General ବାଜୱାଙ୍କ ସେହି Indian Doctrine ଯିଏ ବଦଳାଇବ Pakistan ରାଜନୀତିର ଗତି
Advertisement

General ବାଜୱାଙ୍କ ସେହି Indian Doctrine ଯିଏ ବଦଳାଇବ Pakistan ରାଜନୀତିର ଗତି

ପାକିସ୍ତାନର ସେନା ଅନୁଭବ କରୁଛି ଯେ ଇମ୍ରାନ ଖାନ ସରକାରଙ୍କ ବିଫଳତା ହେତୁ ଜନସାଧାରଣଙ୍କ ଦୃଷ୍ଟିରେ ଏହାର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ।

General ବାଜୱାଙ୍କ ସେହି Indian Doctrine ଯିଏ ବଦଳାଇବ Pakistan ରାଜନୀତିର ଗତି

ଇସଲାମବାଦ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ପାଇଁ କଠିନ ସମୟ ଚାଲିଛି। ଅର୍ଥନୀତି ଖରାପ ସ୍ଥିତିରେ ଅଛି, ବେକାରୀ ଏବଂ ଦୁର୍ନୀତି ଚରମ ସୀମାରେ ଅଛି। ବୈଦେଶିକ ନୀତି ଦୁର୍ବଳ ହେଉଛି ଏବଂ ଏହି କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ବଢିବାରେ ଲାଗିଛି। ତାଙ୍କ ବିରୋଧରେ ଦେଶର ଜାତୀୟ ସଂସଦରେ ଆଗତ ହୋଇଥିବା ଅବିଶ୍ୱାସ ପ୍ରସ୍ତାବ ଉପରେ ହେବାକୁ ଯାଉଛି ମତଦାନ। ଦେଶରେ କ୍ଷମତାସୀନ PTI ସରକାରକୁ ଗାଦିଚ୍ୟୁତ କରିବା ପାଇଁ ଗତ ୨୦୨୦ ବର୍ଷରୁ ପ୍ରୟାସ ଆରମ୍ଭ କରିଛି ବିରୋଧି ଦଳଙ୍କୁ ନେଇ ଗଠିତ PDM ମେଣ୍ଟ। 
 
ଜନ ଅସନ୍ତୋଷର ଫାଇଦା ନେଇ ଇ୍ରମାନ ଖାନ ନେତୃତ୍ୱାଧିନ ସରକାରକୁ ଗାଦିଚ୍ୟୁତ କରିବାକୁ ସମସ୍ତ ପ୍ରକାର କଳ ବଳ କୌଶଳ ଲଗାଇ ଦେଇଛି ବିରୋଧି ଦଳଙ୍କୁ ନେଇ ଗଠିତ ପାକିସ୍ତାନ ଡେମୋକ୍ରାଟିକ୍ ମୁଭମେଣ୍ଟ (Pakistan Democratic Movement) ପିଡିଏମ୍ (PDM) ମେଣ୍ଟ। ଦେଶର ସଂସଦରେ ବହୁମତ ସାବ୍ୟସ୍ତ କରିବା ଲାଗି କୌଣସି ଦଳକୁ ୧୭୨  ସାଂସଦଙ୍କ ସମର୍ଥନ ଆବଶ୍ୟକ। ବର୍ତ୍ତମାନ ବହୁମତ ପାଇବ ପାଇଁ  ବିରୋଧୀ ଦଳ କେବଳ ୧୦ ସାଂସଦ ଆବଶ୍ୟକ କରୁଛନ୍ତି। ଯଦି ବିରୋଧି ଦଳ ୧୦ ସାଂସଦଙ୍କ ସମର୍ଥନ ହାସଲ କରିବାରେ ସକ୍ଷମ ହୁଏ ତାହେଲେ ପିଟିଆଇ ସରକାର ଗାଦିଚ୍ୟୁତ ହେବା ସୁନିଶ୍ଚିତ। ଅନ୍ୟପଟେ ପିଏମଲ-କ୍ୟୁ (PML-Q), ଏମକ୍ୟୁଏମ (MQM) ଭଳି ସହଯୋଗୀ ଦଳ ଏବେ ପିଟିଆଇ (PTI) ହାତ ଛାଡି  ବିରୋଧି ଶିବିରରେ ସାମିଲ ହୋଇଛନ୍ତି। ଅନ୍ୟପଟେ ଶାସକ ପିଟିଆଇ ଦଳର ୧୦-୧୫ ଜଣ ସାଂସଦ ଦଳୀୟ ମତାଦନ କରିପାରନ୍ତି। ଏଥିପାଇଁ ସେମାନେ ଦେଶର ଗୁଇନ୍ଦା ବାହିନୀ ନିର୍ଦ୍ଦେଶକଙ୍କ ଫୋନ କଲ ଅପେକ୍ଷାରେ ଅଛନ୍ତି।

