକରଣ କରି ବିଭିନ୍ନ ସମୟରେ ଚର୍ଚ୍ଚାର ପରିସର ମଧ୍ୟରେ ରହିଥାଏ ମାଙ୍କଡ। ଯାହାର ଭିଡି଼ଓ ଅନେକ ସମୟରେ ଭାଇରାଲ ହୋଇଥାଏ।
ଏକ ଚତୁର ପ୍ରାଣୀ ଭାବେ ଜଣାଶୁଣା ମାଙ୍କଡ ମଣିଷ ଦ୍ୱାରା କରାଯାଉଥିବା ଅନେକ କାମକୁ ଅନୁକରଣ କରି ଚର୍ଚ୍ଚାର ପରିସର ମଧ୍ୟରେ ରହିଥାଏ। ସଦ୍ୟ ମାଙ୍କଡ ଦ୍ୱାରା କରାଯାଇଥିବା ଏକ କାରନାମାର ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଦେଖିବାକୁ ମିଳିଛି କୋରୋନା ମହାମାରୀ କବଳରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିଛି ମାଙ୍କଡ।
Also Read: Independence Day 2021: ଜାତୀୟ ପତାକା ଉଡାଇଲା ମାଙ୍କଡ
ବର୍ତ୍ତମାନ ସମଗ୍ର ବିଶ୍ୱସ କୋରୋନା ମହାମାରୀ ସହ ସଂଗ୍ରାମ କରୁଥିବା ବେଳେ ଏହାର କବଳରୁ ରକ୍ଷା ପାଇବା ପାଇଁ ମାସ୍କ ପିନ୍ଧିବା ଆମ ଜୀବନରେ ଏକ ଅଂଶବିଶେଷ ହୋଇସାରିଛି। ତଥାପି ଏପରି ଅନେକ ଲୋକ ଯେଉଁମାନେ ମହମାରୀ ସମୟରେ ମାସ୍କ ପିନ୍ଧୁନାହାଁନ୍ତି। ହେଲେ ମାସ୍କ ପିନ୍ଧିବାର କଣ ମହତ୍ତ୍ୱ କ'ଣ ରହିଛି ତାହା ବେଶ ଭଲ ଭାବେ ବୁଝିପାରିଛି ଏକ ମାଙ୍କଡ। ଏବେ ଯାହାର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଏକ ମାଙ୍କଡ଼କୁ ରାସ୍ତାରେ ବୁଲୁଥିବାର ଦେଖିବାକୁ ମିଳୁଛି।
ଭାଇରାଲ ହୋଇଥିବା ଏହି ଭିଡ଼ିଓରେ ଦେଖିବାକୁ ମିଳୁଛି ରାସ୍ତାରେ ପଡ଼ିଥିବା ଏକ ମାସ୍କକୁ ଦେଖିବା ଗୋଟିଏ ମାଙ୍କଡ଼ ସେଠାରେ ପ୍ରଥମେ ଅଟକି ଯିବା ପରେ ଏହାକୁ ନିଜେ ପିନ୍ଧୁଛି। ଭାଇରାଲ ହୋଇଥିବା ଏହି ଭିଡିଓକୁ ପ୍ରାୟ ୧.୮ ମିଲିୟନ୍ ଥର ଦେଖାଯାଇଛି ଏବଂ ୪୧ ହଜାରରୁ ଅଧିକ ଲାଇକ୍ ମିଳିଛି।