ସ୍ୱାଧିନତା ଦିବସରେ ଯେଉଁଠାରେ ପ୍ରତିବର୍ଷ ଜାତୀୟ ପତାକା ଉଡାଯାଇଥାଏ ସେହି ଲାଲକିଲ୍ଲାରେ କଥିତ ଭାବେ ପ୍ରତିବନ୍ଧିତ ଖଲିସ୍ତାନୀ ସଙ୍ଗଠନର ପତାକା ଉଡାଇବାକୁ ନେଇ ବିବାଦ ତେଜିଛି।
Trending Photos
ନୂଆଦିଲ୍ଲୀ: କୃଷି ଆଇନ ବିରୁଦ୍ଧରେ ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଥିବା ଟ୍ରାକ୍ଚର ରାଲି ସମୟରେ ଅନେକ ହିଂସାତ୍ମକ ଘଟଣା ଘଟିଯାଇଛି। ଏପରିକି ଏହିଲ ରାଲିରେ ଯୋଗ ଦେଇଥିବା କେତେକ ବିକ୍ଷୋଭକାରୀ ନିଜ ସାଥିରେ ଆଣିଥିବା ପତାକା ଉଡାଇଛନ୍ତି। ଯାହାକୁ ନେଇ ବିବାଦ ସୃଷ୍ଟି ହୋଇଛି।
ସ୍ୱାଧିନତା ଦିବସରେ ଯେଉଁଠାରେ ପ୍ରତିବର୍ଷ ଜାତୀୟ ପତାକା ଉଡାଯାଇଥାଏ ସେହି ଲାଲକିଲ୍ଲାରେ କଥିତ ଭାବେ ପ୍ରତିବନ୍ଧିତ ଖଲିସ୍ତାନୀ ସଙ୍ଗଠନର ପତାକା ଉଡାଇବାକୁ ନେଇ ବିବାଦ ତେଜିଛି। ଏପରିକି ଏପରି ପତାକା ଉଡାଇଥିବା ଖଲିସ୍ତାନୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଉଠିଛି। ଏପରିକି ଟ୍ୱିଟରରେ #खालिस्तानियों_को_गोली_मारो, #खालिस्तानी, #KhalistaniBreakingRules, #Khalistani ହ୍ୟାସ୍ ଟ୍ୟାଗ ଏବେ ଟ୍ରେଣ୍ଡ କରୁଛି।
Also Read: Tractor Ralley: ହିଂସାକାଣ୍ଡରେ ୧୦୯ ପୋଲିସ ଆହତ, ୪୫ ଟ୍ରମା ସେଣ୍ଟର ସ୍ଥାନାନ୍ତର
ସାଧାରଣତନ୍ତ୍ର ଦିବସ ଅବସରରେ ଆୟୋଜିତ ଟ୍ରାକ୍ଟର ରାଲି ବେଳେ ଜଣେ ବିକ୍ଷୋଭକାରୀ ତ୍ରୀରଙ୍ଗା ସହ କିସାନ ୟୁନିଅନ ପତାକା ଧରି ଲାଲକିଲ୍ଲାରେ ପହଞ୍ଚିଥିଲେ। କିଛି ଯୁବକ ସେଠାରେ ଏହି ପତାକା ଉତ୍ତୋଳନ କରିଥିଲେ। ଲୋକ ଏହି ତ୍ରିକୋଣାକାର ପତାକାକୁ ନେଇ ଦ୍ୱଦ୍ୱରେ ପଡିଯାଇଥିଲା।
Also Read: Farmers Protest: ହିଂସାକାଣ୍ଡ ପରେ ଟ୍ରେଣ୍ଡ କରିଲା #ArrestYogendraYadav
କେତେକ ଏହାକୁ ନିଶାନ ସାହେବ ବୋଲି ଦାବି କରୁଥିବା ବେଳେ ଅନ୍ୟ କେତେକ ଖାଲିସ୍ତାନୀ ପତାକା ବୋଲି କହୁଛନ୍ତି। ନିଶାନ ସାହେବ ବା ନିଶାନ ସାହେବ ହେଉଛି ଶିଖଙ୍କ ଏକ ପବିତ୍ର ତ୍ରିକୋଣୀୟ ପତାକା। ଏହି ରେଶମ କପଡ଼ାରେ ନିର୍ମିତ ହୋଇଥାଏ। ଏହାକୁ ପ୍ରତ୍ୟେକ ଗୁରୁଦ୍ୱାର ବାହାରେ ଏକ ଉଚ୍ଚ ପତାକାସ୍ତମ୍ଭରେ ଉଡାଯାଇଥାଏ।