ଏହି ଗସ୍ତ ପୂର୍ବରୁ ଚଳିତ ମାସ ଆରମ୍ଭରେ ଦିଲ୍ଲୀ ଠାରେ ବିଦେଶୀ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିଥିଲେ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା।
Trending Photos
ସାଗର ରଥ,ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ ଆତଙ୍କ ଖେଳାଇଥିବା କୋରୋନା ମହାମାରୀର (Corona Pandemic) ମୁକାବିଲା ଲାଗି ଏବେ ବିଭିନ୍ନ ଦେଶ ପକ୍ଷରୁ ଜାରି ରହିଛି ପ୍ରୟାସ। ଏହି କ୍ରମରେ କୋଭିଡ ଟିକା (Covid19 Vaccine) ଉଦ୍ଭାବନ କରିବାକୁ ଉଦ୍ୟମ ଅବ୍ୟାହତ ରଖିଛନ୍ତି ଅନେକ ରାଷ୍ଟ୍ର। ଏ କ୍ଷେତ୍ରରେ ପାଦେ ଆଗେଇଛି ଭାରତ (India) ।
ଭାରତ ପକ୍ଷରୁ ନିର୍ମିତ କରାଯାଉଥିବା କୋଭିଡ ଟିକା (Covid Vaccine Programme) କିପରି ବିକଶିତ କରାଯାଉଛି ତାହାର ଯାଞ୍ଚ କରିବାକୁ ଆସନ୍ତା ମାସ ୪ ତାରିଖରେ ପୁନେ (Pune) ଗସ୍ତରେ ଆସୁଛନ୍ତି ବିଦେଶୀ ପ୍ରତିନିଧି ମଣ୍ଡଳୀ (Foreign Envoy) । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ (Indian Foreign Ministry) ପକ୍ଷରୁ ଏହି ଗସ୍ତ କାର୍ଯ୍ୟକ୍ରମକୁ ଆୟୋଜନ କରାଯାଉଛି। କୋଭିଡ୧୯ ଟିକା ଯାଞ୍ଚ କରିବାକୁ ଦିନିକିଆ ଭାରତ ଗସ୍ତରେ ଆସିବେ ଏହି ବିଦେଶୀ ପ୍ରତିନିଧି ଦଳ। ସେମାନେ କୋଭିଡ୧୯ ବିକଶିତ କରୁଥିବା ପୁନେସ୍ଥିତ ସିରମ ଇନଷ୍ଟିଚ୍ୟୁଟ (Pune Serum Institute) ପରିଦର୍ଶନ କରିବେ।
ଏହି ଗସ୍ତ ପୂର୍ବରୁ ଚଳିତ ମାସ ଆରମ୍ଭରେ ଦିଲ୍ଲୀ ଠାରେ ବିଦେଶୀ ପ୍ରତିନିଧି ଦଳଙ୍କୁ ସାକ୍ଷାତ କରିଥିଲେ ବୈଦେଶିକ ସଚିବ ହର୍ଷ ଶ୍ରୀଙ୍ଗଲା। ନଭେମ୍ବର ୬ ତାରିଖରେ ଭାରତ ସରକାରଙ୍କ ମୁଖ୍ୟ ବୈଜ୍ଞାନିକ ପରାମର୍ଶଦାତା ପ୍ରଫେସର କେ ବିଜୟ ରାଘବନ୍, ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ, ବାୟୋଟେକ୍ନୋଲୋଜି ବିଭାଗ ସଚିବ ଡକ୍ଟର ରେନୁ ସ୍ୱରୂପ, ସଚିବ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ସଚିବ ଅଶୁତୋଷ ଶର୍ମା କୋଭିଡ ମହାମାରୀର ମୁକାବିଲା କରିବାକୁ କ'ଣ ପଦେକ୍ଷପ ନିଆଯାଇଛି ସେ ନେଇ ସେ ନେଇ ବିଦେଶୀ କୂଟନୈତିକଙ୍କୁ ଅବଗତ କରାଇଛନ୍ତି।
Also Read:ଭାରତରେ କୋରୋନା ଔଷଧର ମୂଲ୍ୟ ୧୦୦୦ ଟଙ୍କା!
