ଅଶ୍ୱନି ନା ଚହଲ; ଟି-୨୦ ବିଶ୍ୱକପ ଦଳର କାହାକୁ ମିଳିବ ସ୍ଥାନ? ଜାଣନ୍ତୁ ମଞ୍ଜରେକରଙ୍କ ଜବାବ
Advertisement
Article Detail0/zeeodisha/odisha1289739

ଅଶ୍ୱନି ନା ଚହଲ; ଟି-୨୦ ବିଶ୍ୱକପ ଦଳର କାହାକୁ ମିଳିବ ସ୍ଥାନ? ଜାଣନ୍ତୁ ମଞ୍ଜରେକରଙ୍କ ଜବାବ

T20 World Cup: ଆଇସିସି ଟି-୨୦ ବିଶ୍ୱକପ ୨୦୨୨ ଟୁର୍ଣ୍ଣାମେଣ୍ଟ ହେବାପାଇଁ ଅଧିକ ସମୟ ବାକି ନାହିଁ । ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ ଏହି ଟି-୨୦ ବିଶ୍ୱକପ ଖେଳାଯିବ । ବର୍ତ୍ତମାନ ଏହି ଟୁର୍ଣ୍ଣାମେଣ୍ଟ ପାଇଁ ଟିମ ଇଣ୍ଡିଆର ସ୍ପିନର କିଏ ହେବ ତାକୁ ନେଇ ମଞ୍ଜରେକର ଏକ ବଡ଼ ବୟାନ ଦେଇଛନ୍ତି ।

ସାଙ୍କେତିକ ଫଟୋ

T20 World Cup 2022: ଚଳିତ ବର୍ଷ ଅକ୍ଟୋବର-ନଭେମ୍ବରରେ ଅଷ୍ଟ୍ରେଲିଆରେ (Australia) ଟି-୨୦ ବିଶ୍ୱକପ ୨୦୨୨ ଖେଳାଯିବ । ଏଥିପାଇଁ କେଉଁ ଖେଳାଳି ଟିମ୍ ଇଣ୍ଡିଆରେ (Team India) ସ୍ଥାନ ପାଇବେ ଓ କାହାର ପତା କଟିବ? ଏ ବିଷୟରେ ବର୍ତ୍ତମାନ ବିତର୍କ ଆରମ୍ଭ ହୋଇଛି । ଟି-୨୦ ବିଶ୍ୱକପ ପାଇଁ ଆର ଅଶ୍ୱିନ (R Ashwin) ଭାରତୀୟ ଦଳରେ ଅଂଶ ହେବେ କି ନାହିଁ, ଏହା ଉପରେ ପୂର୍ବତନ ଟିମ୍ ଇଣ୍ଡିଆ କ୍ରିକେଟର ସଞ୍ଜୟ ମଞ୍ଜରେକର (Sanjay Manjrekar) ପ୍ରତିକ୍ରିୟା ଦେଇଛନ୍ତି । ଅଶ୍ୱିନଙ୍କ ବ୍ୟତୀତ ସ୍ପିନ୍ ବିଭାଗ ବିଷୟରେ କହିବାକୁ ଗଲେ ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ ଓ ରବି ବିଷ୍ଣୋଇଙ୍କ ଭଳି ଦଳ ପାଇଁ ଭଲ ବିକଳ୍ପ ରହିଛି ।

ସ୍ପୋର୍ଟସ୍ ୧୮ ର 'ସ୍ପୋର୍ଟସ୍ ଓଭର ଟପ୍' ଶୋ’ରେ ମଞ୍ଜରେକର କହିଛନ୍ତି, 'ବର୍ତ୍ତମାନ ଦଳରେ ତାଙ୍କର ପ୍ରତିଦ୍ୱନ୍ଦ୍ୱୀ କିଏ? ବର୍ତ୍ତମାନ ଫର୍ମକୁ ଦେଖିଲେ, ୟୁଜବେନ୍ଦ୍ର ଚହଲଙ୍କ ଚୟନ ନିଶ୍ଚିତ ମନେହୁଏ । ତା’ପରେ ସେଠାରେ ଅକ୍ଷର ପଟେଲ, ରବିନ୍ଦ୍ର ଜାଡେଜା ଅଛନ୍ତି, ଯେଉଁମାନେ କିଛି ବୋଲିଂ କରିନେଇଥାନ୍ତି । ଗତ ମ୍ୟାଚରେ ଦୀପକ ହୁଡା ଏକ ଓଭର ବୋଲିଂ କରିଥିଲେ ଓ ତାପରେ ଆପଣଙ୍କ ପାଖେ କୁଲଦୀପ ଯାଦବ ଅଛନ୍ତି । ମୁଁ ଭାବୁଛି ୱେଷ୍ଟଇଣ୍ଡିଜ୍ ବିପକ୍ଷ ଟି-୨୦ ସିରିଜ୍ ପାଇଁ ଅଶ୍ୱିନଙ୍କ ଚୟନ ଏକ ଭଲ ପଦକ୍ଷେପ ଥିଲା ।"

