School Closed: ଟେନସନ ଦେଲାଣି ଥଣ୍ଡା, ଜାଣନ୍ତୁ କେଉଁ ରାଜ୍ୟରେ କେତେଦିନ ବନ୍ଦ ରହିବ ସ୍କୁଲ
Advertisement
Article Detail0/zeeodisha/odisha1501823

School Closed: ଟେନସନ ଦେଲାଣି ଥଣ୍ଡା, ଜାଣନ୍ତୁ କେଉଁ ରାଜ୍ୟରେ କେତେଦିନ ବନ୍ଦ ରହିବ ସ୍କୁଲ

School Closed Update: ସାରା ଭାରତରେ ହାଡ଼ ଭଙ୍ଗା ଜାଡ଼ ଅନୁଭୂତ ହେଉଛି। ଦିଲ୍ଲୀ ଏନସିଆର ସ୍ଥିତ ସ୍କୁଲରେ ୧୫ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ସେହିପରି ହରିୟାଣା, ଉତ୍ତର ପ୍ରଦେଶ, ପଞ୍ଜାବ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ସମେତ କିଛି ରାଜ୍ୟରେ ଶୀତକାଳିନ ଛୁଟି ଘୋଷଣା କରାଯାଇଛି।

School Closed: ଟେନସନ ଦେଲାଣି ଥଣ୍ଡା, ଜାଣନ୍ତୁ କେଉଁ ରାଜ୍ୟରେ କେତେଦିନ ବନ୍ଦ ରହିବ ସ୍କୁଲ

School Closed: ସାରା ଦେଶରେ ଏବେ ପ୍ରବଳ ଶୀତ ଲହରି ଜାରି ରହିଛି। ପ୍ରତିଟି ରାଜ୍ୟରେ ଥଣ୍ଡାରେ ହନ୍ତସନ୍ତ ହେଉଛନ୍ତି ରାଜ୍ୟବାସୀ। ହେଲେ ଥଣ୍ଡାର ପ୍ରକୋପ ଉତ୍ତର ଭାରତରେ ବିଶେଷ ଭାବେ ରହିଛି। ପାଣିପାଗ ବିଭାଗ ଦିଲ୍ଲୀ ଏନସିଆର, ହରିୟାଣା ଓ ଉତ୍ତର ପ୍ରଦେଶର ଅଧିକାଂଶ ସ୍ଥାନରେ ଶୀତ ଲହରି ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ପ୍ରଚଣ୍ଡ ଥଣ୍ଡାକୁ ନଜରରେ ରଖି ଶିକ୍ଷା ବିଭାଗ ମଧ୍ୟ ସଜାଗ ରହିଛି। ଶୀତ ଲହରିକୁ ନଜରରେ ରଖି ସରକାର ଶିକ୍ଷାନୁଷ୍ଠାନର ଛୁଟି ଘୋଷଣା କରିଛନ୍ତି। ଦିଲ୍ଲୀ ଏନସିଆର ସ୍ଥିତ ସ୍କୁଲରେ ୧୫ ଦିନ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବା ନେଇ ଘୋଷଣା କରାଯାଇଛି। ସେହିପରି ହରିୟାଣା, ଉତ୍ତର ପ୍ରଦେଶ, ପଞ୍ଜାବ, ମଧ୍ୟ ପ୍ରଦେଶ ଓ ଛତିଶଗଡ଼ ସମେତ କିଛି ରାଜ୍ୟରେ ଶୀତକାଳିନ ଛୁଟି ଘୋଷଣା କରାଯାଇଛି।

ଉତ୍ତର ପ୍ରଦେଶରେ (Uttar Pradesh) ଥଣ୍ଡା ଯୋଗୁଁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ଏହା ବ୍ୟତୀତ ନବମ ଶ୍ରେଣୀରୁ ଦ୍ୱାଦଶ ପର୍ଯ୍ୟନ୍ତ କ୍ଲାସ ଗୁଡିକର ସମୟ ମଧ୍ୟ ପରିବର୍ତ୍ତନ କରାଯାଇଛି। ସେହିପରି ବିହାରରେ ମଧ୍ୟ  ଅଷ୍ଟମ କ୍ଲାସ ପର୍ଯ୍ୟନ୍ତ ଡିସେମ୍ବର ୩୧ ଯାଏ ବନ୍ଦ କରି ରଖାଯାଇଛି। ଆସନ୍ତା କିଛି ଦିନ ପାଇଁ ଘନ କୁହୁଡ଼ି ସହିତ ପ୍ରବଳ ଥଣ୍ଡା ହେବ ବୋଲି ପାଣିପାଗ ବିଭାଗ (ଆଇଏମଡି) ଆକଳନ କରିଥିବା ବେଳେ ଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି।

Also Read: Petrol-Diesel Price Today: ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଗାଡ଼ିରେ ତେଲ ଭରିବା ପୂର୍ବରୁ ଚେକ୍ କରନ୍ତୁ ଆଜିର ରେଟ୍

