ଡଙ୍ଗାରେ ରାନ୍ଧିବାବେଳେ ବିସ୍ଫୋରଣ ହେଲା ସିଲିଣ୍ଡର, ଜଳି ପାଉଁଶ ହୋଇଗଲେ ୫ ଜଣ
Advertisement
Article Detail0/zeeodisha/odisha1290914

ଡଙ୍ଗାରେ ରାନ୍ଧିବାବେଳେ ବିସ୍ଫୋରଣ ହେଲା ସିଲିଣ୍ଡର, ଜଳି ପାଉଁଶ ହୋଇଗଲେ ୫ ଜଣ

Cylinder Blast: ପାଟନାର ମନେର ସୋନ ନଦୀରେ ଏକ ଡଙ୍ଗାରେ ଖାଦ୍ୟ ରାନ୍ଧିବା ସମୟରେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ସମସ୍ତେ ଶ୍ରମିକ ଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୌ: ସୋସିଆଲ ମିଡିଆ

Cylinder Blast: ଶନିବାର ଦିନ ବିହାରର ପାଟନା ଜିଲ୍ଲା ଅନ୍ତର୍ଗତ ମନେରରେ ଏକ ଭୟଙ୍କର ଦୁର୍ଘଟଣା ଘଟିଛି । ସୋନ ନଦୀରେ ଏକ ଡଙ୍ଗାରେ ଖାଦ୍ୟ ରାନ୍ଧିବାବେଳେ ଏକ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ (Cylinder Blast) ହେବାଯୋଗୁଁ ପାଞ୍ଚ ଜଣଙ୍କର ମୃତ୍ୟୁ ଘଟିଛି । ଡଙ୍ଗାରେ ଥିବା ସମସ୍ତ ଲୋକ ଶ୍ରମିକ ଥିଲେ । ପୋଲିସ (Police) ଘଟଣାସ୍ଥଳରେ ପହଞ୍ଚିଛି । ପୋଲିସ ଖରାପ ଭାବେ ଜଳିଯାଇଥିବା ମୃତଦେହ ଗୁଡିକୁ ନିଜ ହେପାଜତରେ ନେଇଛି । ଘଟଣାର ତଦନ୍ତ କରାଯାଉଛି ।

ସୂଚନା ଅନୁଯାୟୀ, ଭୋଜପୁର ଓ ପାଟନା ଜିଲ୍ଲା ସୀମାରେ ଏହି ଦୁର୍ଘଟଣା ଘଟିଛି । କିଛି ଲୋକ ବିନ୍ଦଗାଓଁ ଗାଁ ସାମ୍ନାରେ ଥିବା ରାମପୁର ବାଲି ଘାଟ ନିକଟରେ ସୋନ ନଦୀ ଭିତରେ ଏକ ଡଙ୍ଗାରେ ଖାଦ୍ୟ ରାନ୍ଧୁଥିଲେ । ଏହାପରେ ଗ୍ୟାସ ସିଲିଣ୍ଡର ବିସ୍ଫୋରଣ ହୋଇଥିଲା । ଗୋଟିଏ ଝଟକାରେ ଡଙ୍ଗାରେ ଥିବା ସମସ୍ତ ଲୋକ ଜଳିଯାଇ ଯାଇଥିଲେ ଓ  ଘଟଣାସ୍ଥଳରେ ସମସ୍ତେ ପ୍ରାଣ ହରାଇଥିଲେ ।

ଡଙ୍ଗାରେ ଥିବା ସମସ୍ତ ଲୋକ ପାଟନା ଜିଲ୍ଲାର ହଳଦୀ ଛପ୍ରା ଗାଁର ବୋଲି କୁହାଯାଉଛି ଓ କୋଇଲୱାର-ବିହାଟା ଅଞ୍ଚଳରେ ବାଲି କାମ କରି ଡଙ୍ଗାରେ ଖାଦ୍ୟ ରାନ୍ଧୁଥିଲେ । ପୋଲିସ ବର୍ତ୍ତମାନ ଘଟଣାର ଅଧିକ ତଦନ୍ତ କରୁଛି ।

ପୋଲିସ କହିଛି, "ସିଲିଣ୍ଡର ବିସ୍ଫୋରଣ ହୋଇଛି ବୋଲି କୁହାଯାଉଛି, କିନ୍ତୁ ତାହା ନୁହେଁ । ସେମାନେ ଅଳ୍ପ କିଛି ଡିଜେଲ ଥିବା କ୍ୟାଣ୍ଟର ନିକଟରେ ରୋଷେଇ କରୁଥିଲେ, ତେଣୁ ନିଆଁ ଲାଗିଯାଇଥିଲା । ଏପର୍ଯ୍ୟନ୍ତ ମୃତ ଦେହକୁ ଚିହ୍ନଟ କରାଯାଇ ନାହିଁ।"

ଏହା ବି ପଢ଼ନ୍ତୁ: CWG 2022: ସେମିଫାଇନାଲରେ ହୋଇଛି ଭାରତୀୟ ମହିଳା ହକି ଟିମ୍ ସହିତ ଚିଟିଙ୍ଗ୍!

ଏହା ବି ପଢ଼ନ୍ତୁ: ଅଶ୍ୱନି ନା ଚହଲ; ଟି-୨୦ ବିଶ୍ୱକପ ଦଳର କାହାକୁ ମିଳିବ ସ୍ଥାନ? ଜାଣନ୍ତୁ ମଞ୍ଜରେକରଙ୍କ ଜବାବ