ମଞ୍ଜରେକର କହିଛନ୍ତି, “ଗତ କିଛି ବର୍ଷ ମଧ୍ୟରେ ଅଶ୍ୱିନ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି । ଏବଂ ଏହିପରି ଭାବରେ ସେ ନିଜର ପ୍ରଭାବ ଛାଡିବା ଆରମ୍ଭ କରିଥିଲେ ।ମୁଁ ଅଶ୍ୱିନଙ୍କୁ ପସନ୍ଦ କରେ, ଯେତେବେଳେ ସେ ଚହଲଙ୍କ ପରି ବୋଲରଙ୍କ ସହ ବୋଲିଂ କରନ୍ତି । ଅଶ୍ୱିନ ରନ୍ ଅଟକାଇ ରଖିବାରେ ପାରଦର୍ଶୀ ଓ ଚହଲ ଜଣେ ୱିକେଟ୍ ନେଉଥିବା ବୋଲର ଅଟନ୍ତି । ମିଳିତ ଭାବେ ସେମାନେ ଟିମ୍ ଇଣ୍ଡିଆ ପାଇଁ ଭଲ ପ୍ରଦର୍ଶନ କରିବେ ।"

ମଞ୍ଜରେକର ବିଶ୍ୱାସ କରନ୍ତି ଯେ କୁଲଦୀପ ଯାଦବ ଓ ୟୁଜବେନ୍ଦ୍ର ଚହଲଙ୍କ ଯୋଡିରେ ଆଉ ସେହି ବିଶେଷତା ନାହିଁ । ସେ କହିଛନ୍ତି, 'ମୁଁ ଭାବୁନାହିଁ ଯେ ଏହି ଯୋଡି ଆଉ କେବେ ଟିମ୍ ଇଣ୍ଡିଆ ପାଇଁ ଖେଳି ପାରିବ । ବିଶେଷକରି ଟି-୨୦ ଫର୍ମାଟରେ, ଉଭୟ ସ୍ପେସାଲିଷ୍ଟ ସ୍ପିନରଙ୍କୁ ଏକାଠି ସୁଯୋଗ ମିଳିବା କଷ୍ଟକର । ଅକ୍ଷର ପଟେଲ ଓ ୟୁଜଭେନ୍ଦ୍ର ଚହଲଙ୍କୁ ଦେଖିବାକୁ ମିଳିବ କିମ୍ବା ଅଶ୍ୱିନ ଓ ଚହଲଙ୍କୁ ଦେଖିବାକୁ ମିଳିବ । ଏକଦିବସୀୟ କ୍ରିକେଟରେ କୁଲଦୀପ ଓ ଚହଲଙ୍କୁ ଏକାଠି ଦେଖିବାକୁ ମିଳିପାରେ କିନ୍ତୁ ଟି-୨୦ ରେ ମୁଁ ଏହା ହେବ  ବୋଲି ନଜର ଆସୁ ନାହିଁ ।"

ଏହା ବି ପଢ଼ନ୍ତୁ: ଟି-୨୦ ରେ ସଙ୍କଟରେ ବାବରଙ୍କ ରାଜମୁକୁଟ, ଦିତ୍ୱୀୟ ନମ୍ବରରେ ପହଞ୍ଚିଲେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍

ଏହା ବି ପଢ଼ନ୍ତୁ: ଏସିଆ କପ୍ ପାଇଁ ଦଳ ଘୋଷଣା କଲା ପାକିସ୍ତାନ, ଭାରତ ସହିତ ଲଢ଼ିବ ପ୍ରଥମ ମୁକାବିଲା