ଦିଲ୍ଲୀ-ଏନସିଆରରେ ଜାନୁଆରୀ ପର୍ଯ୍ୟନ୍ତ ସ୍କୁଲ ବନ୍ଦ
ଶୀତକାଳୀନ ଛୁଟି ପାଇଁ ଦିଲ୍ଲୀ ଶିକ୍ଷା ବିଭାଗ ଦ୍ୱାରା(Education Department) ଜାରି କରାଯାଇଥିବା ସର୍କୁଲାର ଅନୁଯାୟୀ ଦିଲ୍ଲୀର ସମସ୍ତ ବିଦ୍ୟାଳୟ ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ବନ୍ଦ ରହିବ। ଦିଲ୍ଲୀ-ଏନସିଆରରେ ଶିକ୍ଷା ବିଭାଗ ଅଧୀନରେ ଥିବା ସମସ୍ତ ସରକାରୀ ବିଦ୍ୟାଳୟକୁ ୧୫ ଦିନ ପର୍ଯ୍ୟନ୍ତ ଛୁଟି ଘୋଷଣା କରାଯାଇଛି। ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକ ବନ୍ଦ ରହିବ । 

Also Read: Aadhaar Pan Link: ଆଧାର-ପ୍ୟାନ୍ କାର୍ଡ ଲିଙ୍କ୍ କରିବାକୁ ନେଇ ବଡ଼ ଖବର ଦେଲା ଆୟକର ବିଭାଗ, ଜାଣନ୍ତୁ କ'ଣ?

ହରିୟାଣାରେ ଜାନୁଆରୀ ଏକରୁ ୧୫ ଯାଏଁ ଛୁଟି
ଜାନୁଆରୀ ୧ ରୁ ୧୫ ପର୍ଯ୍ୟନ୍ତ ଶୀତ ଛୁଟି ବଜାୟ ରଖିବାକୁ ହରିୟାଣାର ଶିକ୍ଷା ମନ୍ତ୍ରୀ (Hariyana Education Minister) କୱଁର ପାଲ ଗୁର୍ଜାର ହରିୟାଣାର ସମସ୍ତ ସରକାରୀ ବିଦ୍ୟାଳୟକୁ ଛୁଟି ନିର୍ଦ୍ଦେଶ ଦେଇଛନ୍ତି। ସେ କହିଛନ୍ତି ଯେ ଉତ୍ତର ଭାରତରେ ଶୀତର ପ୍ରକୋପ ବୃଦ୍ଧି ପାଉଛି। ଏଭଳି ପରିସ୍ଥିତିରେ ସକାଳେ କୁହୁଡ଼ି ହେତୁ ଦୁର୍ଘଟଣାର ସମ୍ଭାବନା ମଧ୍ୟ ରହିଛି। ଏହା ପୂର୍ବରୁ ବିଦ୍ୟାଳୟଗୁଡ଼ିକର ସମୟ ପରିବର୍ତ୍ତନ କରିବାକୁ ଯୋଜନା କରାଯାଉଥିଲା କିନ୍ତୁ ବର୍ତ୍ତମାନ ଜାନୁୟାରୀ ୧୫ ପର୍ଯ୍ୟନ୍ତ ବିଦ୍ୟାଳୟଗୁଡ଼ିକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି।

Also Read:  Nepal Politics: ନେପାଳରେ ଗଠିତ ହେବ ୬ ଦଳିଆ ସରକାର, କିଏ ହେବେ ପ୍ରଧାନମନ୍ତ୍ରୀ?
 
ସେପଟେ ଶୀତଲହରିକୁ ନଜରରେ ରଖି ବିହାରରେ ନିତିଶ ସରକାର ମଧ୍ୟ ଆଜିଠୁ ୩୧ ଡିସେମ୍ବର ପର୍ଯ୍ୟନ୍ତ ଛୁଟି(School Holiday) ଘୋଷଣା କରିଛନ୍ତି। ସେ କହିଛନ୍ତି ଯେ ପାଣିପାଗ ପରିସ୍ଥିତି ଉପରେ ନିର୍ଭର କରି ସ୍କୁଲ ବନ୍ଦ ଅବଧି ବୃଦ୍ଧି କରାଯାଇପାରିବ । ଏହି ସମୟରେ, ବିହାର ସରକାର୨୦୨୩ ମସିହାରେ ବିଦ୍ୟାଳୟର ଛୁଟି ତାଲିକା ମଧ୍ୟ ପ୍ରକାଶ କରିଛନ୍ତି। ବିହାରରେ ସ୍କୁଲ ଛୁଟିଦିନ କ୍ୟାଲେଣ୍ଡର ୨୦୨୩ ଅନୁଯାୟୀ, ଆସନ୍ତା ବର୍ଷ ୩୬୫ ଦିନ ମଧ୍ୟରୁ ୧୨୧ ଦିନ ସ୍କୁଲ ଛୁଟି ରହିବ।  ଏଥିରେ ପର୍ବପର୍ବାଣୀ ଛୁଟି, ଗ୍ରୀଷ୍ମ ଛୁଟି ଏବଂ ଶୀତ ଛୁଟି ମଧ୍ୟ ଅନ୍ତର୍ଭୁକ୍ତ ରହିଛି।