ଏଭଳି କଠିନ ପରିସ୍ଥିତିରେ ଇମ୍ରାନ ଖାନ ନିଶ୍ଚିତ ଭାବରେ ପୂର୍ବତନ ଡିଜି ଆଇଏସଆଇ ଲେଫ୍ଟ ଜେନେରାଲ ଫୈଜ ହମିଦଙ୍କୁ ଦୁର୍ବଳତା ଖୋଜୁଛନ୍ତି ଯିଏ ତାଙ୍କୁ ବିରୋଧିଙ୍କ ଆକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ କରିଥିଲେ। ବର୍ତ୍ତମାନର ସେନା ମୁଖ୍ୟଙ୍କ ବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପରେ ଇମ୍ରାନ ତାଙ୍କୁ ପରବର୍ତ୍ତୀ ସେନା ମୁଖ୍ୟ କରିବେ ବୋଲି ହମିଦ୍ ଆଶାବାଦୀ ଥିଲେ। ମାତ୍ର ଇମ୍ରାନ ସରକାର ତାଙ୍କୁ ଆଇଏସଆଇ ମୁଖ୍ୟ ପଦରୁ ହଟାଇ ପେଶୱାର କର୍ପସ କମାଣ୍ଡର ପଦକୁ ସ୍ଥାନାନ୍ତର କରିଥିଲେ। ଇମ୍ରାନ ଖାନଙ୍କ ଏହି ନିଷ୍ପତ୍ତି ସେନା ସହ ତାଙ୍କର ରହିଥିବା ସମ୍ପର୍କରେ ଫାଟ ସୃଷ୍ଟି କରିଥିଲା। ହେଲେ ଏହି କାରଣରୁ ପାକିସ୍ତାନ ସେନା ତାଙ୍କୁ ହଟାଇବାକୁ ଚାହୁଁଥିବା ନେଇ ଯେଉଁ ଚର୍ଚ୍ଚା ହେଉଛି ତାହାର କୌଣସି ବାସ୍ତବତା ନାହିଁ।

Also Read: Pakistan: କିଏ ହେବେ ନୂତନ ପ୍ରଧାନମନ୍ତ୍ରୀ? ଭାରତ ଉପରେ କ'ଣ ରହିବ ପ୍ରଭାବ

ପାକିସ୍ତାନର ସେନା ଅନୁଭବ କରୁଛି ଯେ ଇମ୍ରାନ ଖାନ ସରକାରଙ୍କ ବିଫଳତା ହେତୁ ଜନସାଧାରଣଙ୍କ ଦୃଷ୍ଟିରେ ଏହାର ଭାବମୂର୍ତ୍ତି କ୍ଷୁର୍ଣ୍ଣ ହେବ। ଗତ ୧୪ରେ, ଲାହୋର ୟୁନିଭରସିଟି ଅଫ୍ ମ୍ୟାନେଜମେଣ୍ଟ ସାଇନ୍ସ ଠାରେ ଏକ କାର୍ଯ୍ୟକ୍ରମରେ ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ବାଜୱା କହିଥିଲେ ଯେ, "ଆପଣ ଜାଣି ନାହାଁନ୍ତି ଇମ୍ରାନ ଖାନ କିଏ।" ତାଙ୍କର ଏହି ବୟାନ ସୂଚାଇ ଦେଉଛି ଯେ ସେନା-ସରକାର ମଧ୍ୟରେ ସମ୍ପର୍କ ଠିକ୍ ନାହିଁ।

