ଝଡ ଦ୍ୱାରା ହୋଇଥିବା କ୍ଷୟକ୍ଷତି ସହ ମୃତ ଆହତ ଲୋକଙ୍କ ବାବଦରେ ରିପୋର୍ଟ ଦେବାକୁ କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ସରକାର।
Trending Photos
ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା "ତଉକତେ" ସାମୁଦ୍ରିକ ଝଡ଼ର ପ୍ରଭାବ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ୨ ଉପକୂଳବର୍ତ୍ତୀ ରାଜ୍ୟ ମହାରାଷ୍ଟ୍ର ଏବଂ ଗୁଜୁରାଟ ଠାରେ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ରାଜ୍ୟରେ ୩ ଜଣଙ୍କ ମୃତ୍ୟୁ ହୋଇଥିବାର ଖବର ମିଳିଛି। ମଙ୍ଗଳବାର ସନ୍ଧ୍ୟା ପର୍ଯ୍ୟନ୍ତ ଏହି ଝଡର ପ୍ରକୋପ ଉତ୍ତର ଗୁଜୁରାଟରେ ଅନୁଭୂତ ହୋଇଥିଲା।
ଆରବ ସାଗର (Arabian Sea) ଠାରେ ସୃଷ୍ଟ "ତଉକତେ" (Cyclone Tauktae) ପ୍ରଭାବରେ ହୋଇଥିବା କ୍ଷୟକ୍ଷତି ସହ ମୃତ ଆହତ ଲୋକଙ୍କ ବାବଦରେ ରିପୋର୍ଟ ଦେବାକୁ ଝଡ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା ଅଞ୍ଚଳର ସ୍ଥାନୀୟ ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ଗୁଜୁରାଟ ସରକାର (Gujarat Govt)।
Also Read: Cyclone Tauktae: ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ Maharstra, ଛାଡିଗଲା ବିନାଶର ଚିହ୍ନ
ବାତ୍ୟା କବଳରୁ ରକ୍ଷା ପାଇବା ଲାଗି ପ୍ରାୟ ୨ ଲକ୍ଷରୁ ଉର୍ଦ୍ଧ୍ୱ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରିଥିଲେ ରାଜ୍ୟ ସରକାର। ଯଦିଓ ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଝଡ ସମ୍ପୂର୍ଣ୍ଣ ଭାବେ ଦୁର୍ବଳ ହୋଇନାହିଁ। ହେଲେ ପ୍ରଭାବରେ ରାଜ୍ୟର ସାଧାରଣ ଜୀବନ ଯାତ୍ରା ଝଡ଼ ଅନୁଭୂତ ହୋଇଥିବା ଅଞ୍ଚଳରେ ପ୍ରଭାବିତ ହୋଇଛି। ଏପରିକି ସେଠାରେ ବିଦ୍ୟୁତ ସେବା ଯୋଗାଣ ବାଧାପ୍ରାପ୍ତ ହୋଇଛି। ବାତ୍ୟା ଦ୍ୱାରା ହୋଇଥିବା କ୍ଷୟକ୍ଷତି ନେଇ କରାଯାଇଥିବା ଏକ ପ୍ରାଥମିକ ଆକଳନରୁ ଜଣାପଡିଛି ପ୍ରାୟ ୧୬ ହଜାରରୁ ଅଧିକ ଘର କ୍ଷତିଗ୍ରସ୍ତ ହୋଇଛି।
