ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ 'ତଉକତେ'! ଏହି ରାଜ୍ୟରେ ରଚିପାରେ ତାଣ୍ଡବ
Advertisement

ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ 'ତଉକତେ'! ଏହି ରାଜ୍ୟରେ ରଚିପାରେ ତାଣ୍ଡବ

Cyclone Tauktae Warning: ଚଳିତ ବର୍ଷର ପ୍ରଥମ ବାତ୍ୟା 'ତଉକତେ'କୁ ନେଇ ଭୟର ମାହୌଲ ସୃଷ୍ଟି ହେବାରେ ଲାଗିଛି ।  କେରଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିବା ବେଳେ ମହାରାଷ୍ଟ୍ର, ଗୋଆ ଏବଂ ଗୁଜରାଟରେ ସତର୍କ ସୂଚନା ଜାରି କରାଯାଇଛି । କୁହାଯାଉଛି ଯେ ମେ ୧୭ ଅର୍ଥାତ ସୋମବାର 'ତଉକତେ' (Tauktae) ଗୁଜୁରାଟ (Gujarat) ରେ ଏକ ଭୟଙ୍କର ରୂପ ନେ

ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ 'ତଉକତେ'! ଏହି ରାଜ୍ୟରେ ରଚିପାରେ ତାଣ୍ଡବ

ନୂଆଦିଲ୍ଲୀ: Cyclone Tauktae Warning: ଚଳିତ ବର୍ଷର ପ୍ରଥମ ବାତ୍ୟା 'ତଉକତେ'କୁ ନେଇ ଭୟର ମାହୌଲ ସୃଷ୍ଟି ହେବାରେ ଲାଗିଛି ।  କେରଳରେ ପ୍ରବଳ ବର୍ଷା ଦେଖିବାକୁ ମିଳିଥିବା ବେଳେ ମହାରାଷ୍ଟ୍ର, ଗୋଆ ଏବଂ ଗୁଜରାଟରେ ସତର୍କ ସୂଚନା ଜାରି କରାଯାଇଛି । କୁହାଯାଉଛି ଯେ ମେ ୧୭ ଅର୍ଥାତ ସୋମବାର 'ତଉକତେ' (Tauktae) ଗୁଜୁରାଟ (Gujarat) ରେ ଏକ ଭୟଙ୍କର ରୂପ ନେଇପାରେ, ଯେଉଁଠାରେ ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ପବନ ବହିବା ସହିତ ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି ।

ଅଧିକ ପଢ଼ନ୍ତୁ:-ମାସେ ଭିତରେ କାର୍ଯ୍ୟକ୍ଷମ ହେବ ସମ୍ବଲପୁରର ଅକ୍ସିଜେନ ପ୍ଲାଣ୍ଟ

ତାଣ୍ଡବ ରଚିପାରେ ଏହି ବାତ୍ୟା
 
ପାଣିପାଗ ବିଭାଗ ଅନୁଯାୟୀ, ବାତ୍ୟା 'ତଉକତେ' ଗୁଜୁରାଟର ଭେରାଭଲ ଓ ପୋରବନ୍ଦର ମଧ୍ୟରେ ମାଙ୍ଗ୍ରୋଲ ନିକଟରେ ଲ୍ୟାଣ୍ଡଫଲ କରିବ । ଏହି କାରଣରୁ ମଙ୍ଗ୍ରୋଲ, ଭେରାଭଲ, ପୋରବନ୍ଦର, କୁଚ ଏବଂ ଦ୍ୱାରକା ପରି ସମୁଦ୍ର କୂଳ ଅଞ୍ଚଳକୁ ନେଇ ପ୍ରଶାସନ ପୂର୍ବରୁ ସତର୍କ ସୂଚନା ଜାରି କରିସାରିଛି । ଏଥି ସହିତ ସମସ୍ତ ମତ୍ସ୍ୟଜୀବୀଙ୍କୁ ମଧ୍ୟ ସମୁଦ୍ରକୁ ନ ଯିବା ପାଇଁ ଓ କୂଳରେ ରହିବାକୁ କୁହାଯାଇଛି । 

ବାତ୍ୟା ମଧ୍ୟରେ ପୋରବନ୍ଦରରେ କୋଷ୍ଟଗାର୍ଡ ହେଲିକପ୍ଟର ଆକାଶରେ ଦେଖିବା ଆରମ୍ଭ ହୋଇସାରିଛି । ଲୋକଙ୍କୁ ସାଇରନ୍ ବଜାଇ ଚେତାବନୀ ଦିଆଯାଉଛି । ସମୁଦ୍ର ଭିତରକୁ ଯାଇଥିବା ମତ୍ସ୍ୟଜୀବୀଙ୍କୁ ମଧ୍ୟ ତଟରକ୍ଷୀ ବାହିନୀ କ୍ରମାଗତ ଭାବରେ ଅପିଲ କରୁଛନ୍ତି । ସେମାନଙ୍କୁ ତୁରନ୍ତ କୂଳକୁ ଆସିବାକୁ ଚେତାବନୀ ଦିଆଯାଇଛି ।