ପାକିସ୍ତାନ ସେନା ଅନୁଭବ କରୁଛି ବିଭିନ୍ନ ପ୍ରସଙ୍ଗକୁ ବୁଝିବାରେ ଇମ୍ରାନ ଖାନ ସକ୍ଷମ ହୋଇନାହାଁନ୍ତି। କେବଳ ଧାର୍ମିକତା  ଆଧାରରେ ସରଳ ସମାଧାନ ଖୋଜିପାରନ୍ତି। ଏଭଳି ଆଭିମୁଖ୍ୟ ଗ୍ରହଣ କରିବାର ପାକ୍ ସେନାର ନିଜସ୍ୱ କାରଣ ରହିଛି। ଇମ୍ରାନ ଖାନଙ୍କ ସରକାର ନେଉଥିବା  ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପଛରେ ତାଙ୍କ ପତ୍ନୀଙ୍କ ଯାଦୁକରୀ ରହିଛି। ନିକଟରେ ବିରୋଧୀଦଳ ଏହା ମଧ୍ୟ ଅଭିଯୋଗ କରିଛନ୍ତି ଯେ ନିଜକୁ ପୀର କହୁଥିବା ତାଙ୍କ ପତ୍ନୀ ବୁଶରା ବିବି ଇମ୍ରାନ ଖାନଙ୍କ ଗାଦି ବଞ୍ଚାଇବାକୁ ଯାଇ ଗୁଣି ଗାରେଡି ଭଳି କାର୍ଯ୍ୟର ସାହାରା ନେଉଛନ୍ତି। ଶାସକ ପିଟିଆଇ ଦଳରେ "ଗଡ ମଦର" ମାନ୍ୟତା ପାଇଛନ୍ତି।

ପାକିସ୍ତାନ ସେନା ଦେଶର ପଞ୍ଜାବ ପ୍ରଦେଶ  ମୁଖ୍ୟମନ୍ତ୍ରୀ ଉସମାନ ବୁଜଦାରଙ୍କୁ ହଟାଇବାକୁ ଚାହୁଁଥିଲେ। ମାତ୍ର ସେ ଅବିଶ୍ୱାସ  ପ୍ରସ୍ତାବ ଆଗତ ହେବା ଭୟରେ ଇସ୍ତଫା ଦେଇଥିଲେ। ସେନା ଦୃଷ୍ଟିରେ ସେ ଦୁର୍ନୀତିଗ୍ରସ୍ତ ଏବଂ କାର୍ଯ୍ୟ କରିବାକୁ ଅଯୋଗ୍ୟ ଥିଲେ। ପଞ୍ଜାବ ହେଉଛି ସେହି ପ୍ରଦେଶ ଯେଉଁଠାରୁ ସେନାରେ ୭୦ ପ୍ରତିଶତ ନିଯୁକ୍ତି ହୁଏ |