Also Read: Cyclone Tauktae Updates: Goa ପରେ Gujrat ପାଇଁ High Alert ଜାରି
ରାଜ୍ୟର ୨୪୩୭ ଗ୍ରାମରୁ ବିଜୁଳି ସେବା ବନ୍ଦ କରାଯିବା ପରେ ୪୮୪ ଗ୍ରାମକୁ ପୁନର୍ବାର ସେବା ଯୋଗାଇ ଦିଆଯାଇଛି। "ତଉକତେ" ପ୍ରଭାବରେ ଗୁଜୁରାଟରେ ୨୨୦ କେଭି ବିଶିଷ୍ଟ 2 ବିଦ୍ୟୁତ ଷ୍ଟେସନ କ୍ଷତିଗ୍ରସ୍ତ ହୋଇଛି। ଏନେଇ ସ୍ଥାନୀୟ ସରକାରଙ୍କ ପକ୍ଷରୁ କୁହାଯାଇଛି ରାଜ୍ୟର ସୌରାଷ୍ଟ୍ର ଅଞ୍ଚଳରେ (Saurashtra Region) ଅବସ୍ଥିତ ବିଭିନ୍ନ ଜିଲ୍ଲାରେ ୧୦୮୧ ବିଜୁଳି ଖୁଣ୍ଟ, ୧୫୯ ସଡ଼କ, ୪୦ ହଜାର ଗଛ ଉପୁଡିଯାଇଛି।
Also Read: Goa ଉପକୂଳରୁ Gujarat ଆଡକୁ ମୁହାଁଇଲା Cyclone Tauktae
ସୌରାଷ୍ଟ୍ର ଅଞ୍ଚଳରେ ଭାରୀ ବର୍ଷା ହେବା ସହ ପ୍ରବଳ ବେଗରେ ପବନ ବହିବା ଜାରି ରହିଛି। ରାଜ୍ୟର ବଗାସରା ତହସିଲ ଠାରେ ୯ ଇଞ୍ଚ ବିଶିଷ୍ଟ ବର୍ଷା ହୋଇଛି। ସେହିପରି ଜୁନାଗଡ ଜିଲ୍ଲାର ଗିର-ଗଢଡା ସହ ଉନା ଠାରେ ୮, ସାବରକୁଣ୍ଡଲା ଠାରେ ୭, ଅମରେଲି ଜିଲ୍ଲାର ଅମରେଲି, ରାଜୁଲା, ବାବରା ତହସିଲରେ ୫ ଏବଂ ରାଜ୍ୟର ଅନ୍ୟ ୩୫ ତହସିଲରେ ୧-୩ ଇଞ୍ଚ ବିଶିଷ୍ଟ ବର୍ଷା ହୋଇଥିବାର କୁହାଯାଉଛି।
Also Read: Cyclone Tauktae: Goa ଉପକୂଳରେ Heavy Rain ସହିତ ବଢିଲା Wind Speed
ଏହା ପୂର୍ବରୁ ଗୁଜୁରାଟରେ ୧୯୮୮ ମସିହା ଜୁନ ୯ ତାରିଖରେ ତାଣ୍ଡବ ରଚିଥିଲା ଅନ୍ୟ ଏକ ସାମୁଦ୍ରିକ ଝଡ଼। ଯାହା ପ୍ରଭାବରେ ବ୍ୟାପକ ଧନଜୀବନ କ୍ଷତିଗ୍ରସ୍ତ ହୋଇଥିଲା। ସେତେବେଳେ ରାଜ୍ୟରେ କ୍ଷମତାସୀନ ରହିଥିବା ସରକାରଙ୍କ ତଥ୍ୟ ଅନୁସାରେ ସେହି ଝଡରେ ପ୍ରାୟ ୧୧୭୩ ଲୋକଙ୍କ ମୃତ୍ୟୁ ହେବା ସହ ୧୭୭୪ ନିଖୋଜ ହୋଇଯାଇଥିଲେ। ୧୯୮୮ ଗୁଜୁରାଟରେ ଅନୁଭୂତ ହୋଇଥିବା ଝଡ ଉପରେ ବିଭିନ୍ନ ବେସରକାରୀ ସଙ୍ଗଠନ ପକ୍ଷରୁ ଉପସ୍ଥାପିତ ହୋଇଥିବା ରିପୋର୍ଟ ଅନୁସାରେ ଏ ଘଟଣାରେ ପ୍ରାୟ ୪ ହଜାର ଲୋକଙ୍କ ମୃତ୍ୟୁ। ଅଗଣିତ ଲୋକ ନିଖୋଜ ହୋଇଯାଇଥିଲେ। କାରଣ ବାତ୍ୟାର ତାଣ୍ଡବରେ ସେମାନେ ସମୁଦ୍ରରେ ଭାସିଯାଇଥିଲେ।