ଅଧିକ ପଢ଼ନ୍ତୁ:-ତାଣ୍ଡବ କରୁଛି କୋରୋନାର ଦ୍ୱିତୀୟ ଲହର: ଦେଶରେ ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା, ୩,୮୯୦ ମୃତ୍ୟୁ

ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ବହିବ ପବନ

ଏଥି ସହିତ ପାଣିପାଗ ବିଭାଗ ପକ୍ଷରୁ ମଧ୍ୟ ଚିନ୍ତା ପ୍ରକଟ କରାଯାଇଛି । ଗୁଜୁରାଟକୁ ନେଇ ଏକ ବୟାନ ଜାରି କରି କୁହାଯାଇଛି ଯେ ମେ ୧୭ରେ ଅତି ଭୟଙ୍କର ସାମୁଦ୍ରିକ ବାତ୍ୟାରେ ପରିଣତ ହେବ 'ତଉକତେ' ଏବଂ ପବନ ମଧ୍ୟ ଘଣ୍ଟା ପ୍ରତି ୧୫୦ରୁ ୧୬୦ କିଲୋମିଟର ବେଗରେ ବହିବ ବୋଲି ଅନୁମାନ କରାଯାଉଛି । ଯେତେବେଳେ ବାତ୍ୟା ଶିଖରରେ ଥିବ ସେତେବେଳେ ଗୁଜୁରାଟରେ ଘଣ୍ଟା ପ୍ରତି ୧୭୫ କିଲୋମିଟର ବେଗରେ ପବନ ଗତି କରିପାରେ ।

ଗୁଜୁରାଟ ବ୍ୟତୀତ ମହାରାଷ୍ଟ୍ରରେ ମଧ୍ୟ ବାତ୍ୟାର ମୁକାବିଲା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତି ଚାଲିଛି । ପାଣିପାଗ ବିଭାଗର ଚେତାବନୀ ପରେ ଏନଡିଆରଏଫକୁ ରାଜ୍ୟରେ ସତର୍କ କରାଯାଇଛି । ଏଥିସହିତ ଅନେକ ଦଳକୁ ମଧ୍ୟ ଷ୍ଟାଣ୍ଡବାଇରେ ରଖାଯାଇଛି । ପୁଣେରୁ NDRF ର ଏକ ଟିମ୍ ମଧ୍ୟ ଗୋଆକୁ ପଠାଯାଇଥିବା ସୂଚନା ମିଳିଛି । ସେଠାରେ ମଧ୍ୟ ବାତ୍ୟା 'ତଉକତେ'ର ବିପଦ ରହିଛି ।

ଅଧିକ ପଢ଼ନ୍ତୁ:-୫୨ ଲକ୍ଷ କର୍ମଚାରୀଙ୍କୁ ମହଙ୍ଗା ଭତ୍ତା ମିଳିବାରେ ହୋଇପାରେ ବିଳମ୍ବ, ଏହି କାରଣରୁ ହୋଇପାରିନି ଘୋଷଣା

କେରଳର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା

ଏହି ସମୟରେ କେରଳର କିଛି ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ଜାରି ରହିଛି । ପାଣିପାଗ ବିଭାଗ ଦ୍ୱାରା କେରଳର ତିନୋଟି ଜିଲ୍ଲା, ତିରୁବନନ୍ତପୁରମ୍, କୋଲ୍ଲମ ଏବଂ ପଟ୍ଟନ୍ତତିଟ୍ଟାକୁ ନେଇ ଯେଉଁ ରେଡ୍ ଆଲର୍ଟ ଜାରି କରାଯାଇଥିଲା ବର୍ତ୍ତମାନ ହଟାଇ ଦିଆଯାଇଛି । ଅନ୍ୟପକ୍ଷରେ ଆଲାପ୍ପୁଝା, କୋଟାୟାମ, ଏର୍ନାକୁଲମ, ଇଡୁକ୍କି, ଥ୍ରିସୁର, ମାଲାପୁରାମ, ପାଲକ୍କଡ, କୋଜିକୋଡେ ଏବଂ ୱାୟାନାଡରେ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।