Also Read: ଅସୁସ୍ଥ ହୋଇପଡିଛନ୍ତି ଇମ୍ରାନ ଖାନ; ଚିକିତ୍ସା ଉପାୟ କହିଲେ ଶାହୱାଜ ସରିଫ୍

ଆନ୍ତର୍ଜାତୀୟ ସ୍ତରରେ ଇମ୍ରାନ ଖାନ ଚୀନ୍, ଆମେରିକା ଏବଂ ସାଉଦି ଆରବ ସହିତ ପାକିସ୍ତାନ ସମ୍ପର୍କକୁ ନଷ୍ଟ କରିଦେଇଥିଲେ। ମାତ୍ର ଏହି ୩ ଦେଶ ପାକିସ୍ତାନ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଚୀନ୍-ପାକିସ୍ତାନ ଅର୍ଥନୈତିକ କରିଡର ସହ ଜଡିତ ଇମ୍ରାନ ଖାନଙ୍କ ନିଷ୍ପତ୍ତି ଉପରେ ଚୀନ୍ କ୍ରୋଧିତ ହୋଇଛି। ଚୀନ କମ୍ପାନୀ ସଠାକାର ନେତାଙ୍କୁ ଲାଞ୍ଚ ଦେଇଥିବା କୁହାଯାଉଛି। ବର୍ତ୍ତମାନ ଇମ୍ରାନ୍ ଖାନଙ୍କ ସହ ଏହାର ଯାଞ୍ଚ କରୁଛି। କେବଳ ଏତିକି ନୁହେଁ ଆନ୍ତର୍ଜାତୀୟ ମୁଦ୍ରା ପାଣ୍ଠିରୁ ଋଣ ନେବା ପାଇଁ ସମସ୍ତ ସିପିଇସି ଚୁକ୍ତିନାମା ବାବଦରେ ପାକିସ୍ତାନ ଅନ୍ୟକୁ ଖବର ଦେଉଥିବାର ଚୀନ ତାତି ଉଠିଛି। 

ସାଉଦି ଆରବ ଏଥିପାଇଁ ମଧ୍ୟ ପାକିସ୍ତାନ ଉପରେ ଅସନ୍ତୁଷ୍ଟ କାରଣ, ଇମ୍ରାନ ଖାନ ତୁର୍କୀ-ମାଲେସିଆ ଭଳି ଦେଶର ସମର୍ଥନ ନେଇ ଏକ ପୃଥକ ଗୋଷ୍ଠୀ ଗଠନ କରିବାକୁ ଚେଷ୍ଟା କରୁଛି। ଏଥିରେ ପାକିସ୍ତାନ ସାଉଦି ଆରବର ଏକ ପ୍ରତିଦ୍ୱନ୍ଦ୍ୱୀ ଇରାନକୁ ଅନ୍ତର୍ଭୁକ୍ତ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଛି। ଇମ୍ରାନ ଖାନ ଅନୁଭବ କରୁଛନ୍ତି ଯେ ସାଉଦି ଆବ ପ୍ରଭାବ ଥିବା OIC କାଶ୍ମୀର ପ୍ରସଙ୍ଗରେ ପାକିସ୍ତାନ ଆଭିମୁଖ୍ୟକୁ ସମର୍ଥନ କରୁନାହିଁ। ଆଫଗାନିସ୍ତାନ ମାଟିରୁ ଆମେରିକୀୟ ସୈନ୍ୟ ପ୍ରତ୍ୟାହାର ପାକିସ୍ତାନ ପ୍ରଧାନମନ୍ତ୍ର ଏପରି କିଛି ବିବୃତ୍ତି ରଖିଛନ୍ତିଯାହା ବିଡେନ ପ୍ରଶାସନକୁ କ୍ରୋଧିତ କରିଛି। ନିକଟରେ ସେ ପାକିସ୍ତାନରେ ଅବସ୍ଥିତ ୨୨ ୟୁରୋପୀୟ ସଂଘର ରାଷ୍ଟ୍ରଦୂତଙ୍କ ବିରୋଧରେ ବର୍ଷିଥିଲେ। ୟୁକ୍ରେନ ଉପରେ ଋଷିଆ ପକ୍ଷରୁ ହୋଇଥିବା  ଆକ୍ରମଣକୁ ନିନ୍ଦା କରିବାକୁ ୟୁଏଇ ରାଷ୍ଟ୍ରଦୂତ ତାଙ୍କୁ କହୁଛନ୍ତି।

