ରାଷ୍ଟ୍ରୀୟ ସୁରକ୍ଷାକୁ ଆହ୍ୱାନ; ଆକ୍ରମଣ ସହ ଦଙ୍ଗା କରିବ 'Ghaznavi Force'
Advertisement

ରାଷ୍ଟ୍ରୀୟ ସୁରକ୍ଷାକୁ ଆହ୍ୱାନ; ଆକ୍ରମଣ ସହ ଦଙ୍ଗା କରିବ 'Ghaznavi Force'

ଏ ଘଟଣାରେ ଆତଙ୍କୀ ସଙ୍ଗଠନର ପୃଷ୍ଠପୋଷକ ଭାବେ ବିଶ୍ୱ ସମୁଦାୟରେ ଅପବାଦ ମୁଣ୍ଡାଇଥିବା ପାକିସ୍ତାନର ଭୂମିକା ସାମ୍ନାକୁ ଆସିଥିଲା। 

ରାଷ୍ଟ୍ରୀୟ ସୁରକ୍ଷାକୁ ଆହ୍ୱାନ; ଆକ୍ରମଣ ସହ ଦଙ୍ଗା କରିବ 'Ghaznavi Force'

ନୂଆଦିଲ୍ଲୀ: କାଶ୍ମୀର ଘାଟିରୁ ଆତଙ୍କବାଦର ମୂଳୋତ୍ପାଟନ ଲାଗି ଭାରତୀୟ ସୁରକ୍ଷା ଏଜେନ୍ସି ପକ୍ଷରୁ ଜାରି ରହିଛି ଅଭିଯାନ। ଯାହାର ଫଳ ସ୍ୱରୂପ ଘାଟିରେ ହ୍ରାସ ପାଇଛି ଆତଙ୍କବାଦୀ କାର୍ଯ୍ୟକଳାପ। ମାତ୍ର ସୁରକ୍ଷା ବ୍ୟବସ୍ଥାରେ ସାମାନ୍ୟତମ ଢିଲା ଦେଖିବା ମାତ୍ରେ ଆକ୍ରମଣ କରିବାକୁ ପଛାଉନାହାଁନ୍ତି ବିଭିନ୍ନ ଆତଙ୍କୀ ଗୋଷ୍ଠୀ।

ଏହି କ୍ରମରେ କାଶ୍ମୀର ଘାଟିରେ ଆତଙ୍କୀ ଆକ୍ରମଣ ଭିଆଇବାକୁ ଯୋଜନା କରିଛି ଏକ ଆତଙ୍କୀ ସଙ୍ଗଠନ। ଯାହାର ନାଁ ହେଉଛି 'ଗଜନବୀ ଫୋର୍ସ' (Ghaznavi Force)। ଏହି ଆତଙ୍କୀ ସଙ୍ଗଠନ ଧାର୍ମିକସ୍ଥଳ (Religious Site) ସହ ଦକ୍ଷିଣପନ୍ଥୀ ବିଚାର (Right Wing Ideology) ଧାରାରେ ବିଶ୍ୱାସ ରଖୁଥିବା ଲୋକଙ୍କ ଉପରେ ଗ୍ରେନେଡ ଆକ୍ରମଣ କରିବାକୁ ଯୋଜନା କରିଛି।

Also Read: ଘାରିଛି ସେନା ଭୟ,ଟୟଲେଟ ବଙ୍କରରେ ଆତ୍ମଗୋପନ କରୁଛନ୍ତି ଆତଙ୍କବାଦୀ

 

କେବଳ ଆକ୍ରମଣ ନୁହେଁ ଦେଶରେ ଦଙ୍ଗା (Riot) ସୃଷ୍ଟି କରିବାକୁ ମଧ୍ୟ ଷଡଯନ୍ତ୍ର ରଚିଛି ଏହି ଆତଙ୍କୀ ସଙ୍ଗଠନ। ଗୁଇନ୍ଦା ସୂତ୍ରରୁ ମିଳିଥିବା ଖବର ଅନୁସାରେ ଜୈଶ-ଏ-ମହମ୍ମଦ (Jaish-e-Mohammed) ଆତଙ୍କୀ ସଙ୍ଗଠନର ନୂଆ ନାଁ ହେଉଛି 'ଗଜନବୀ ଫୋର୍ସ'। ଯିଏକି କାଶ୍ମୀର ଠାରେ ଦୁଇ ବର୍ଷ ପୂର୍ବେ ହୋଇଥିବା ପୁଲୱାମା ସିଆରପିଏଫ  ଆକ୍ରମଣ (Pulwama CRPF Attack) ଘଟଣାରେ ସମ୍ପୃକ୍ତ ରହିଥିଲା। 

Also Read: ପାକିସ୍ତାନର ନୂଆ ଷଡଯନ୍ତ୍ର: ଭାରତରେ କୋରୋନା ଫିଦାୟିନ ମାଧ୍ୟମରେ ଆକ୍ରମଣ କରିବାକୁ ଯୋଜନା

ଏ ଘଟଣାରେ ଆତଙ୍କୀ ସଙ୍ଗଠନର ପୃଷ୍ଠପୋଷକ ଭାବେ ବିଶ୍ୱ ସମୁଦାୟରେ ଅପବାଦ ମୁଣ୍ଡାଇଥିବା ପାକିସ୍ତାନର ଭୂମିକା ସାମ୍ନାକୁ ଆସିଥିଲା। ପୁଲୱାମା ଆକ୍ରମଣ ଘଟଣାରେ ଆନ୍ତର୍ଜାତୀୟ ଚାପ ବଢିବା ପରେ ପାକିସ୍ତାନୀ ଗୁଇନ୍ଦା ସଂସ୍ଥା (Pakistani Intelligence Agency) ଆଇଏସଆଇ (ISI) ଜୈଶ-ଏ-ମହମ୍ମଦ ସହୟତାରେ ଏହି ନୂଆ ଆତଙ୍ଗୀ ସଙ୍ଗଠନ ବନାଇଛି। ଏହି ରିପୋର୍ଟ ପାଇବା ପରେ ସତର୍କ ହୋଇଉଠିଛି ଭାରତୀୟ ସୁରକ୍ଷା ଏଜେନ୍ସି।