ସିରମ ଇନଷ୍ଟିଚ୍ୟୁଟ ଆଷ୍ଟ୍ରାଜେନେକା/ଅକ୍ସଫୋର୍ଡ (AstraZeneca/Oxford) ସହ ମିଳିତ ଭାବେ କୋଭିଡ୧୯ ଟିକା ବିକଶିତ କରୁଛି। ଅନ୍ୟପଟେ ଜେନିଭା ପକ୍ଷରୁ ଏମଏନଆରଏ (mNRA) ଭିତ୍ତିକ ଟିକା ଉପରେ ଗବେଷଣା କରାଯାଉଛି।କୋରୋନା ମୁକାବିଲା ପ୍ରସଙ୍ଗରେ ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ଭର୍ଚ୍ୟୁଆଲ ବୈଠକ (Virtual Meet) କରିବା ସମୟରେ କହିଥିଲେ, "କୋରୋନା ଟିକା ଉଦ୍ଭାବନ କରିବାକୁ ନେଇ ଚାଲିଥିବା ଗବେଷଣା କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହିଞ୍ଚିଛି। ଭାରତ ସରକାର ସମସ୍ତ ପରିସ୍ଥିତି ଉପରେ ନଜର ରଖିଛନ୍ତି। ପ୍ରତ୍ୟେକଙ୍କ ସହ ଆମେ ଯୋଗାଯୋଗରେ ରହିଛୁ। କୋଭିଡ୧୯ ଟିକା ମୂଲ୍ୟ କେତେ ରହିବ ତାହା ସ୍ଥିର ହୋଇନାହିଁ। "
ବୈଶ୍ୱିକ ସ୍ତରରେ ଭାରତ କୋଭିଡ ଟିକା ଉତ୍ପାଦନ ସହ ଯୋଗାଣ କ୍ଷେତ୍ରର ଏକ ପ୍ରମୁଖ କେନ୍ଦ୍ର ହେବା ନେଇ ଆଶା କରାଯାଉଛି। କୋଭିଡ୧୯ ମହାମାରୀ ମଧ୍ୟରେ ଭାରତ ୧୫୦ରୁ ଅଧିକ ଦେଶକୁ ହାଇଡ୍ରୋକ୍ସି କ୍ଲୋରୋକୁଇନ-ଏଚସିକ୍ୟୁ (HCQ-Hydroxy Chloro Quine) ଔଷଧ ଯୋଗାଇ ବିଶ୍ୱରେ ଏକ ଫାର୍ମା ରାଜଧାନୀ (Pharma Capital) ଭାବେ ଉଭା ହୋଇଛି।
କୋରୋନା ଟିକା ବିକାଶ କାର୍ଯ୍ୟକ୍ରମରେ ଭାରତ ପଡୋଶୀ ଦେଶଙ୍କ ଲାଗି କ୍ଲିନିକାଲ ଟ୍ରାଏଲ (Clinical Trial) ଉପରେ ତାଲିମ କାର୍ଯ୍ୟକ୍ରମ (Vaccine Training Programmes) ଆୟୋଜନ କରିଛି ଯେଉଁଥିରେ ୮ଟି ଦେଶର ପ୍ରାୟ ୯୦ ଜଣ ବିଶେଷଜ୍ଞ ଅଂଶଗ୍ରହଣ କରିଛନ୍ତି। ଖାଦ୍ୟ-ଔଷଧ ଦୃଷ୍ଟିରୁ ଭାରତ ୫ଟି ମହାସାଗରୀୟ ଦେଶ ମାଲଦ୍ୱୀପ, ମରିସସ୍, ମାଡାଗାସ୍କର, କୋମୋରୋସ୍, ସେଚେଲସ୍ ଏବଂ ୪ଟି ଆଫ୍ରିକୀୟ ଦେଶ ସୁଦାନ, ଦକ୍ଷିଣ ସୁଦାନ, ଜିବୌତି ଏବଂ ଇରିଟ୍ରିଆକୁ ସହାୟତା ପଠାଇଛି।