ଇମ୍ରାନ ଖାନ ଜେନେରାଲ ବାଜୱା କିମ୍ବା ସେନାର ସେହି ଦୃଷ୍ଟିକୋଣକୁ ଗ୍ରହଣ କରିନାହାଁନ୍ତି, ଯେଉଁଥିରେ କାଶ୍ମୀର ପ୍ରସଙ୍ଗକୁ ସ୍ଥଗିତ ରଖିବା ପକିସ୍ତାନର ଅର୍ଥନୀତିକୁ ସୁଦୃଢ କରିବା ପାଇଁ ଭାରତ ସହ ସମ୍ପର୍କ ସ୍ୱାଭାବିକ ହେବ ବୋଲି କୁହାଯାଇଥିଲା। ଜେନେରାଲ ବାଜୱାଙ୍କ ଏହି ବିବୃତ୍ତି ସେତେବେଳେ ଆସିଥିଲା ଯେତେବେଳେ ଗତ ବର୍ଷ ୨୪-୨୫ ଫେବୃଆରୀରେ ଭାରତ-ପାକିସ୍ତାନ ସୈନ୍ୟବାହିନୀ ଜାମ୍ମୁ କାଶ୍ମୀର ସ୍ଥିତ LOC ଏବଂ ଅନ୍ତର୍ଜାତୀୟ ସୀମାରେ ଅସ୍ତ୍ରବିରତି ଉଲ୍ଲଂଘନ କରିବାକୁ ରାଜି ହୋଇଥିଲେ। ଏହା ପରେ ଯେତେବେଳେ ପାକିସ୍ତାନ ସରକାର ଭାରତରୁ କପା ଏବଂ ଚିନି ଆମଦାନୀ କରିବାକୁ ଚେଷ୍ଟା କଲା ସେତେବେଳେ ଇମ୍ରାନ ସରକାର ଏକ ବାଧା ସୃଷ୍ଟି କରିଥିଲେ। କ୍ୟାବିନେଟ ବୈଠକରେ ଇମ୍ରାନ ଖାନ କହିଥିଲେ ଯେ ପର୍ଯ୍ୟନ୍ତ ଜାମ୍ମୁ କାଶ୍ମୀରରେ ପୁରୁଣା ସ୍ଥିତି ନଆସିଛି  ସେ ପର୍ଯ୍ୟନ୍ତ ଭାରତ ସହ କୌଣସି ବାଣିଜ୍ୟ ବ୍ୟବସାୟ ହୋଇ ପାରିବ ନାହିଁ।

କାଶ୍ମୀର ପ୍ରସଙ୍ଗରେ ଏପରି ଆଭିମୁଖ୍ୟ ଗ୍ରହଣ କରି ଇମ୍ରାନ ଖାନ ନିର୍ବାଚନରେ ​​ଲୋକପ୍ରିୟତା ହାସଲ କରିବାକୁ ଚେଷ୍ଟା କରୁଛନ୍ତି ବୋଲି କୁହାଯାଉଛି। ସେ କ୍ରମାଗତ ଭାବରେ ପାକିସ୍ତାନ ରିୟାସତ-ଇ-ମଦିନା ତିଆରି କରିବା ବିଷୟରେ କହୁଛନ୍ତି ଯାହା ଧାର୍ମିକ ବିଭାଗକୁ ଖୁସି କରିପାରେ ହେଲେ ବହୁ ସଂଖ୍ୟାରେ ଲୋକେ ଏହା ଗ୍ରହଣ କରି ନ ପାରନ୍ତି। କାରଣ ପାକିସ୍ତାନ ବଜାରରେ ବୃଦ୍ଧି ପାଉଥିବା ଖାଦ୍ୟ ସାମଗ୍ରୀର ଦରଦାମ ଦେଶର ଜନସାଧାରଣଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗି ଦେଇଛି। ଆମେରିକା ଏବଂ ୟୁରୋପୀୟ ସଂଘ ବିରୋଧର ତାଙ୍କ ଆଭିମୁଖ୍ୟ ସାମରିକ ଏବଂ ବାଣିଜ୍ୟକ କ୍ଷେତ୍ରରେ ଦେଶ ଲାଗି କ୍ଷତିକାରକ ସାବ୍ୟସ୍ତ ହୋଇଛି। ପାକିସ୍ତାନୀ ବ୍ୟବସାୟୀ ସେମାନଙ୍କର ସାମଗ୍ରୀ ୟୁରୋପୀୟ ଦେଶକୁ ରପ୍ତାନି କରିଥାନ୍ତି ସେମାନଙ୍କୁ ଆମଦାନୀ ଶୁଳ୍କ ଦେବାକୁ ପଡିବ ନାହିଁ। ଏଭଳି ପରିସ୍ଥିତିରେ ପାକିସ୍ତାନୀ ବ୍ୟବସାସୀୟ ଦେଶର ସରକାରଙ୍କ ଆଭିମୁଖ୍ୟ ପସନ୍ଦ କରୁନାହାଁନ୍ତି ଯାହା ୟୁରୋପୀୟ ସଂଘକୁ ଅସନ୍ତୁଷ୍ଟ କରିଛି।

