Cyclone Tauktae: ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ Maharstra, ଛାଡିଗଲା ବିନାଶର ଚିହ୍ନ
Advertisement
Article Detail0/zeeodisha/odisha902910

Cyclone Tauktae: ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ Maharstra, ଛାଡିଗଲା ବିନାଶର ଚିହ୍ନ

"ତଉକତେ" ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ପଶ୍ଚିମଭାଗରେ ଅବସ୍ଥିତ ଉପକୂଳବର୍ତ୍ତୀ ଜିଲ୍ଲା ରାୟଗଡ (Raigad)।

Cyclone Tauktae: ବାତ୍ୟାରେ ଧ୍ୱସ୍ତବିଧ୍ୱସ୍ତ Maharstra, ଛାଡିଗଲା ବିନାଶର ଚିହ୍ନ

ନୂଆଦିଲ୍ଲୀ: ଆରବ ସାଗରରେ ସୃଷ୍ଟି ହୋଇଥିବା "ତଉକତେ" ସାମୁଦ୍ରିକ ଝଡ଼ର ପ୍ରଭାବ ଦେଶର ପଶ୍ଚିମ ଭାଗରେ ଅବସ୍ଥିତ ବିଭିନ୍ନ ରାଜ୍ୟରେ ଅନୁଭୂତ ହୋଇଛି। ଏହାର ପ୍ରଭାବରେ ମହାରାଷ୍ଟ୍ରରେ ବ୍ୟପକ ପରିମାଣରେ  କ୍ଷୟକ୍ଷତି ହୋଇଛି। ଏହି ବାତ୍ୟାରେ ଧନଜୀବନ ଠାରୁ ଆରମ୍ଭ କରି ହଜାର ହଜାର ଏକର ଜମିରେ ଚାଷ ହୋଇଥିବା ଆମ୍ବ ସମେତ ଅନ୍ୟାନ୍ୟ ଫସଲ ସବୁ କିଛି ବର୍ବାଦ ହୋଇଯାଇଛି।   

"ତଉକତେ" (Cyclone Tauktae) ପ୍ରଭାବରେ ମହାରାଷ୍ଟ୍ରରେ (Maharashtra) ୧୪ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ୧୮ ଜଣ ଆହତ ହୋଇଛନ୍ତି। ରାଜ୍ୟର ପ୍ରାୟ ୫ ହଜାର ଘର ଆରବ ସାଗର (Arabian Sea) ଠାରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ କାରଣରୁ କ୍ଷତିଗ୍ରସ୍ତ ହୋଇଛି।  

Also Read: Cyclone Tauktae: Gujarat ଉପକୂଳରେ ରାତିରେ କରିବ ତାଣ୍ଡବ!

"ତଉକତେ" ବାତ୍ୟା ପ୍ରଭାବରେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଛି ରାଜ୍ୟର ପଶ୍ଚିମଭାଗରେ ଅବସ୍ଥିତ ଉପକୂଳବର୍ତ୍ତୀ ଜିଲ୍ଲା ରାୟଗଡ (Raigad)। ଏପରିକି ମାୟାନଗରୀ ମୁମ୍ବାଇ (Mumbai) ମଧ୍ୟ ଏହାର ପ୍ରକୋପରୁ ବର୍ତ୍ତି ପାରିନାହିଁ। ସହରର ସମୁଦ୍ରକୂଳିଆ ଅଞ୍ଚଳ ମଢ ଠାରେ ବ୍ୟାପକ କ୍ଷୟକ୍ଷତି ହୋଇଛି। ହାପୁସ ଆମ୍ବ (Hapus Mango) ଚାଷ ପାଇଁ ପ୍ରସିଦ୍ଧ ରାଜ୍ୟର କୋଙ୍କଣ ଉପକୂଳରେ (Konkan Coast)

ହଜାର ହଜାର ଏକ ଜମିରେ ଚାଷ ହୋଇଥିବା ଆମ୍ବ ସମେତ କାଜୁ, ଅମୃତଭଣ୍ଡା,ସୀତାଫଳ, ଜାମୁ, ପନିପରିବା ଚାଷ ବର୍ବାଦ ହୋଇଯାଇଛି। 

Also Read: Cyclone Tauktae Updates: Goa ପରେ Gujrat ପାଇଁ High Alert ଜାରି

 "ତଉକତେ" କବଳରୁ ବର୍ତ୍ତି ପାରିନାହିଁ ମୁମ୍ବାଇ ସହରରେ ଅବସ୍ଥିତ ୱାନଖେଡ୍ ଷ୍ଟାଡିୟମ (Mumbai Wankhede Stadium)। ଏହି ସାମୁଦ୍ରିକ ଝଡ଼ ପ୍ରଭାବରେ ଷ୍ଚା଼ଡିୟମର ଏକ ଷ୍ଟାଣ୍ଡ ଏବଂ ସାଇଟ ସ୍କ୍ରିନ ସମ୍ପୂର୍ଣ୍ଣ ଭାବେ ଭାଙ୍ଗିଯାଇଛି। 

Also Read: Goa ଉପକୂଳରୁ Gujarat ଆଡକୁ ମୁହାଁଇଲା Cyclone Tauktae

ଆରବ ସାଗରରେ ସୃଷ୍ଟି ହୋଇଥିବା ଏହି ଝଡର ପ୍ରକୋପ କାରଣରୁ ମୁମ୍ବାଇ ସହର ସମେତ ପଶ୍ଚିମ ମହାରାଷ୍ଟ୍ରର ଉପକୂଳବର୍ତ୍ତୀ ଅଞ୍ଚଳରେ ଧନଜୀବନ, ଫସଲ, ବିଜୁଳି ସେବା ଠାରୁ ଆରମ୍ଭ କରି ସାଧାରଣ ଜୀବନଯାତ୍ରା ମଧ୍ୟ ପ୍ରଭାବିତ ହୋଇଛି। ରାଜ୍ୟର ବାତ୍ୟା ପ୍ରଭାବିତ ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତି ବାବଦରେ ଆକଳନ କରିବା ସହ କ୍ଷତିପୂରଣ ପାଇବା ଲାଗି କେନ୍ଦ୍ର ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛି ମହାରାଷ୍ଟ୍ର ପ୍ରଶାସନ।