ଯଦି ଇମ୍ରାନ ଖାନଙ୍କ ସରକାର ଅବିଶ୍ୱାସ ପ୍ରସ୍ତାବ ଉପରେ ହେବାକୁ ଯାଉଥିବା ମତଦାନ କାରଣରୁ ଗାଦିଚ୍ୟୁତ ହୁଏ ତାହେଲେ ପିଡିଏମ୍ ପକ୍ଷରୁ ତାହେଲେ ଶାହାୱଜ ସରିଫ ଦେଶର ପରବର୍ତ୍ତୀ ପ୍ରଧାନମନ୍ତ୍ରୀ ହୋଇପାରନ୍ତି। ଯାହା ଫଳରେ ଦେଶରେ ରାଜନୀତିରେ  ସାମରିକ  ପ୍ରଭାବ ବୃଦ୍ଧି ପାଇବ। ଏଭଳି ପରିସ୍ଥିତିରେ ପାକିସ୍ତାନ ସେନାମୁଖ୍ୟ ବାଜୱା  Indian Doctrine ଉପରେ କାମ ଆରମ୍ଭ କରିପାରନ୍ତି। କାରଣ ପାକିସ୍ତାନ ଅର୍ଥନୀତିକୁ ସୁଧାରିବା କ୍ଷେତ୍ରରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରେ। 

Also Read: Pakistan Political History: ନିଜର ସମ୍ପୂର୍ଣ୍ଣ କାର୍ଯ୍ୟକାଳ ପୂରଣ କରିନାହାଁନ୍ତି କୌଣସି ପାକିସ୍ତାନୀ ପ୍ରଧାନମନ୍ତ୍ରୀ

ଅନ୍ୟପଟେ ଜେନେରାଲ୍ ବାଜୱା ଭାରତ ପ୍ରତି ରହିଥିବା ତାଙ୍କର ନରମ ଆଭିମୁଖ୍ୟ ପାଇଁ ଜଣାଶୁଣା। ସେ ବିଶ୍ୱାସ କରନ୍ତି ଯେ ପଡୋଶୀ ଦେଶ ସହିତ ଭଲ ସମ୍ପର୍କ ରହିବା ଉଚିତ୍ ଯାହାଦ୍ୱାରା ଆର୍ଥିକ ଅଗ୍ରଗତି ହୋଇପାରିବ। ସେ ପାକିସ୍ତାନର ଅର୍ଥନୀତିକୁ ଏହି ଅଞ୍ଚଳର ସୁରକ୍ଷା ସହ ଯୋଡିଥିଲେ। ସେ କହିଛନ୍ତି ଯେ ଏହି ଦୁଇ ଜଣଙ୍କୁ ପୃଥକ ଭାବରେ ଦେଖିହେବ ନାହିଁ। ଭାରତ ଏବଂ ପାକିସ୍ତାନ ମଧ୍ୟରେ ବିବାଦର ସମାଧାନ କରିବାର ଏକମାତ୍ର ଉପାୟ ହେଉଛି କଥାବାର୍ତ୍ତା। ଏଭଳି ପରିସ୍ଥିତିରେ ଆଶା କରାଯାଇପାରେ ଯେ ଯଦି ଇମ୍ରାନ ଖାନ ଗାଦିଚ୍ୟୁତ ହୁଅନ୍ତି ଭାରତ-ପାକିସ୍ଥାନ ସମ୍ପର୍କ ଉପରେ ଜମିଥିବା ବରଫ ତରଳି ଯାଇପାରେ।